ହାଇଦ୍ରାବାଦ:ମାଆ ହେବା ଦୁନିଆର ସମସ୍ତ ମହିଳାଙ୍କ ସ୍ୱପ୍ନ ଥାଏ । ନିଜେ ଗର୍ଭଧାରଣ କରିବା ଠାରୁ ଆରମ୍ଭ କରି ପିଲା ଜନ୍ମ କରିବା ଯାଏଁ ଏହି ଅନୁଭବ ଜଣେ ମାଆ ପାଇଁ ବେଶ ନିଆରା ହୋଇଥାଏ । ହେଲେ କିଛି ମହିଳା ରୋଗ କିମ୍ୱା ଶାରିରୀକ ସ୍ଥିତି ସମେତ କିଛି ସମସ୍ୟା କାରଣରୁ ଗର୍ଭବତୀ ହୋଇପାରନ୍ତି ନାହିଁ । ଏପରି ସମୟରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏତେ ଅଗ୍ରଗତି କରିଛି ଯେ ଯେଉଁମାନେ ପିତାମାତା ହୋଇପାରିବେ ନାହିଁ ସେମାନେ ଆଇଭିଏଫ୍ ଏବଂ ସେରୋଗେସି ମାଧ୍ୟମରେ ପିତାମାତା ହୋଇପାରିବେ । ଏହି ତାଲିକାରେ କିଛି ଭାରତୀୟ ସେଲିବ୍ରିଟି ରହିଛନ୍ତି । ଯେଉଁମାନେ ଏହି ଟେକ୍ନିକରେ ପିତାମାତା ହୋଇଛନ୍ତି । ଏଥିରେ କିଛି ଏପରି ତାରକା ମଧ୍ୟ ରହିଛନ୍ତି ଯେଉଁମାନେ ବିନା ବିବାହରେ ମଧ୍ୟ ପିତାମାତା ହୋଇଛନ୍ତି । ତେବେ ଆଜି ବିଶ୍ୱ ଆଇଭିଏଫ ଦିବସ ଅବସରରେ ଭାରତରେ କେଉଁ ସେଲିବ୍ରିଟି ପିତାମାତା ହେବା ପାଇଁ ଏହାର ସାହାରା ନେଇଛନ୍ତି । ଜାଣନ୍ତୁ,
ଏହି ଭାରତୀୟ ସେଲିବ୍ରିଟି ନେଇଛନ୍ତିIVFର ସାହାରା
ନୀତା ଅମ୍ୱାନୀ, ଇଶା ଅମ୍ୱାନୀଙ୍କ ଠାରୁ ଆରମ୍ଭ କରି ଗୌରୀ ଖାନ, ଶିଳ୍ପୀ ଶେଟ୍ଟୀ, ପ୍ରିୟଙ୍କା ଚୋପ୍ରା ଏବଂ ସନ୍ନି ଲିଓନି ଭଳି ତାରକା ଆଇଭିଏଫ(IVF) ଜରିଆରେ ମାଆ ହୋଇଛନ୍ତି । ଏଥିରେ କିଛି ଏପରି ତାରକା ମଧ୍ୟ ରହିଛନ୍ତି ଯେଉଁମାନେ ବିନା ବିବାହରେ ମଧ୍ୟ ପିତା ହୋଇଛନ୍ତି । କରଣ ଜୋହର, ତୁଷାର କପୁର ଭଳି ତାରକା ବିନା ବିବାହରେ ବାପା ହୋଇଛନ୍ତି ।
ନୀତା ଅମ୍ୱାନୀ- ଇଶା ଓ ଆକାଶ ଅମ୍ୱାନୀ
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ ଚେୟାରମ୍ୟାନ ମୁକେଶ ଅମ୍ୱାନୀ ଓ ନୀତା ଅମ୍ୱାନୀ ଆଇଭିଏଫ (IVF) ଜରିଆରେ ପିତାମାତା ହୋଇଛନ୍ତି । ବିବାହର ୭ ବର୍ଷ ପର୍ଯ୍ୟନ୍ତ ମୁକେଶ ଓ ନୀତା ପିତାମାତା ହୋଇପାରିନଥିଲେ । ଉଭୟ ଆଇଭିଏଫ୍ ଚିକିତ୍ସା ମାଧ୍ୟମରେ ଯାଆଁଳା ଶିଶୁ ଇଶା ଏବଂ ଆକାଶଙ୍କୁ ଜନ୍ମ ଦେଇଥିଲେ ।
ଇଶା ଅମ୍ୱାନୀ- ଯାଆଁଳା ସନ୍ତାନ
