ହାଇଦ୍ରାବାଦ:ସାଉଥ୍ ସୁପରଷ୍ଟାର ଜୁନିଅର ଏନଟିଆର ତାଙ୍କର ପରବର୍ତ୍ତୀ ଆକ୍ସନ୍ ଫିଲ୍ମ 'ଦେବରା ପାର୍ଟ-୧' ପାଇଁ ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଛି । ଅଭିନେତା ଗୋଆରେ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ନିର୍ମାତା ସୋସିଆଲ ମିଡିଆରେ ସୁଟିଂ ସେଟରୁ ଫଟୋ ସେୟାର କରି ଏହାର ଝଲକ ଦେଖାଇଛନ୍ତି । ଫଟୋରେ ଜୁନିଅର ଏନଟିଆରଙ୍କ ଡ୍ୟାସିଂ ଲୁକ୍ ଦେଖିବାକୁ ମିଳିଛି ।
ଇନଷ୍ଟାଗ୍ରାମରେ ନିର୍ମାତା ସେୟର କରିଥିବା ଫଟୋରେ ଜୁନିଅର ଏନଟିଆର ଏବଂ ନିର୍ଦ୍ଦେଶକ କୋର୍ଟଲା ଶିବା ଏକାଠି ନଜର ଆସିଛନ୍ତି । ଏଥିସହ ଫଟୋରେ ଏନଟିଆରଙ୍କୁ ତାଙ୍କ ଚରିତ୍ରରେ ଦେଖିବାକୁ ମିଳିଥିବା ବେଳେ ସେ ଲୁଙ୍ଗି ସହ ବ୍ରାଉନ ରଙ୍ଗର ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି । ସେପଟେ ଗୋଆରେ ଏକ ସପ୍ତାହ ସୁଟିଂ ଜାରି ରହିବାକୁ ଥିବା ବେଳେ ଜାହ୍ନବୀ କପୁର ମଧ୍ୟ ଗତକାଲି ହାଇଦ୍ରାବାଦରୁ ଗୋଆ ଅଭିମୁଖେ ଯାତ୍ରା କରିଥିବା ଜଣାପଡିଛି । ଫିଲ୍ମର କିଛି ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ଏବଂ ଏନଟିଆର ଓ ଜାହ୍ନବୀ ଏକ ଗୀତର ସୁଟିଂ କରିବେ ବୋଲି ଜଣାପଡିଛି ।
ନିର୍ଦ୍ଦେଶକ କୋର୍ଟଲା ଶିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ପୂର୍ବରୁ ଏହି ଫିଲ୍ମର ନାଁ NTR 30 ଥିଲା । ପରେ ଏହାର ନାଁ ଘୋଷଣା କରିଥିଲେ ନିର୍ମାତା । ଫିଲ୍ମର ନାଁ ପରବର୍ତ୍ତୀ ସମୟରେ ଦେବରା ଘୋଷଣା କରିଥିଲେ । ଦୁଇଟି କିସ୍ତିରେ ଫିଲ୍ମ ପରଦାକୁ ଆସିବ। ତେବେ 'ଦେବରା: ପ୍ରଥମ ଭାଗ ଅକ୍ଟୋବର ୧୦ ତାରିଖରେ ମୁକ୍ତିଲାଭ କରିବ। ଏହି ଫିଲ୍ମରେ ସୈଫ ଏବଂ ଏନଟିଆରଙ୍କ ବ୍ୟତୀତ ଜାହ୍ନବୀ କପୁର ମଧ୍ୟ ନଜର ଆସିବେ । ଏହି ଫିଲ୍ମ ସହ ଉଭୟ ସୈଫ ଏବଂ ଜାହ୍ନବୀ ଟଲିଉଡରେ ଡେବ୍ୟୁ କରିବା ସହ ପ୍ରଥମ ଥର ପାଇଁ Jr. ଏନଟିଆରଙ୍କ ସ୍କ୍ରିନ୍ ସେୟାର କରିବେ।
ଏହା ମଧ୍ୟ ପଢନ୍ତୁ:ଘୁଞ୍ଚିଲା 'ଦେବରା' ରିଲିଜ ଡେଟ୍, ଏପ୍ରିଲ ନୁହେଁ ଅକ୍ଟୋବରରେ ପରଦାକୁ ଆସିବ ଫିଲ୍ମ
କହିରଖୁଛୁ କି, ଯଦି ଏନଟିଆରଙ୍କ ଫିଲ୍ମ 'ଦେବରା: ପ୍ରଥମ ଭାଗ' ଏପ୍ରିଲ ୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥାନ୍ତା, ତେବେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ସହ ଟକ୍କର ଦେଇଥାନ୍ତା । କାରଣ ଅକ୍ଷୟଙ୍କ ଏହି ଫିଲ୍ମ ଏପ୍ରିଲ ୯ରେ ମୁକ୍ତିଲାଭ କରୁଛି । ତେବେ କେଉଁ କାରଣରୁ ଦେବରା ରିଲିଜ ତାରିଖ ଘୁଞ୍ଚାଯାଇଛି ତାହା ପ୍ରକାଶ ହୋଇନାହିଁ କିନ୍ତୁ, ଏହି ଟକ୍କର ପାଇଁ ଫିଲ୍ମର ରିଲିଜ ତାରିଖ ଘୁଞ୍ଚିଥିବା ଚର୍ଚ୍ଚା ହେଉଛି ।