ଓଡିଶା

odisha

ETV Bharat / entertainment

କମଲ@70; 200ରୁ ଅଧିକ ଫିଲ୍ମରେ ଦେଖାଇଛନ୍ତି ଜଲୱା, 6 ବର୍ଷରେ ପାଇଥିଲେ ଗୋଲ୍ଡ ମେଡାଲ୍, 2 ଥର ହାତେଇଛନ୍ତି ପଦ୍ମ ପୁରସ୍କାର - KAMAL HAASAN BIRTHDAY

କମଲ ହାସନ ଶିଶୁ କଳାକାର ଭାବେ ଅଭିୟ କ୍ୟାରିଅର ଆରମ୍ଭ କରିଥିବା ବେଳେ 6 ବର୍ଷରେ ପାଇଥିଲେ ରାଷ୍ଟ୍ରପତି ଗୋଲ୍ଡ ମେଡାଲ ।ତେବେ ଆଜି ତାଙ୍କର ଜନ୍ମଦିନରେ ଜାଣନ୍ତୁ ତାଙ୍କ ସଫଳ କ୍ୟାରିଅର ବିଷୟରେ..

kamal haasan birthday
kamal haasan birthday (ETV Bharat Odisha)

By ETV Bharat Entertainment Team

Published : Nov 7, 2024, 2:52 PM IST

ହାଇଦ୍ରାବାଦ:ସାଉଥ ଏବଂ ବଲିଉଡ ଚଳଚ୍ଚିତ୍ରରେ ନିଜର ଅଭିନୟରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତା କମଲ ହାସନଙ୍କୁ ଆଜି(ନଭେମ୍ୱର 7)ରେ 70 ବର୍ଷ ହୋଇଛି । ସେ ଏବେବି ଚଳଚ୍ଚିତ୍ରରେ ବହୁତ ସକ୍ରିୟ ଅଛନ୍ତି । ସେ ପ୍ରତ୍ୟେକ ଚରିତ୍ରରେ ଦମଦାର ଅଭିନୟ କରି ଲୋକଙ୍କ ମନ ଜିତିଛନ୍ତି । ପ୍ରଶଂସକମାନେ ମଧ୍ୟ ତାଙ୍କ ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରନ୍ତି । କମଲ ହାସନ ଖୁବ୍ କମ୍ ବୟସରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ତାଙ୍କ ନାମରେ ଅନେକ ରେକର୍ଡ ରହିଛି । ତେବେ ତାଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ସଫଳ କ୍ୟରିଅର ଏବଂ ତାଙ୍କ ବିଷୟରେ କିଛି ରୋଚକ କଥା...

ସର୍ବାଧିକ ରେକର୍ଡ ନିଜ ନାଁରେ କରିଛନ୍ତି କମଲ ହାସନ

କମଲ ହାସନ ଭାରତୀୟ ସିନେମାର ଅଭିନେତା ଯିଏ ସର୍ବାଧିକ ପରୀକ୍ଷଣ ପାଇଁ ଜଣାଶୁଣା । ଏହା 4 ମିନିଟର ଓଲଟା ଓଠ ଲିନସିଂ, କିମ୍ବା ପ୍ରୋଥେଟିକ୍ ମେକଅପ୍ ହେଉ । ଏହି ଅଭିନେତା 6 ବର୍ଷ ବୟସରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ପରଦାରେ ଅଭିନୟ କରି ଏକ ଭିନ୍ନ ପ୍ରଭାବ ଦେଖାଇଛନ୍ତି । ଭାରତୀୟ ସିନେମାରେ ସେ ଓସ୍କାରରେ ତାଙ୍କ ଚଳଚ୍ଚିତ୍ର ପାଇଁ ସର୍ବାଧିକ ନାମାଙ୍କନ ରେକର୍ଡ ରଖିଛନ୍ତି । ତାଙ୍କର 7 ଟି ଚଳଚ୍ଚିତ୍ର ଓସ୍କାରକୁ ପଠାଯାଇଛି । କେବଳ ଏତିକି ନୁହେଁ କମଲ ହାସନ ହିନ୍ଦୀ ଏବଂ ସାଉଥ ଚଳଚ୍ଚିତ୍ର ପାଇଁ 19 ଥର ଶ୍ରେଷ୍ଠ ଅଭିନେତା ପୁରସ୍କାର ମଧ୍ୟ ପାଇଛନ୍ତି । ତାଙ୍କ କ୍ୟାରିୟରରେ 6 ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଅନେକ ରେକର୍ଡ ଅଛି । ସେ ହେଉଛନ୍ତି ସର୍ବାଧିକ ଆୟ ନେଉଥିବା ପ୍ରଥମ ଭାରତୀୟ ଅଭିନେତା ଯିଏକି ଗୋଟିଏ ଫିଲ୍ମ ପାଇଁ 1 କୋଟି ଟଙ୍କା ଚାର୍ଜ କରନ୍ତି । ଏଥିସହ ସେ ଦୁଇ ଦୁଇ ଥର ପଦ୍ମ ପୁରସ୍କାର ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

