ହାଇଦ୍ରାବାଦ:ବଲିଉଡ ଅଭିନେତା ଆମୀର ଖାନ ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଶିରୋନାମାରେ ରହିଛନ୍ତି । ଆମୀରଙ୍କ ଦୁଇଟି ପତ୍ନୀ କିରଣ ରାଏ ଏବଂ ରୀନା ଦତ୍ତା ରହିଥିବା ବେଳେ ଉଭୟଙ୍କୁ ସେ ଛାଡପତ୍ର ଦେଇଛନ୍ତି । ଉଭୟଙ୍କ ଠାରୁ ଅଲଗା ହେବା ପରେ ବି ଅଭିନେତା ଅନେକ ସମୟରେ ନିଜ ପୂର୍ବ ପତ୍ନୀଙ୍କ ସହ ନଜର ଆସିଥାନ୍ତି । ଯାହାକୁ ନେଇ ଚର୍ଚ୍ଚାର ରହିଥାନ୍ତି ଆମୀର ଏବଂ ତାଙ୍କ ପତ୍ନୀ । ଏହାରି ମଧ୍ୟରେ ବର୍ତ୍ତମାନ ତାଙ୍କ ପୂର୍ବତନ ପତ୍ନୀ କିରଣ ରାଓ ସେମାନଙ୍କ ସମ୍ପର୍କ ବିଷୟରେ ଆଲୋଚନା କରିଛନ୍ତି ଏବଂ ତାଙ୍କ ପାଇଁ ଆମୀର ପ୍ରଥମ ପତ୍ନୀ ରୀନାଙ୍କୁ ଛାଡିଥିବା ଖବର ଉପରେ ମୁହଁ ଖୋଲିଛନ୍ତି ।
ଏକ ସାକ୍ଷାତକାର ସମୟରେ ଆମୀର ଖାନଙ୍କ ପୂର୍ବତନ ପତ୍ନୀ କିରଣ ରାଓ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ସହ ସମ୍ପର୍କ ହେତୁ ଆମୀର ରୀନାଙ୍କ ମଧ୍ୟରେ ଛାଡପତ୍ର ହୋଇନାହିଁ । କିରଣ କହିଛନ୍ତି, ''ଅନେକ ଲୋକ ଭାବନ୍ତି ଯେ ଆମେ ଲଗାନ (2001) ର ସୁଟିଂ ସମୟରେ ଡେଟିଂ କରୁଥିଲୁ, କିନ୍ତୁ ଏଥିରେ କୌଣସି ସତ୍ୟତା ନାହିଁ । ସେତେବେଳେ ମୁଁ ଅନ୍ୟ କାହାକୁ ଡେଟ କରୁଥିଲି । ସ୍ୱଦେଶ ଚଳଚ୍ଚିତ୍ର ସମୟରେ ଆମୀର ଏବଂ ମୁଁ ପରସ୍ପରର ନିକଟତର ହୋଇଥିଲୁ ଏବଂ ସେହି ସମୟରେ ସେ ମଙ୍ଗଲ ପାଣ୍ଡେ (2004) ଚଳଚ୍ଚିତ୍ରରେ ବ୍ୟସ୍ତ ଥିଲେ। ମୋ ପାଇଁ ଆମୀର ଏବଂ ରୀନାଙ୍କ ଅଲଗା ହୋଇନଥିଲେ । କାରଣ ୨୦୦୪ ପରେ ଆମେ ପରସ୍ପର ଭେଟିଥିଲୁ ଯେତେବେଳେ କି ତାଙ୍କର ପ୍ରଥମ ଛାଡପତ୍ର ୨୦୦୨ ମସିହାରେ ହୋଇଥିଲା ।''