ଇଶା ଅମ୍ୱାନୀ ମଧ୍ୟ ନିଜ ମାଆ ନୀତା ଅମ୍ୱାନୀଙ୍କ ପରି ଆଇଭିଏଫ (IVF) ଜରିଆରେ ଯାଆଁଳା ସନ୍ତାନର ପିତାମାତା ହୋଇଛନ୍ତି । ସେ ଆନନ୍ଦ ପିରାମାଲଙ୍କୁ ଡିସେମ୍ୱର ୧୨, ୨୦୧୮ରେ ବିବାହ କରିଥିବା ବେଳେ ନଭେମ୍ୱର ୨୦୨୨ରେ ଯାଆଁଳା ସନ୍ତାନର ମାଆ ହୋଇଥିଲେ । ସେ ଆଇବିଏଫ ଜରିଆରେ ଝିଅ ଆଦ୍ୟାଶକ୍ତି ଏବଂ ପୁଅ କ୍ରିଷ୍ଣାଙ୍କ ଯାଆଁଳା ସନ୍ତାନକୁ ଜନ୍ମ ଦେଇଛନ୍ତି ।
ଶାହାରୁଖ ଖାନ ଓ ଗୌରୀ ଖାନ- ଅବରାମ ଖାନ
ସୁପରଷ୍ଟାର ଶାହରୁଖ ଖାନ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ ମଧ୍ୟ ଆଇଭିଏଫର ସାହାରା ନେଇଛନ୍ତି । ଆର୍ଯ୍ୟନ୍ ଖାନ୍ ଏବଂ ସୁହାନା ଖାନଙ୍କ ପରେ ଏହି ଦମ୍ପତି ତାଙ୍କ ତୃତୀୟ ସନ୍ତାନ ଚାହୁଁଥିଲେ । ତେବେ ଆଇବିଏଫ(IVF) ଜରିଆରେ ଗୌରୀ ଖାନ ଅବରାମ ଖାନ ତୃତୀୟ ସନ୍ତାନ ଭାବରେ ଜନ୍ମ ହୋଇଥିଲେ।
ଆମୀର ଖାନ ଓ କିରଣ ରାଓ- ଆଜାଦ ରାଓ ଖାନ
ଅଭିନେତା-ଚଳଚ୍ଚିତ୍ର ନିର୍ମାତା ଆମୀର ଖାନଙ୍କର ତାଙ୍କର ପ୍ରଥମ ପୂର୍ବତନ ପତ୍ନୀ ରୀନା ଦତ୍ତାଙ୍କ ଜୁନୈଦ ଖାନ ଏବଂ ଇରା ଖାନଙ୍କ ଦୁଇଟି ସନ୍ତାନ ଅଛନ୍ତି । ଯେତେବେଳେ ସେ ରୀନାଙ୍କୁ ଛାଡପତ୍ର ଦେଇଥିଲେ ଏବଂ ପରେ ଚଳଚ୍ଚିତ୍ର ନିର୍ମାତା କିରଣ ରାଓଙ୍କୁ ବିବାହ କରିଥିଲେ, ସେତେବେଳେ ଏହି ଦମ୍ପତି ଏକ ସନ୍ତାନ ଚାହୁଁଥିଲେ । କିନ୍ତୁ କିରଣ ମାଆ ହୋଇପାରୁନଥିଲେ । ଯାହା ପରେ ଉଭୟ ଆଇଭିଏଫ (IVF) ଜରିଆରେ ଆଜାଦ ରାଓ ଖାନଙ୍କ ପିତାମାତା ହୋଇଥିଲେ ।
କରଣ ଜୋହର- ଯାଆଁଳା ସନ୍ତାନ
ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଫିଲ୍ମ ନିର୍ମାତା କରଣ ଜୋହର ଏପର୍ଯ୍ୟନ୍ତ ବିବାହିତ ନୁହଁନ୍ତି, କିନ୍ତୁ ସେ ଆଇଭିଏଫ (IVF) ମାଧ୍ୟମରେ ଦୁଇଟି ସନ୍ତାନର ପିତା ଅଟନ୍ତି । ସେ ଏକାକୀ ପିଲାଙ୍କ ଲାଳନପାଳନ କରିଆସିଛନ୍ତି । କରଣ ୨୦୧୭ ମସିହାରେ ଯାଆଁଳା ଶିଶୁ ୟଶ ଏବଂ ରୋହିଙ୍କ ପିତା ହୋଇଥିଲେ ।
ତୁଷାର କପୁର- ପୁତ୍ର ସନ୍ତାନ
ଏହି ତାଲିକାରେ ବଲିଉଡ ଅଭିନେତା ତୁଷାର କପୁରଙ୍କ ନାମ ମଧ୍ୟ ଅଛି । ତୁଷାର ମଧ୍ୟ ଅବିବାହିତ । କିନ୍ତୁ ସେ ଏବେ ଜଣେ ଶିଶୁଙ୍କ ପିତା ଅଟନ୍ତି । 'ଗୋଲମାଲ' ଅଭିନେତା ୨୦୧୬ରେ ତାଙ୍କ ପୁଅ ଲକ୍ଷ୍ୟଙ୍କ ପିତା ହୋଇଥିଲେ । ଲକ୍ଷ୍ୟ ମଧ୍ୟ ଆଇଭିଏଫ ସରୋଗେସି ସାହାଯ୍ୟରେ ଜନ୍ମ ହୋଇଛନ୍ତି । ତୁଷାରଙ୍କ ପୁଅ ବର୍ତ୍ତମାନ ୭ ବର୍ଷର ଥିବାବେଳେ ଅଭିନେତା ଏକାକୀ ପିତା ସହ ଜଣେ ମାଆ ଭାବେ ତା'ର ସବୁ ଦାୟିତ୍ୱ ତୁଲାଉଛନ୍ତି ।