ଓଡିଶା

odisha

ETV Bharat / entertainment

'ଦେବରା ପାର୍ଟ- ୧' ନେଇ ଭାବୁକ ହେଲେ ଜୁନିଅର ଏନଟିଆର, କହିଲେ ଫିଲ୍ମ ଆପଣଙ୍କୁ..... - Devara Part 1 - DEVARA PART 1

Jr Ntr On Devara Part 1: ଖୁବଶୀଘ୍ର 'ଦେବରା ପାର୍ଟ-୧' ସହ ପରଦାକୁ କମବ୍ୟାକ କରିବାକୁ ପ୍ରସ୍ତୁତ ରହିଛନ୍ତି ଜୁନିଅର ଏନଟିଆର । ଏହି ଚଳଚ୍ଚିତ୍ର ଅକ୍ଟୋବର ମାସରେ ରିଲିଜ ହେବାକୁ ଯାଉଛି, କିନ୍ତୁ ଏହାପୂର୍ବରୁ ଫିଲ୍ମକୁ ନେଇ ଏକ ବୟାନ ସାମ୍ନାକୁ ଆସିଛି । ଯାହାକୁ ଦେଖି ଦର୍ଶକଙ୍କ ଉତ୍ସାହ ବଢିଯାଇଛି ।

'ଦେବରା ପାର୍ଟ- ୧' ନେଇ ଭାବୁକ ହେଲେ ଜୁନିଅର ଏନଟିଆର, କହିଲେ ଫିଲ୍ମ ଆପଣଙ୍କୁ.....
'ଦେବରା ପାର୍ଟ- ୧' ନେଇ ଭାବୁକ ହେଲେ ଜୁନିଅର ଏନଟିଆର, କହିଲେ ଫିଲ୍ମ ଆପଣଙ୍କୁ.....

By ETV Bharat Odisha Team

Published : Apr 9, 2024, 6:25 PM IST

ହାଇଦ୍ରାବାଦ: 'ଆରଆରଆର'ର ସଫଳତା ପରେ ସାଉଥ ତାରକା ଜୁନିଅର ଏନଟିଆର ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଦେବରା ପାର୍ଟ-୧' ପରଦାରେ ଧମାକା କରିବାକୁ ଯାଉଛନ୍ତି । ପୂର୍ବରୁ ଏହି ଚଳଚ୍ଚିତ୍ରଟି ଏପ୍ରିଲ ମାସରେ ରିଲିଜ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଏହା ଅକ୍ଟୋବରରେ ପ୍ରେକ୍ଷାଳୟକୁ ଆସିବ । ଏହି ଫିଲ୍ମକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଏନଟିଆରଙ୍କ ଏକ ବୟାନ ସାମ୍ନାକୁ ଆସିଛି । ଯାହା ଲୋକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି ।

ନିକଟରେ 'ଟିଲୁ ସ୍କୋୟାର'ର ସଫଳତା କାର୍ଯ୍ୟକ୍ରମରେ ଜୁନିଅର ଏନଟିଆର ଯୋଗ ଦେଇଥିଲେ । ଏହି ସମୟରେ ଅଭିନେତା ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଦେବରା ପାର୍ଟ-1' ବିଷୟରେ ଆଲୋଚନା କରି ଭାବବିହ୍ୱଳ ହୋଇଛନ୍ତି । ସେ କହିଛନ୍ତି, ''ମୁଁ ଜାଣେ କି ମୁଁ ଅଧିକ କହୁଛି, ତଥାପି ମୁଁ ଏହା କହିବି। ଯଦିଓ 'ଦେବରା' ରିଲିଜ ପାଇଁ ଅନେକ ଦିନ ରହିଛି, ହେଲେ ମୁଁ ଆପଣଙ୍କୁ ଆଶ୍ୱସନା ଦେଇ କହିବାକୁ ଚାହୁଁଛି ଯେ ଏହା ଏପରି ଏକ ଚଳଚ୍ଚିତ୍ର, ଯାହାକୁ ଦେଖି ଆପଣ ସମସ୍ତେ ଗର୍ବ ଅନୁଭବ କରିବେ । ଆମେ ଏହି ଚଳଚ୍ଚିତ୍ର ପାଇଁ କଠିନ ପରିଶ୍ରମ କରୁଛୁ ଏବଂ ଆମର ଦର୍ଶକଙ୍କୁ ଆମର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଆମର ପ୍ରୟାସ ଜାରି ରଖିବୁ।''

'ଦେବରା' ବିଷୟରେ କହିବାକୁ ଗଲେ,ନିର୍ଦ୍ଦେଶକ କୋର୍ଟଲା ଶିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ପୂର୍ବରୁ ଏହି ଫିଲ୍ମର ନାଁ NTR 30 ଥିଲା । ପରେ ଏହାର ନାଁ ଘୋଷଣା କରିଥିଲେ ନିର୍ମାତା । ଫିଲ୍ମର ନାଁ ପରବର୍ତ୍ତୀ ସମୟରେ ଦେବରା ଘୋଷଣା କରିଥିଲେ । ଦୁଇଟି କିସ୍ତିରେ ଫିଲ୍ମ ପରଦାକୁ ଆସିବ। ତେବେ 'ଦେବରା: ପ୍ରଥମ ଭାଗ ଅକ୍ଟୋବର ୧୦ ତାରିଖରେ ମୁକ୍ତିଲାଭ କରିବ ।

ଏହା ମଧ୍ୟ ପଢନ୍ତୁ:ଗୋଆରେ 'ଦେବରା' ସୁଟିଂ ସାରିଲେ ଜାହ୍ନବୀ, ସେୟାର କଲେ ଫଟୋ

'ଦେବରା' ଷ୍ଟାର କାଷ୍ଟ

ଏହି ଫିଲ୍ମରେ ଜନୁିଅର ଏନଟିଆରଙ୍କ ବ୍ୟତୀତ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ଅଭିନେତା ସୈଫ ଅଲ୍ଲୀ ଖାନ ମଧ୍ୟ ନଜର ଆସିବେ । ଏହି ଫିଲ୍ମ ସହ ଉଭୟ ସୈଫ ଏବଂ ଜାହ୍ନବୀ ଟଲିଉଡରେ ଡେବ୍ୟୁ କରିବା ସହ ପ୍ରଥମ ଥର ପାଇଁ ଜନୁିଅର ଏନଟିଆରଙ୍କ ସ୍କ୍ରିନ୍‌ ସେୟାର କରିବେ। ମିଡିଆ ରିପୋର୍ଟ ଅନୁଯାୟୀ, ଆରଆରଆର ପରି, ଏହି ତେଲୁଗୁ ଚଳଚ୍ଚିତ୍ରରେ ଅନେକ ଆକ୍ସନ ସିନ ରହିଥିବା କୁହାଯାଉଛି । ବିଗ ବଜେଟରେ ଫିଲ୍ମ ପ୍ରସ୍ତୁତ ହୋଇଥିବା ବେଳେ ନିର୍ମାତାମାନେ ଏହାର ଭିଏଫଏକ୍ସ ପାଇଁ ୧୪୦କୋଟି ଟଙ୍କା ଖର୍ଚ୍ଚ କରୁଥିବା ଜଣାପଡିଛି ।

ABOUT THE AUTHOR

...view details