ହାଇଦ୍ରାବାଦ:ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲ ମେ ୧୪ ରୁ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ମେ ୨୫ ଯାଏଁ ଜାରି ରହିବ । ଏହି ସମୟରେ ଏହି ଅନ୍ତଃରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ନିଜର ଜଲୱା ଦେଖାଇଛନ୍ତି । ପ୍ରଥମେ ଐଶ୍ୱର୍ଯ୍ୟା ରାୟ, ଉର୍ବଶୀ ରୌତେଲା ନିଜ ଗ୍ଲାମରସ ଲୁକରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ପରେ କିଆରା ଆଡଭାନୀ ଡେବ୍ୟୁ କରିଥିବା ବେଳେ ବର୍ତ୍ତମାନ ରେଡ କାର୍ପେଟରେ ଜ୍ୟାକଲିନ ଫର୍ଣ୍ଣାଡିଜ ଡେବ୍ୟୁ କରିଛନ୍ତି । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଜ୍ୟାକଲିନ କାନ୍ସରେ ଗୋଲ୍ଡେନ ରଙ୍ଗର ଆଉଟଫିଟରେ ନଜର ଆସିଥିଲେ । ସେ ଚଳିତ ବର୍ଷ ପ୍ରଥମ ଥର ପାଇଁ ରେଡ କାର୍ପେଟରେ ନଜର ଆସିଛନ୍ତି । କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜ୍ୟାକଲିନ ଫର୍ଣ୍ଣାଡିଜ ବିଳାସପୂର୍ଣ୍ଣ କାର ବ୍ରାଣ୍ଡ BMW କୁ ପ୍ରତିନିଧିତ୍ୱ କରିଥିଲେ । ଏହି ସମୟରେ ସେ ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଥିଲେ ଯେ, କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରି ବହୁୁତ ଖୁସି । ଏଥିସହ ଅଭିନେତ୍ରୀ କାନ୍ସରୁ ନିଜର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ସେ ଏହା ସେୟାର କରି କ୍ୟାପସନରେ ଲେଖିଛନ୍ତି, ''କାନ୍ସରେ 'ଦି ସବଷ୍ଟାନ୍ସ'ର ପ୍ରିମିୟର୍ ପାଇଁ ରେଡ କାର୍ପେଟରେ ସାମିଲ ହେବାର ସୁଯୋଗ ଦେଇଥିବାରୁ ବିଏମଡବ୍ଲୁ ଇଣ୍ଡିଆକୁ ଧନ୍ୟବାଦ।'' ଅଭିନେତ୍ରୀଙ୍କ ଏହି ଲୁକର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି ।
ଯଦିଓ ଅଭିନେତ୍ରୀ ପ୍ରଥମ ଥର ପାଇଁ କାନ୍ସ ରେଡ କାର୍ପେଟରେ ନିଜର ଜଲୱା ଦେଖାଇଛନ୍ତି । କିନ୍ତୁ ସେ ପୂର୍ବରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇସାରିଛନ୍ତି । ୨୦୧୫ ରେ, ତାଙ୍କୁ ମାଲେସିଆର ରାଣୀ ନିମନ୍ତ୍ରଣ କରିଥିଲେ ଏବଂ ସେ ଏକ ପାର୍ଟୀରେ ଯୋଗ ଦେଇଥିଲେ । କିନ୍ତୁ କାନ୍ସରେ ନିଜ ସୌନ୍ଦର୍ଯ୍ୟର ଜଲୱା ଦେଖାଇନଥିଲେ । ସୂଚନା ଥାଉ କି, ଜ୍ୟାକଲିନଙ୍କ ବ୍ୟତୀତ କିଆରା ଆଡଭାନୀ ଏବଂ ସାଉଥ ଅଭିନେତ୍ରୀ ଶୋଭିତା ଧୁଲିପାଲା ମଧ୍ୟ ଚଳିତ ବର୍ଷ କାନ୍ସରେ ଡେବ୍ୟୁ କରିଥିଲେ । ଚଳିତ ବର୍ଷ କାନ୍ସରେ ଉପସ୍ଥିତ ଥିବା ଅନ୍ୟ ଭାରତୀୟ ଅଭିନେତ୍ରୀମାନଙ୍କ ମଧ୍ୟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଆଦିତି ରାଓ ହାଇଦରୀ ଏବଂ ଉର୍ବଶୀ ରୌତେଲା ନିଜର ଜଲୱା ଦେଖାଇଛନ୍ତି ।