ଓଡିଶା

odisha

ସଂସଦରେ ସ୍ୱାମୀଙ୍କ ନାଁରେ ସମ୍ବୋଧନ ନେଇ ତାତିଲେ ଜୟା, କହିଲେ, ମୋର କିଛି ଅସ୍ତିତ୍ୱ ନାହିଁ କି ? - Jaya Bachchan

By ETV Bharat Odisha Team

Published : Jul 30, 2024, 10:46 AM IST

Updated : Aug 6, 2024, 12:45 PM IST

Jaya Bachchan In RajyaSabha: ସଂସଦରେ ଆଲୋଚନା ସମୟରେ ରାଜ୍ୟସଭା ଉପାଧ୍ୟକ୍ଷ ଜୟା ବଚ୍ଚନଙ୍କୁ ଜୟା ଅମିତାଭ ବଚ୍ଚନ ବୋଲି ସମ୍ବୋଧିତ କରିଥିଲେ । ଯାହାକୁ ନେଇ ତାତିବା ସହ ଆପତ୍ତି କଲେ ଜୟା । ଅଧିକ ପଢନ୍ତୁ,

ସଂସଦରେ ସ୍ୱାମୀଙ୍କ ନାଁରେ ସମ୍ବୋଧିତ ନେଇ ତାତିଲେ ଜୟା, କହିଲେ- ମୋର କିଛି ଅଶ୍ୱିସ୍ତ ନାହିଁ କି?
ସଂସଦରେ ସ୍ୱାମୀଙ୍କ ନାଁରେ ସମ୍ବୋଧିତ ନେଇ ତାତିଲେ ଜୟା, କହିଲେ- ମୋର କିଛି ଅଶ୍ୱିସ୍ତ ନାହିଁ କି? (ANI, ETV Bharat Odisha)

ହାଇଦ୍ରାବାଦ:ସାଂସଦ ତଥା ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ ଏପରି ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ୱ, ଯିଏ ତାଙ୍କ ଆକ୍ରୋଶ ପାଇଁ ଅନେକ ସମୟରେ ହେଡଲାଇନରେ ରହିଥା’ନ୍ତି । ଏପରି ସମୟରେ ଜୟା ବଚ୍ଚନ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ବର୍ତ୍ତମାନ ଜୟାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ସଂସଦରେ ରାଜ୍ୟସଭାର ଉପାଧ୍ୟକ୍ଷଙ୍କ ଉପରେ ବର୍ଷିଥିବାର ନଜର ଆସିଛନ୍ତି । ଜୟ ବଚ୍ଚନ ସଂସଦ ଅଧିବେଶନରେ ସ୍ୱାମୀ ତଥା ଅଭିନେତା ଅମିତାଭ ବଚ୍ଚନଙ୍କ ନାଁରେ ସମ୍ବୋଧିତ କରିଥିଲେ । ଯାହାକୁ ନେଇ ଜୟା ବଚ୍ଚନ ଆପତ୍ତି ଉଠାଇବା ସହ ଜବାବ ଦେଇଥିଲେ ।

ସଂସଦରେ ତାତିଲେ ଜୟା ବଚ୍ଚନ

ANI ରାଜ୍ୟସଭାରେ ଚାଲିଥିବା ସଂସଦ ଅଧିବେଶନରୁ ଜୟା ବଚ୍ଚନଙ୍କ ଭିଡିଓ ସେୟାର କରିଛି । ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଜୁଲାଇ 29 ସୋମବାର ଦିନ ସଂସଦ ଅଧିବେଶନରେ ତାଙ୍କ ପକ୍ଷ ଉପସ୍ଥାପନ କରିବାକୁ ଜୟା ବଚ୍ଚନଙ୍କୁ ଆମନ୍ତ୍ରଣ କରିଥିଲେ। ସେ କହିଥିଲେ, ‘‘ଦୟାକରି ଜୟା ଅମିତାଭ ବଚ୍ଚନ ଜୀ ।’’ ଏହା ଶୁଣି ଜୟା ବଚ୍ଚନ ଉତ୍ତେଜିତ ହେବା ସହ ଉପାଧ୍ୟକ୍ଷ ହରିବଂଶଙ୍କୁ ଏହାର ଜବାବ ଦେଇଥିଲେ ।

''ମହିଳା ମାନଙ୍କ ଅସ୍ତିତ୍ୱ ନାହିଁ କି ?''