କମ ବୟସରେ ହାତେଇଥିଲେ ରାଷ୍ଟ୍ରପତି ଗୋଲ୍ଡ ମେଡାଲ୍

୬ ବର୍ଷ ବୟସରୁ ହିଁ କମଲ ହାସନ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ସେ ଫିଲ୍ମ କାଲାଥୁର କାନ୍ନମ୍ମା ରେ ଶିଶୁ କଳାକାର ଭାବେ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ରାଷ୍ଟ୍ରପତିଙ୍କଠାରୁ ଗୋଲ୍ଡ ମେଡାଲ୍‌ ପାଇଥିଲେ । କମଲ ହାସନ ଶିଶୁ କଳାକାର ଭାବେ କାମ କରିଥିଲେ । ପରେ ସିନେ ଜଗତରୁ ଦୂରେଇ ରହିଥିଲେ । ପରେ ସେ ଅଭିନେତା ନୁହଁ ଫେମସ କୋରିଓଗ୍ରାଫର ଭାବେ କମବ୍ୟାକ୍‌ କରିଥିଲେ । ଅନ୍ନାଇ ବେଲକୋନି(୧୯୭୧), କାଶି ୟଥିରାଇ(୧୯୭୩) ଭଳି ଫିଲ୍ମରେ ସେ କୋରିଓଗ୍ରାଫର ଭାବେ କାମ କରିଛନ୍ତି ।

ଓସ୍କାର ଦୌଡ଼ରେ କମଲ ହାସନଙ୍କ ୭ଟି ଫିଲ୍ମ ସାମିଲ, ଦୁଇ ଥର ପଦ୍ମ ସମ୍ମାନରେ ସମ୍ମାନିତ

କମଲ ହାସନ ପ୍ରଥମ ଅଭିନେତା, ଯାହାଙ୍କ ୭ଟି ଫିଲ୍ମ ଓସ୍କାର ଦୌଡରେ ସାମିଲ ହୋଇଛି । ଏହି ୭ଟି ଫିଲ୍ମ ଶ୍ରେଷ୍ଠ ଫରେନ ଫିଲ୍ମ ବର୍ଗରେ ଭାରତ ପାଇଁ ପ୍ରତିନିଧିତ୍ବ କରିଥିଲା । ଫିଲ୍ମ ଗୁଡିକ ମଧ୍ୟରେ ହେ ରାମ, ଇଣ୍ଡିଆନ, କୁରୁଥିପୁନଲ, ଥେୱର ମଗମ, ନୟାଗନ, ସାଗର(ହିନ୍ଦୀ), ସ୍ବତୀ ମୁଥ୍ୟମ(ତେଲୁଗୁ) ଇତ୍ୟାଦି । ଏଥିସହ ସେ କଳା ଇଣ୍ଡଷ୍ଟ୍ରିରେ ତାଙ୍କର ଅବଦାନ ପାଇଁ ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ସମ୍ମାନରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:70 ବର୍ଷରେ କମଲ ହାସନ; ସ୍ପେଶାଲ ନୋଟ୍ ଲେଖି ବାପାଙ୍କୁ ବର୍ଥ ଡେ ୱିସ୍ ଜଣାଇଲେ ଶ୍ରୁତି ହାସନ

