ହାଇଦ୍ରାବାଦ:ବଲିଉଡର ଶ୍ରେଷ୍ଠ ଅଭିନେତା ଜ୍ୟାକି ଶ୍ରଫ ତାଙ୍କର ଭିନ୍ନ ଶୈଳୀ ପାଇଁ ଜଣାଶୁଣା । ତାଙ୍କ ଷ୍ଟାଇଲ ଏବଂ କଥାବାର୍ତ୍ତା ଶୈଳୀ ଯାହା ତାଙ୍କୁ ଅନ୍ୟ ବଲିଉଡ ଅଭିନେତାମାନଙ୍କଠାରୁ ଭିନ୍ନ କରିଛି । ଯେତେବେଳେ ଜ୍ୟାକି କାହା ସହିତ କଥାବାର୍ତ୍ତା କରନ୍ତି, ସେ ନିଶ୍ଚିତ ଭାବରେ 'ଭିଡୁ' ଶବ୍ଦ ବ୍ୟବହାର କରନ୍ତି । ସମସ୍ତେ ଜ୍ୟାକି ଶ୍ରଫଙ୍କ ଏହି ଶବ୍ଦ ବ୍ୟବହାର କରିବାକୁ ବା ତାଙ୍କ ନକଲ କରିବାକୁ ଭଲପାଆନ୍ତି । ତେବେ ବର୍ତ୍ତମାନ ଅଭିନେତା ସେହି ଲୋକଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜ୍ୟାକି ଶ୍ରଫ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ଏହି ଆବେଦନରେ ସେ ତାଙ୍କର ବ୍ୟକ୍ତିଗତ ତଥା ପ୍ରଚାର ଅଧିକାରର ସୁରକ୍ଷା ଦାବି କରିଛନ୍ତି ।
ଜ୍ୟାକି ଶ୍ରଫଙ୍କ ବିନା ଅନୁମତିରେ ତାଙ୍କ ନାମ, ଫଟୋ, ସ୍ୱର ଏବଂ 'ଭିଡୁ' ଶବ୍ଦ ବ୍ୟବହାର କରୁଥିବା ସଂସ୍ଥା ବିରୋଧରେ ଜ୍ୟାକି ଶ୍ରଫ ଏକ ମକଦ୍ଦମା ଦାୟର କରିଛନ୍ତି । ଜ୍ୟାକି ଶ୍ରଫ ଆବେଦନରେ ଦର୍ଶାଇଛନ୍ତି ଯେ ସୋସିଆଲ ମିଡିଆ ଏବଂ ଏଆଇ(AI) ଆପ୍ ବ୍ୟତୀତ ଅନ୍ୟ କୌଣସି ପ୍ଲାଟଫର୍ମରେ ତାଙ୍କ ସ୍ୱର, ଚିତ୍ର କିମ୍ବା ତାଙ୍କ ସହ ଜଡିତ କିଛି ଜିନିଷ ବ୍ୟବହାର କରିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଏଥିସହ କେହି ଯଦି ଏହାକୁ ବ୍ୟବହାର କରିବାକୁ ଚାହେଁ, ତେବେ ତା' ପୂର୍ବରୁ ସେ ତାଙ୍କଠାରୁ ଅନୁମତି ନିଆଯିବା ଉଚିତ ବୋଲି କୋର୍ଟ ନିର୍ଦ୍ଦେଶ ଦେବା ଉଚିତ । ସେମାନଙ୍କ ଅନୁମତି ବିନା କିଛି ବ୍ୟବହାର କରନ୍ତୁ ନାହିଁ । ବର୍ତ୍ତମାନ ଏହି ମାମଲାର ସମ୍ପୂର୍ଣ୍ଣ ଶୁଣାଣି ମେ ୧୫ରେ ହେବ ।