ଓଡିଶା

odisha

ETV Bharat / entertainment

ବକ୍ସ ଅଫିସରେ ଚାଲୁନି ସୂରିୟା-ବବିଙ୍କ ଯାଦୁ, ମାତ୍ର ଏତିକି ଆୟ କରିଛି 'କଙ୍ଗୁୱା' - KANGUVA BOX OFFICE COLLECTION

ସୂରିୟା ଓ ବବି ଦେଓଲଙ୍କ ଫିଲ୍ମ 'କଙ୍ଗୁୱା' ଦର୍ଶକଙ୍କ ମନ ଜିତିବାରେ ଅସଫଳ । ଫିଲ୍ମ ରିଲିଜକୁ ଏକ ସପ୍ତାହ ବିତିଥିଲେ ସୁଦ୍ଧା 100 କୋଟି ମଧ୍ୟ ଆୟ କରିପାରିନାହିଁ ।

kanguva box office collection
kanguva box office collection (Film Poster)

By ETV Bharat Entertainment Team

Published : Nov 22, 2024, 4:11 PM IST

ହାଇଦ୍ରାବାଦ:ବକ୍ସ ଅଫିସରେ ସୂରିୟା, ବବି ଦେଓଲ, ଦିଶା ପାଟାନୀଙ୍କ ଅଭିନୀତ ଫିଲ୍ମ 'କଙ୍ଗୁୱା' ନିଜ ଜଲୱା ଦେଖାଇପାରୁନି । ଫିଲ୍ମ ନଭେମ୍ୱର 14ରେ ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଏହାର ରିଲିଜର ଏକ ସପ୍ତାହ ବିତିଗଲାଣି । ଓପନିଂ ପରେ ଏହି ଚଳଚ୍ଚିତ୍ର କ୍ରମାଗତ ଭାବରେ ଏକକ ସଂଖ୍ୟାରେ ଆୟ କରୁଛି । 350 କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ଏହାର 50 ପ୍ରତିଶତ ପୁନରୁଦ୍ଧାର କରିବା କଷ୍ଟକର ହୋଇପଡୁଛି, କାରଣ ଦିନ ଯେତିକି ପାଖେଇ ଆସୁଛି ଫିଲ୍ମର କଲେକ୍ସନ୍ ଗ୍ରାଫ୍ ହ୍ରାସ ପାଉଛି । ଜାଣନ୍ତୁ ଫିଲ୍ମ କେତେ ଆୟ କରିଛି ?

'କଙ୍ଗୁୱା' ବକ୍ସ ଅଫିସ କଲେକ୍ସନ

'କଙ୍ଗୁୱା' ରିଲିଜର ଅଷ୍ଟମ ଦିନରେ ପହଞ୍ଚିଛି । ସାକନିକଙ୍କ ରିପୋର୍ଟ ଅନୁଯାୟୀ, ନଭେମ୍ବର 21 (ଦ୍ୱିତୀୟ ଗୁରୁବାର)ରେ ଫିଲ୍ମଟି ପ୍ରାୟ 2 କୋଟି ଟଙ୍କା କଲେକ୍ସନ କରିଛି । ଏପର୍ଯ୍ୟନ୍ତ ଫିଲ୍ମ 100 କୋଟି ମଧ୍ୟ ଆୟ କରିପାରିନାହିଁ । ଫିଲ୍ମ ରିଲିଜର ପ୍ରଥମ ଦିନରେ 24 କୋଟି ଟଙ୍କା ସହ ଓପନିଂ କରିଥିଲା । ଦ୍ୱିତୀୟ ଦିନରେ ଫିଲ୍ମର ଆୟ 9.5 କୋଟି ଟଙ୍କା ଥିଲା । ଏହି ଚଳଚ୍ଚିତ୍ର ତୃତୀୟ ଦିନରେ 9.85 କୋଟି, ଚତୁର୍ଥ ଦିନରେ 10.25 କୋଟି, ପଞ୍ଚମ ଦିନରେ 3.15 କୋଟି ଏବଂ ଷଷ୍ଠ ଦିନରେ 3.25 କୋଟି ଟଙ୍କା ଆୟ କରିଛି । ସେହିପରି 7ମ ଦିନରେ 2.4 କୋଟି ଏବଂ ଅଷ୍ଟମ ଦିନରେ 2 କୋଟି କଲେକ୍ସନ କରିଛି । ତେବେ ଫିଲ୍ମର ମୋଟ କଲେକ୍ସନ 64.40 ହୋଇଛି ।

  • ପ୍ରଥମ ଦିନ- 24 କୋଟି
  • ଦ୍ୱିତୀୟ ଦିନ- 9.5 କୋଟି
  • ତୃତୀୟ ଦିନ- 9.85 କୋଟି
  • ଚତୁର୍ଥ ଦିନ- 10.25 କୋଟି
  • ପଞ୍ଚମ ଦିନ- 3.15 କୋଟି
  • ଷଷ୍ଠ ଦିନ- 3.25 କୋଟି
  • ସପ୍ତମ ଦିନ- 2.4କୋଟି
  • ଅଷ୍ଟମ ଦିନ- 2 କୋଟି

ଏହା ମଧ୍ୟ ପଢନ୍ତୁ:ପରଦାକୁ ଆସିଲା 'କଙ୍ଗୁୱା', ମନ ଜିତିବାରେ ଫିଲ୍ମ ସଫଳ ନା ବିଫଳ? ଜାଣନ୍ତୁ ରିଭ୍ୟୁ

'କଙ୍ଗୁୱା' ବିଷୟରେ କହିବାକୁ ଗଲେ,

'କଙ୍ଗୁୱା' ସିରୁଥାଇ ସିଭାଙ୍କ ଦ୍ୱାରା ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ 9ମ ଶତାବ୍ଦୀରୁ ଏକବିଂଶ ଶତାବ୍ଦୀ ପର୍ଯ୍ୟନ୍ତର କାହାଣୀକୁ ଦର୍ଶାଯାଇଛି । ସୁପରଷ୍ଟାର ସୂରିୟା ଶିବକୁମାରଙ୍କ ଫିଲ୍ମରେ ବଲିଉଡ ଅଭିନେତା ବବି ଦେଓଲ, ଅଭିନେତ୍ରୀ ଦିଶା ପାଟାନି, ଯୋଗୀ ବାବୁ, କିଙ୍ଗସଲି, କୋଭାଇ ସରଲା, ଆନନ୍ଦ ରାଜଙ୍କ ପରି ଷ୍ଟାରମାନେ ଅଭିନୟ କରିଛନ୍ତି । ଏହି ଫିଲ୍ମ ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ହିନ୍ଦୀ ଏବଂ ଇଂରାଜୀ ସହିତ 10 ଟି ଭାଷାରେ ରିଲିଜ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details