ହାଇଦ୍ରାବାଦ:ରିଲିଜ୍ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ 'କଲ୍କି ୨୮୯୮ AD' ଟ୍ରେଲର । ଏହି ଚଳଚ୍ଚିତ୍ର ଘୋଷଣା ହେବା ପରଠାରୁ ଫ୍ୟାନ୍ସଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ବର୍ତ୍ତମାନ ନିର୍ମାତା ଏହାର ଟ୍ରେଲର ରିଲିଜ କରିଛନ୍ତି । ତେବେ ଏଥିରେ ଫିଲ୍ମର କାହାଣୀ ସହ ମୁଖ୍ୟ ଷ୍ଟାରକାଷ୍ଟ୍ ପ୍ରଭାସ, ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନଙ୍କ ଚରିତ୍ରରୁ ପରଦା ହଟିଛି । ଯାହାକୁ ଲୋକେ ବେଶ ପସନ୍ଦ କରିଥିବାବେଳେ ୧୪ ଘଣ୍ଟା ମଧ୍ୟରେ କୋଟିଏରୁ ଅଧିକ ଭ୍ୟୁ ମିଳିଛି । ରିଲିଜ ପୂର୍ବରୁ ଫିଲ୍ମ ରେକର୍ଡ ସୃଷ୍ଟି କରିଥିବାବେଳେ ରିଲିଜ ପରେ ଫିଲ୍ମଟି ବକ୍ସ ଅଫିସରେ ଧମାକା କରିବ ବୋଲି କୁହାଯାଉଛି ।
ଟ୍ରେଲରରେ କ'ଣ ରହିଛି ଓ ଫିଲ୍ମର କାହାଣୀ କ'ଣ?
୩ ମିନିଟର ଏହି ଟ୍ରେଲରରେ ଉଭୟ ଦକ୍ଷିଣ ଏବଂ ଉତ୍ତରର ଏକ ମିଶ୍ରଣ ଦେଖିବାକୁ ମିଳୁଛି । ଏଥିସହ ଅମିତାଭ ଏବଂ ପ୍ରଭାସଙ୍କ ଏକ ଯୁଦ୍ଧର ଝଲକ ମଧ୍ୟ ଦେଖିବାକୁ ମିଳିଛି । 'କଲ୍କି 2898 AD' ହେଉଛି ଏକ ସାଇ-ଫାଇ ଚଳଚ୍ଚିତ୍ର, ଯାହା ଭାରତୀୟ ଦର୍ଶକଙ୍କୁ ଏକ ନୂତନ ଅନୁଭୂତି ଦେବାକୁ ଯାଉଛି । 'କଲ୍କି 2898 AD'ରେ ମହାଭାରତର ଆଧୁନିକ ଯୁଗର କାହାଣୀ ଦେଖିବାକୁ ମିଳୁଛି । ଏହି ଚଳଚ୍ଚିତ୍ରଟି 6,000 ବର୍ଷର କାହାଣୀ ଉପରେ ଆଧାରିତ । ଯାହା ମହାଭାରତରୁ ଆରମ୍ଭ ହୋଇ 2898 ମସିହାରେ ଶେଷ ହୁଏ । ତେଣୁ ଟାଇଟଲ୍, 'କଲ୍କି 2898 AD' ରଖିଛନ୍ତି ନିର୍ମାତା । ଏଥିରେ ପୁରାଣର ମିଶ୍ରଣ ସହ ବିଜ୍ଞାନ ସମ୍ୱନ୍ଧୀୟ ପ୍ରସଙ୍ଗ ମଧ୍ୟ ଦର୍ଶାଯାଇଛି ।
ଅମିତାଭ ବଚ୍ଚନଙ୍କ ନିଆରା ଅନ୍ଦାଜ:
ଟ୍ରେଲରରେ ଅମିତାଭଙ୍କୁ ଏପରି ଏକ ବିପଜ୍ଜନକ ଯୋଦ୍ଧା ଭାବରେ ଦେଖିବାକୁ ମିଳୁଛି, ସେ ଅଧିକାଂଶ ଲୋକଙ୍କୁ ନିଜ କାନ୍ଧରେ ନେଇ ତଳେ ପକାଇ ଦେଉଥିବାର ନଜର ଆସିଛନ୍ତି ।