ହାଇଦ୍ରାବାଦ:ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ 'କଲ୍କି ୨୮୯୮AD' । ରିଲିଜ ହେବା ଦିନ ଠାରୁ ଫିଲ୍ମକୁ ନେଇ ଦର୍ଶକଙ୍କ ମନ ଜିତିଆସୁଥିବା ବେଳେ ଫିଲ୍ମ ବମ୍ପର କଲେକ୍ସନ ମଧ୍ୟ କରୁଛି । ବର୍ତ୍ତମାନ ଫିଲ୍ମ ରିଲିଜର ୧୨ ଦିନରେ ମୋଟା ଅଙ୍କର କଲେକ୍ସନ କରି ବକ୍ସ ଅଫିସରେ ନୂଆ ରେକର୍ଡ କରିଛି । ଫିଲ୍ମ ଭାରତରେ ମୋଟ ୫୦୦ କୋଟିରୁ ଅଧିକ ଆୟ କରିଥିବା ବେଳେ ବିଶ୍ୱରେ ୯୦୦ କୋଟି ପାର୍ କରି ସଫଳତା ହାସଲ କରିଛି ।
ଭାରତରେ 'କଲ୍କି' କଲେକ୍ସନ
ପ୍ରଭାସଙ୍କ ଅଭିନୀତ 'କଲ୍କି 2898 AD' ଚଳିତ ବର୍ଷର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି । ୬୦୦କୋଟି ବଜେଟରେ ନିର୍ମିତ ଫିଲ୍ମ ଏବେ ଭାରତରେ ୫୦୦ କୋଟି ପାର୍ କରିଛି । ଫିଲ୍ମ ପ୍ରଥମ ଦିନରେ ୯୫ କୋଟି ଆୟ କରିଥିବା ବେଳେ ବର୍ତ୍ତମାନ ୧୨ ଦିନ ମଧ୍ୟରେ ଫିଲ୍ମ ୫୦୦ କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଛି । ରିଲିଜର ୧୨ଦିନରେ ଫିଲ୍ମ ହିନ୍ଦୀ ୬.୫ କୋଟି, ତେଲୁଗୁରେ ୩.୫ କୋଟି, ତାମିଲରେ ୭ ଲକ୍ଷ, କନ୍ନଡରେ ୧୫ ଲକ୍ଷ, ମାଲାୟାଲମ୍ ୫ ଲକ୍ଷ ଟଙ୍କା ଆୟ କରିଛି । ତେବେ ଫିଲ୍ମ ସବୁ ଭାଷାରେ ୧୧.୩୫ କୋଟି ଆୟ କରି ଭାରତରେ ଏପର୍ଯ୍ୟନ୍ତ ମୋଟ ୫୨୧.୪ କୋଟି ଟଙ୍କା କଲେକ୍ସନ କରି ରେକର୍ଡ କରିଛି । ଏହିିପରି ଫିଲ୍ମ ଖୁବଶୀଘ୍ର ନିଜ ବେଜଟ ମୂଲ୍ୟ ହାସଲ କରି ଇତିହାସ ରଚିବ ବୋଲି ଅନୁମାନ କରାଯାଉଛି ।
କଲ୍କି 2898 AD: ବକ୍ସ ଅଫିସ କଲେକ୍ସନ
- ଜୁନ ୨୭, ପ୍ରଥମ ଦିନ- ୯୫.୩ କୋଟି
- ଜୁନ ୨୮, ଦ୍ୱିତୀୟ ଦିନ- ୫୯.୩ କୋଟି
- ଜୁନ ୨୯, ତୃତୀୟ ଦିନ- ୬୬.୨ କୋଟି
- ଜୁନ ୩୦, ଚତୁର୍ଥ ଦିନ- ୮୮.୨ କୋଟି
- ଜୁଲାଇ ୧, ପଞ୍ଚମ ଦିନ- ୩୪.୧୫ କୋଟି
- ଜୁଲାଇ ୨, ୬ଷ୍ଠ ଦିନ- ୨୭. ୯୫ କୋଟି
- ଜୁଲାଇ ୩, ସପ୍ତମ ଦିନ- ୨୨.୨୫ କୋଟି
- ଜୁଲାଇ ୪, ଅଷ୍ଠମ ଦିନ- ୨୨.୪ କୋଟି
- ଜୁଲାଇ ୫, ନବମ ଦିନ- ୧୬.୭ କୋଟି
- ଜୁଲାଇ ୬, ଦଶମ ଦିନ- ୩୪.୧୫ କୋଟି
- ଜୁଲାଇ ୭, ଏକାଦଶ ଦିନ- ୪୪.୩୫ କୋଟି
- ଜୁଲାଇ ୮, ଦ୍ୱାଦଶ ଦିନ- ୧୧.୩୫ କୋଟି