ସର୍ବାଧିକ ଫି' ନେଉଥିବା ପ୍ରଥମ କଳାକାର

କମଲ ହାସନଙ୍କୁ 1999 ମସିହାରେ ସବୁଠାରୁ ଦାମୀ ଅଭିନେତାମାନଙ୍କ ମଧ୍ୟରେ ବିବେଚନା କରାଯାଉଥିଲା । କାରଣ ସେ ତାଙ୍କ ଫିଲ୍ମ ପାଇଁ ଅଧିକ ଫି' ଆଦାୟ କରୁଥିଲେ । କମଲ ହାସନ ସାଉଥ୍‌ ବ୍ୟତୀତ ବଲିଉଡରେ ମଧ୍ୟ ନିଜର ଅଭିନୟ ଯାଦୁ ଦେଖାଇଛନ୍ତି । ୧୯୮୫ରେ ରିଲିଜ୍‌ ହୋଇଥିବା କମଲଙ୍କ ଫିଲ୍ମ 'ସାଗର' ହିଟ୍‌ ହେବା ସହ ବେଶ ଲୋକପ୍ରିୟତା ହାସଲ କରିଥିଲା । ଏହି ଫିଲ୍ମ ପାଇଁ କମଲ ହାସନଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ଶ୍ରେଷ୍ଠ ସହ ଅଭିନେତା ଭାବେ ୨ଟି ପୁରସ୍କାର ମିଳିଥିଲା । ଏହିପରି ସେ ନିଜ କ୍ୟାରିଅରରେ ୧୯ଟି ଫିଲ୍ମଫେୟାର ଆୱାର୍ଡ, ୪ଟି ଜାତୀୟ ପୁରସ୍କାର ହାସଲ କରିଛନ୍ତି ।

କମଲ ହାସନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ,କମଲ ହାସନ ତାଙ୍କ ବୃତ୍ତିଗତ ଜୀବନରେ ଅନେକ ନାମ ଅର୍ଜନ କରିଥିବାବେଳେ ତାଙ୍କର ବ୍ୟକ୍ତିଗତ ଜୀବନ ବିଶେଷ ହୋଇନାହିଁ । ସେ ଦୁଇଥର ବିବାହ କରିଥିଲେ କିନ୍ତୁ ତାଙ୍କର ଉଭୟ ସମ୍ପର୍କ ତିଷ୍ଠି ରହିଲା ନାହିଁ । କମଲ ହାସନ ପ୍ରଥମେ 1978 ମସିହାରେ ନୃତ୍ୟଶିଳ୍ପୀ ଭାନି ଗଣପତିଙ୍କୁ ବିବାହ କରିଥିଲେ । ସେତେବେଳେ ଅଭିନେତାଙ୍କୁ ମାତ୍ର 24 ବର୍ଷ ବୟସ ହୋଇଥିଲା । ସେମାନଙ୍କର ସମ୍ପର୍କ ଅଧିକ ଦିନ ରହିଲା ନାହିଁ ଏବଂ ବିବାହର କିଛି ବର୍ଷ ମଧ୍ୟରେ ସେମାନେ ଅଲଗା ହୋଇଗଲେ । ଏହା ପରେ ସେ ଅଭିନେତ୍ରୀ ସାରିକାଙ୍କୁ ଡେଟ୍ କରିଥିଲେ । ଝିଅ ଶ୍ରୁତି ହାସନଙ୍କ ଜନ୍ମ ପରେ ଅଭିନେତା ସାରିକାଙ୍କୁ ବିବାହ କରିଥିଲେ । ତା’ପରେ କିଛି ବର୍ଷ ପରେ ଝିଅ ଅକ୍ଷରା ମଧ୍ୟ ଜନ୍ମ ହୋଇଥିଲେ । ପରେ 2004 ମସିହାରେ ଦୁହେଁ ଛାଡପତ୍ର ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details