ଉପାଧ୍ୟକ୍ଷ ଜୟାଙ୍କୁ ସମ୍ୱୋଧିତ କରି କହିଲେ ‘‘ଶ୍ରୀମତୀ ଜୟା ଅମିତାଭ ବଚ୍ଚନଜୀ କୁହନ୍ତୁ ।’’ ଏହା ଶୁଣି ଜୟା ବଚ୍ଚନ ଉପାଧ୍ୟକ୍ଷଙ୍କୁ କହିଲେ, ‘‘ସାର୍, ଯଦି ଜୟା ବଚ୍ଚନ କହିଥାନ୍ତେ ତେବେ ଯଥେଷ୍ଟ ହୋଇଥାନ୍ତା । ଉପାଧ୍ୟକ୍ଷ ହସି ହସି କୁହନ୍ତି,‘‘ସମ୍ପୂର୍ଣ୍ଣ ନାମ ଏଠାରେ ଲେଖାଯାଇଥିଲା, ତେଣୁ ମୁଁ ଏହାକୁ ପୁନରାବୃତ୍ତି କଲି। ।’’ ଏହା ଉପରେ ଜୟା ବଚ୍ଚନ କହିଥିଲେ,''ଏହା ଏକ ନୂଆ ଉପାୟ ଯାହା ଦ୍ୱାରା ମହିଳାମାନେ ନିଜ ସ୍ୱାମୀଙ୍କ ନାମରେ ପରିଚିତ ହେବେ । ତାଙ୍କର କୌଣସି ଅସ୍ତିତ୍ୱ ନାହିଁ କି । ତାଙ୍କର କୌଣସି ଉପଲବ୍ଧି ନାହିଁ କି । ମହିଳାମାନଙ୍କ ନିଜସ୍ୱ କୌଣସି ଅସ୍ତିତ୍ୱ ନାହିଁ କି । ଏହି ନୂଆ ଟ୍ରେଣ୍ଡ ଯୁକ୍ତିଯୁକ୍ତ ନୁହେଁ ।''

ଏହା ମଧ୍ୟ ପଢନ୍ତୁ:କେବିସି ମଞ୍ଚରେ ଏମିତି କଣ କହି‌ଦେଲେ ପତ୍ନୀ ଜୟା, କାନ୍ଦି ପକାଇଲେ ବିଗ୍‌ ବି

ସୋସିଆଲ ମିଡିଆରେ ଭାଇରାଲ ଭିଡିଓ

ସଂସଦରେ ଜୟା ବଚ୍ଚନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ଅଭିନେତ୍ରୀଙ୍କ ଚିନ୍ତାଧାରାକୁ ଠିକ୍ ବୋଲି କହିଛନ୍ତି । କାରଣ ବିବାହ ପୂର୍ବରୁ ମଧ୍ୟ ସେ ଜଣେ ବଡ ଅଭିନେତ୍ରୀ ହୋଇସାରିଥିଲେ ଏବଂ ନିଜର ଏକ ପରିଚୟ ପାଇ ସାରିଥିଲେ । ଅନ୍ୟପଟେ ଆଉ କିଛି ଲୋକ ପତ୍ନୀଙ୍କ ନାମ ସହ ସ୍ୱାମୀଙ୍କ ନାମ ଯୋଡିବାରେ କ’ଣ ଭୁଲ୍ ଅଛି ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 6, 2024, 12:45 PM IST

ABOUT THE AUTHOR

...view details