ଓଡିଶା

odisha

ETV Bharat / entertainment

ବଲିଉଡରୁ ଓଲିଉଡ....କରୱାଚୌଥ ପାଳିଲେ ସେଲିବ୍ରିଟି

Celebs Karvachauth Celebration: କରୱାଚୌଥ ପାଳିଲେ ବଲିଉଡରୁ ଓଲିଉଡ ସେଲବ୍ରିଟି । ତମନ୍ନା ବ୍ୟାସଙ୍କ ଠାରୁ ପ୍ରିୟଙ୍କା ଚୋପ୍ରା ଓ କ୍ୟାଟ୍ରିନା କୈଫ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ତାରକା କରୱାଚୌଥ ପାଳନ କରିଛନ୍ତି ।

By ETV Bharat Entertainment Team

Published : 4 hours ago

ବଲିଉଡରୁ ଓଲିଉଡ....କରୱାଚୌଥ ପାଳିଲେ ସେଲିବ୍ରିଟି
ବଲିଉଡରୁ ଓଲିଉଡ....କରୱାଚୌଥ ପାଳିଲେ ସେଲିବ୍ରିଟି (Instagram)

ହାଇଦ୍ରାବାଦ:ରବିବାର (20 ଅକ୍ଟୋବର) ରେ ସେଲିବ୍ରିଟିମାନେ ଧୁମଧାମରେ କରୱାଚୌଥ ପାଳନ କରିଛନ୍ତି । ବଲିଉଡରୁ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସେଲବ୍ରିଟିମାନେ ନିଜ ସ୍ବାମୀର ଦୀର୍ଘ ଜୀବନ କାମନା କରି ଏହି ବ୍ରତ ପାଳନ କରିଛନ୍ତି । ଓଡ଼ିଆ ଅଭିନେତ୍ରୀ ତମନ୍ନା ବ୍ୟାସଙ୍କ ଠାରୁ ପ୍ରିୟଙ୍କା ଚୋପ୍ରା ଓ କ୍ୟାଟ୍ରିନା କୈଫ ଯାଏଁ ବି-ଟାଉନର ଅନେକ ତାରକା କରୱାଚୌଥ ପାଳନ କରିଛନ୍ତି । ଏଥିସହ କ୍ରିତି ଖରବନ୍ଧା, ରକୁଲ ପ୍ରୀତ ସିଂଙ୍କ ଭଳି ସେଲିବ୍ରିଟି ମଧ୍ୟ ନିଜ ପ୍ରଥମ କରୱାଚୌଥ ଉତ୍ସବ ପାଳନ କରିଛନ୍ତି । ଅଭିନେତ୍ରୀ ମାନେ ନିଜର ସୁନ୍ଦର ମୁହୂର୍ତ୍ତଗୁଡ଼ିକୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି । ପାରମ୍ପାରିକ ପୋଷାକ ଠାରୁ ଆରମ୍ଭ କରି ତାଙ୍କ ସ୍ୱାମୀଙ୍କ ସହ ପାଳନ କରାଯାଉଥିବା ଉତ୍ସବର ବିଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ନିଜ ପ୍ରଶଂସକମାନଙ୍କୁ ଝଲକ ଦେଖାଇଛନ୍ତି ।

କରୱାଚୌଥ ପାଳିଲେ ତମନ୍ନା

ଓଡ଼ିଆ ଅଭିନେତ୍ରୀ ତମନ୍ନା ବ୍ୟାସ ଧୁମଧାମରେ କରୱାଚୌଥ ପାଳନ କରିଛନ୍ତି । ତମନ୍ନା ବିବାହ ପରେ ପ୍ରଥମ କରୱାଚୌଥ ପାଳନ କରିଥିବା ବେଳେ ସୋସିଆଲ ମିଡିଆରେ ଏହି ସୁନ୍ଦର ମୁହୁର୍ତ୍ତର ଝଲକ ସେୟାର କରିଛନ୍ତି । ସେ ସେୟାର କରିଥିବା ଭିଡିଓରେ ସେ ନିଜ ସ୍ୱାମୀଙ୍କ ସହ ପୂଜା କରୁଥିବା ନଜର ଆସିଥିବା ବେଳେ କ୍ୟାପସନରେ ଲେଖିଛନ୍ତି, ''ବିବାହର 9 ମାସ ହୋଇଗଲାଣି ଏବଂ ଆମେ ଆମର ପ୍ରଥମ କରୱାଚୌଥ ପାଳନ କଲୁ । ଏହି ବର୍ଷ ସବୁକିଛି ସରପ୍ରାଇଜ ଥିବା ବେଳେ ବହୁତ ଖୁସି ଅନୁଭବ କରୁଛି । ଏହି ମୁହୁର୍ତ୍ତ ଆପଣଙ୍କ ସହ ସେୟାର କରି ମୁଁ ବହୁତ ଖୁସି । କରୱାଚୌଥ ଶୁଭେଚ୍ଛା ।''

