ଓଡିଶା

odisha

ETV Bharat / entertainment

କିଏ ଜସ୍ମିନ ୱାଲିଆ ? IND vs PAK ମ୍ୟାଚ୍‌ରେ ଆସିଲେ ନଜର, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଡେଟିଂ ନେଇ ଚର୍ଚ୍ଚା - HARDIK PANDYA GIRLFRIEND JASMIN

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଛାଡପତ୍ର ପରେ, ତାଙ୍କୁ ଜସ୍ମିନ ୱାଲିଆଙ୍କ ସହ ଯୋଡା ଯାଉଛି । ୱାଲିଆ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବାକୁ ପହଞ୍ଚିଥିବା ବେଳେ ଉଭୟଙ୍କ ଡେଟିଂ ନେଇ ଚର୍ଚ୍ଚା ଜୋର ଧରିଛି ।

hardik pandya rumoured girlfriend jasmin walia
hardik pandya rumoured girlfriend jasmin walia (IANS)

By ETV Bharat Entertainment Team

Published : Feb 24, 2025, 11:39 AM IST

ହାଇଦ୍ରାବାଦ:ଗତ ରବିବାର (23 ଫେବୃଆରୀ 2025)ରେ ICC ଚାମ୍ପିଅନ୍ସ ଟ୍ରଫି 2025ର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୁବାଇରେ ଖେଳାଯାଇଥିଲା । କ୍ରିକେଟ ପ୍ରେମୀଙ୍କ ସମେତ ଅନେକ ସେଲିବ୍ରିଟି ମଧ୍ୟ ମ୍ୟାଚ ଦେଖିବାକୁ ଦୁବାଇ ପହଞ୍ଚିଥିଲେ । ଯାହାଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାରି ମଧ୍ୟରେ ଜସ୍ମିନ ୱାଲିଆଙ୍କୁ ମଧ୍ୟ ଏଠାରେ ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଆଜିକାଲି, ଜସ୍ମିନଙ୍କ ନାମ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଯୋଡାଯାଉଥିବା ବେଳେ ଏହି ମ୍ୟାଚରେ ତାଙ୍କ ଉପସ୍ଥିତି ଉଭୟଙ୍କ ମଧ୍ୟରେ ଡେଟିଂ ନେଇ ଚର୍ଚ୍ଚା ବଢାଇଛି ।

କହିରଖୁଛୁ କି, ନତାଶା ଷ୍ଟାନକୋଭିକଙ୍କ ଠାରୁ ଛାଡପତ୍ର ପରେ ପାଣ୍ଡ୍ୟା ଏବଂ ଜସ୍ମିନଙ୍କୁ ପରସ୍ପରକୁ ଡେଟ୍ କରୁଥିବା କୁହାଯାଉଛି । ହେଲେ ଦୁହେଁ ଏପର୍ଯ୍ୟନ୍ତ ଏପରି କିଛି ନିଶ୍ଚିତ କରିନାହାଁନ୍ତି । ଏହି ସମୟରେ, ଯେତେବେଳେ ଜାସ୍ମିନ୍ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଉପଭୋଗ କରିବାକୁ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପହଞ୍ଚିଥିଲେ, ତାଙ୍କ ଫଟୋ କ୍ୟାମେରା ନଜରରେ ଆସିବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ବ୍ୟତୀତ ଜସ୍ମିନ୍ ୱାଲିଆଙ୍କ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ, ଜସ୍ମିନ ଷ୍ଟାଣ୍ଡରେ ଠିଆ ହୋଇ କ୍ୟାମେରାକୁ ଏକ ଫ୍ଲାଇଂ କିସ୍ ଦେଉଥିବାର ଦେଖିବାକୁ ମିଳିଛି । ସେ ହାତ ହଲାଇ ଲୋକମାନଙ୍କୁ ଅଭିବାଦନ ମଧ୍ୟ କରିଥିଲେ । ଜସ୍ମିନଙ୍କ ଉପସ୍ଥିତି ତାଙ୍କ ଏବଂ ହାର୍ଦ୍ଦିକଙ୍କ ଡେଟିଂ ଚର୍ଚ୍ଚାକୁ ଆହୁରି ବଢାଇଛି ।

