ହାଇଦ୍ରାବାଦ:ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିକୁ ଝଟକା । ୱେବ ସିରିଜ 'ଦ ଟ୍ରାଏଲ୍'ରେ ବଲିଉଡ ଅଭିନେତ୍ରୀ କାଜୋଲଙ୍କ ସହ କାମ କରିଥିବା ସହ-ଅଭିନେତ୍ରୀ ନୁର ମାଲବିକା ଦାସଙ୍କ ଦେହାନ୍ତ ହୋଇଛି । ମୁମ୍ବାଇ ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା । ରିପୋର୍ଟ ଅନୁସାରେ, ଅଭିନେତ୍ରୀ ଜୀବନ ହାରିଥିବା ଜଣାପଡିଥିବା ବେଳେ ତାଙ୍କ ଆକସ୍ମିକ ମୃତ୍ୟୁ ଖବର ଶୁଣି ଇଣ୍ଡଷ୍ଟ୍ରି ଏବଂ ଫ୍ୟାନ୍ସଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
ଜୁନ ୬ରେ ଜୀବନ ହାରିଥିଲେ ନୁର ମାଲବିକା ଦାସ
ରିପୋର୍ଟ ଅନୁସାରେ, ଜୁନ ୬ ତାରିଖରେ ପୋଲିସ ମୁମ୍ୱାଇ ସ୍ଥିତ ଲୋକାଣ୍ଡୱାଲା ଘରୁ ନୁର ମାଲବିକା ଦାସଙ୍କ ମୃତଦେହ ଉଦ୍ଧାର କରିଥିଲା । ପଡୋଶୀମାନେ ଘରୁ ଦୁର୍ଗନ୍ଧ ଆସୁଥିବା ଦେଖି ଓଶିୱାରା ପୋଲିସକୁ ଖବର ଦେଇଥିଲେ । ଯାହା ପରେ ପୋଲିସ ଅଭିନେତ୍ରୀଙ୍କ ଘେର ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ସେ ନିଜ ଘରେ ଜୀବନ ହାରିଥିବା ଜଣାପଡିଛି । ତେବେ ସେ କାହିଁକି ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ତାହାର କାରଣ ଜଣାପଡିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।
ଆସିଲେନି ପରିବାର; ଏନଜିଓ ସହାୟତାରେ ଅଭିନେତ୍ରୀଙ୍କ କରାଗଲା ଅନ୍ତିମ ସଂସ୍କାର