ସ୍ୱାମୀଙ୍କ ଦୀର୍ଘାୟୁ କାମନା କଲେ ପ୍ରିୟଙ୍କା ଚୋପ୍ରା

ପ୍ରିୟଙ୍କା ଚୋପ୍ରା ଗତ କିଛି ବର୍ଷ ଧରି ଲସ୍ ଆଞ୍ଜେଲସରେ ରହିଆସୁଛନ୍ତି । ବିଦେଶରେ ରହିବା ପରେ ମଧ୍ୟ ଦେଶୀ ଗାର୍ଲ ନିଜ ଦେଶର ସଂସ୍କୃତି ଭୁଲି ନାହାଁନ୍ତି । ଏହାକୁ ବଜାୟ ରଖି ପ୍ରିୟଙ୍କା ପ୍ରତିବର୍ଷ ନିକଙ୍କ ପାଇଁ ଉପବାସ ରଖନ୍ତି ଏବଂ ବିବାହ ପରଠାରୁ ତାଙ୍କ ସହ ଏହି ଉତ୍ସବ ପାଳନ କରିଆସୁଛନ୍ତି । ରବିବାର ଦିନ, ଦେଶୀ ଗାର୍ଲ ଚଳିତ ବର୍ଷ କରୱାଚୌଥ ଉତ୍ସବରୁ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ନିକ ଜୋନାସଙ୍କ ସହ ଏହି ଉତ୍ସବ ପାଳନ କରୁଥିବାର ନଜର ଆସିଛନ୍ତି ।

କରୱାଚୌଥ ପାଳିଲେ କ୍ୟାଟ୍ରିନା କୈଫ-ପରିଣୀତି ଚୋପ୍ରା

କ୍ୟାଟ୍ରିନା କୈଫ କରୱାଚୌଥ ଉତ୍ସବର ଅନେକ ସୁନ୍ଦର ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ଶାଶୁଙ୍କ ସହ ହୃଦୟସ୍ପର୍ଶୀ ମୂହୁର୍ତ୍ତ ବିତାଉଥିବାର ନଜର ଆସିଛନ୍ତି । ଅନ୍ୟ ଫଟୋରେ ସେ ବିକି କୌଶଲ ଏବଂ ପୁରା ପରିବାର ସହ ନଜର ଆସିଛନ୍ତି । ସେହିପରି ପରିଣୀତି ଚୋପ୍ରା ଚଳିତ ଥର ନିଜ ଦ୍ୱିତୀୟ କରୱାଚୋଥ ଉତ୍ସବ ପାଳନ କରିଛନ୍ତି । ଯାହାର ଝଲକ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଅନୀଲ କପୁରଙ୍କ ଘରେ କରୱାଚୌଥ ପାଳିଲେ ଏହି ସେଲିବ୍ରିଟି

ବି-ଟାଉନର ସୁନ୍ଦର ସୁନ୍ଦରୀମାନେ କରୱାଚୌଥ ପୂଜା ପାଇଁ ବଲିଉଡ ଅଭିନେତା ଅନୀଲ କପୁରଙ୍କ ଘରେ ପହଞ୍ଚିଥିଲେ । ଅକ୍ଟୋବର 20 ସନ୍ଧ୍ୟାରେ ରବୀନା ଟଣ୍ଡନ, ଚୁଙ୍କି ପାଣ୍ଡେଙ୍କ ପତ୍ନୀ ଭବନା ପାଣ୍ଡେ, ସଞ୍ଜୟ କପୁରଙ୍କ ପତ୍ନୀ ମହେପ କପୁର, ସାହିଦ କପୁରଙ୍କ ଲେଡି ମୀରା ରାଜପୁତ, ଶିଳ୍ପା ସେଟ୍ଟୀ କୁନ୍ଦ୍ରା ସମେତ ଅନେକ ତାରକା ଅନୀଲ କପୁରଙ୍କ ଘରେ କରୱାଚୋଥ ଉତ୍ସବ ପାଳନ କରିଛନ୍ତି ।ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହା ମଧ୍ୟ ପଢନ୍ତୁ:କରୱା ଚୌଥ ପାଳିଲେ ବି-ଟାଉନ ହିରୋଇନ

ପ୍ରଥମ ଥର କରୱାଚୌଥ ପାଳିଲେ ଏହି ହିରୋଇନ୍

ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ବିବାହ ପରେ ତାଙ୍କର ପ୍ରଥମ କରୱାଚୌଥ ପାଳନ କରିଛନ୍ତି । ନିକଟରେ ବ୍ୟାୟାମ ସମୟରେ ହୋଇଥିବା ଆଘାତ ହେତୁ ଡାକ୍ତର ତାଙ୍କୁ ଶଯ୍ୟାରେ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ । ଏହା ସତ୍ତ୍ୱେ ଅଭିନେତ୍ରୀ ଜ୍ୟାକିଙ୍କ ପାଇଁ ତାଙ୍କର ପ୍ରଥମ କରୱାଚୋଥ ଆୟୋଜନ କରିଛନ୍ତି । ଏଥିସହିତ କିର୍ତ୍ତୀ ଖରବନ୍ଧା-ପୁଲକିତ ସମ୍ରାଟ, ଟିଭି ଅଭିନେତ୍ରୀ ଆରତୀ ସିଂ ମଧ୍ୟ ସେମାନଙ୍କର ପ୍ରଥମ କରୱା ଚୌଥ ପାଳନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details