ଜସ୍ମିନଙ୍କୁ ପୂର୍ବରୁ ଅନ୍ୟ ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା

ଏହା ପ୍ରଥମ ଥର ନୁହେଁ ଯେ ଜସ୍ମିନ୍ ୱାଲିଆଙ୍କୁ ଭାରତର ମ୍ୟାଚ୍‌ରେ ଦେଖିବାକୁ ମିଳିଛି । ଏହା ପୂର୍ବରୁ, ଗତ ବର୍ଷ ଭାରତ ବନାମ ଶ୍ରୀଲଙ୍କା ସିରିଜରେ ଶ୍ରୀଲଙ୍କା ଷ୍ଟାଡିୟମରେ ଖେଳାଯାଇଥିବା ସମସ୍ତ ମ୍ୟାଚରେ ଜସ୍ମିନଙ୍କୁ ଦେଖିବାକୁ ମିଳିଥିଲା । କହିରଖୁଛୁ କି, ଜସ୍ମିନ ଜଣେ ଜଣାଶୁଣା ବ୍ରିଟିଶ ଗାୟିକା ଏବଂ ପ୍ରସିଦ୍ଧ ଟିଭି ବ୍ୟକ୍ତିତ୍ୱ ।

ଏହା ମଧ୍ୟ ପଢନ୍ତୁ:ସ୍ବାଗର-ପାଣ୍ଡ୍ୟା: ଦୁଇ ଦୁଇଥର ବିବାହ ପରେ ବି ସିଙ୍ଗିଲ୍‌

ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଜସ୍ମିନ ୱାଲିଆଙ୍କ ଡେଟିଂ ଚର୍ଚ୍ଚା

୨୦୨୪ ଅଗଷ୍ଟରେ ହାର୍ଦ୍ଦିକ ଏବଂ ଜସ୍ମିନଙ୍କ ମଧ୍ୟରେ ଡେଟିଂ ଖବର ସାମ୍ନାକୁ ଆସିଥିଲା । ଯେତେବେଳେ ଦୁହେଁ ଗ୍ରୀସର ଗୋଟିଏ ସ୍ଥାନରେ ଛୁଟି ବିତାଉଥିବାର ନଜର ଆସିଥିଲେ । ସେମାନେ ସୋସିଆଲ ମିଡିଆରେ ପରସ୍ପରକୁ ଫଲୋ କରିବା ମଧ୍ୟ ଆରମ୍ଭ କରିଥିଲେ ଏବଂ କ୍ରିକେଟର ପ୍ରାୟତଃ ଜସ୍ମିନଙ୍କ ସମସ୍ତ ପୋଷ୍ଟକୁ ଲାଇକ୍ କରିଥିବା ଦେଖିବାକୁ ମିଳିଥିଲା । ସେବେ ଠାରୁ ଉଭୟଙ୍କ ଡୋଟିଂ ଖବର ସାମ୍ନାକୁ ଆସିଛି ।

ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶାଙ୍କ ଛାଡପତ୍ର

ଡେଟିଂ ଗୁଜବ ପ୍ରକାଶ ପାଇବାର ମାତ୍ର ଗୋଟିଏ ମାସ ପୂର୍ବରୁ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାସା ଷ୍ଟାନକୋଭିକ୍ ଚାରି ବର୍ଷର ବିବାହ ପରେ ସେମାନଙ୍କ ଛାଡପତ୍ର ଘୋଷଣା କରିଥିଲେ । ଦୁହେଁ ଇନଷ୍ଟାଗ୍ରାମରେ ଏକ ମିଳିତ ପୋଷ୍ଟ ମାଧ୍ୟମରେ ସେମାନଙ୍କ ଅଲଗା ହେବାର ନିଶ୍ଚିତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details