ହାଇଦ୍ରାବାଦ:ବଲିଉଡର ଜଣାଶୁଣା 4 କଳକାରଙ୍କୁ ବର୍ତ୍ତମାନ ହତ୍ୟା ଧମକ ଦିଆଯାଇଛି । ଏଥିମଧ୍ୟରେ ଭାରତର ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ନା ସାମିଲ । ଏହି ଇମେଲରେ କପିଲ ଶର୍ମା, ତାଙ୍କ ପରିବାର ଏବଂ ରାଜପାଲ ଯାଦବ, ରେମୋ ଡିସୁଜା ଓ ସୁଗନ୍ଧାଙ୍କୁ ହତ୍ୟା ଧମକ ଦିଆଯାଇଛି । ତେବେ ଆପଣ ଜାଣନ୍ତି କି ଏହି ହାସ୍ୟ ଅଭିନେତା ଭାରତର ସବୁଠାରୁ ଅଧିକ ରୋଜଗାର କରୁଥିବା ଟିଭି ଅଭିନେତାଙ୍କ ମଧ୍ୟରୁ ଜଣେ । ଦିନେ କପିଲ 500ଟଙ୍କାରେ ଚଳୁଥିଲେ, ଆଜି ଗୋଟିଏ ଶୋ'କୁ କୋଟି କୋଟି ଟଙ୍କା ଚାର୍ଜ କରନ୍ତି । ତେବେ ଆସନ୍ତୁ ଜାଣିବା ସମସ୍ତଙ୍କ ମୁହଁରେ ହସ ଆଣି ଦେଉଥିବା କପିଲ ଶର୍ମାଙ୍କ ମୋଟ ସମ୍ପତ୍ତି କେତେ ?
ଗୋଟିଏ ଏପିସୋଡ୍ ପାଇଁ କେତେ ଚାର୍ଜ କରନ୍ତି ?
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ହାସ୍ୟ ଅଭିନେତା କପିଲ ଶର୍ମା ଭାରତର ସର୍ବାଧିକ ରୋଜଗାର କରୁଥିବା ହିନ୍ଦୀ ହାସ୍ୟ ଅଭିନେତା । 'ଦ କପିଲ ଶର୍ମା ଶୋ'ରୁ ପ୍ରସିଦ୍ଧି ହାସଲ କରିଥିବା କପିଲ ଶର୍ମାଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ତାଙ୍କର କମେଡି ଶୋ’ ଭାରତର ଅଧିକାଂଶ ଘରେ ଦେଖାଯାଏ । ରିପୋର୍ଟ ଅନୁସାରେ, କପିଲ ଶର୍ମା ପ୍ରତ୍ୟେକ ଏପିସୋଡ୍ ପାଇଁ ୫ କୋଟି ଟଙ୍କା ରୋଜଗାର କରନ୍ତି । ଟିଭିରେ ଧମାଲ କରିବା ପରେ, କପିଲ ଶର୍ମା OTTରେ ତାଙ୍କର ନୂତନ ଶୋ' 'ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ ଶୋ' ଆଣିଛନ୍ତି । 'ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ'ର ପ୍ରଥମ ସିଜିନ୍ ବହୁତ ପ୍ରଶଂସା ପାଇଥିଲା । ଶୋ’ର ଦ୍ୱିତୀୟ ସିଜିନ୍ ମଧ୍ୟ ବହୁତ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହି ଶୋ’ ପରେ, କପିଲ ଶର୍ମାଙ୍କ ସମ୍ପତ୍ତି ବହୁତ ବଢ଼ିଯାଇଛି ।
କପିଲ ଶର୍ମାଙ୍କ ନେଟ୍ ୱର୍ଥ ?
IMBD ରିପୋର୍ଟ ଅନୁଯାୟୀ, ନେଟଫ୍ଲିକ୍ସରେ 'ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ ଶୋ'ର ଦୁଇଟି ସିଜିନ୍ ପରେ, କପିଲ ଶର୍ମାଙ୍କ ନେଟ୍ ୱର୍ଥ 300 କୋଟି ଟଙ୍କା । ଏହା ପରେ, କପିଲ ଶର୍ମା ହିନ୍ଦୀ ଟେଲିଭିଜନର ସବୁଠାରୁ ଧନୀ ଟିଭି ଅଭିନେତା ହୋଇଯାଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଭାରତର ସବୁଠାରୁ ଧନୀ ହାସ୍ୟ ଅଭିନେତାଙ୍କ ତାଲିକାରେ କପିଲ ଶର୍ମା ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଏହି ତାଲିକାର ଶୀର୍ଷରେ ଅଛନ୍ତି ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ହାସ୍ୟ ଅଭିନେତା ବ୍ରହ୍ମାନନ୍ଦମ, ଯାହାଙ୍କର ମୋଟ ସମ୍ପତ୍ତି ୪୯୦ କୋଟି ଟଙ୍କା ।