ଓଡିଶା

odisha

ETV Bharat / entertainment

ସେଲିବ୍ରିଟି ପରିବାରରେ ମିଷ୍ଟରରୁ ମିସ୍: କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ପୁଅଙ୍କ ଲିଙ୍ଗ ପରିବର୍ତ୍ତନ

ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ପୁଅ ଆର୍ଯ୍ୟନ ଲିଙ୍ଗ ପରିବର୍ତ୍ତନ କରିଛନ୍ତି । ଆର୍ଯ୍ୟନ ପୁଅରୁ ଝିଅ ହୋଇଛନ୍ତି। ସେ ପ୍ରଥମ ନୁହନ୍ତି ଏହା ପୂର୍ବରୁ ଏହି ତାରକା ମଧ୍ୟ ପୁଅରୁ ଝିଅ ହୋଇଛନ୍ତି।

CELEBS WHO CHANGED THEIR GENDER
CELEBS WHO CHANGED THEIR GENDER (ETV Bharat Odisha)

By ETV Bharat Entertainment Team

Published : Nov 11, 2024, 1:46 PM IST

ହାଇଦ୍ରାବାଦ:ବର୍ତ୍ତମାନ ସମୟ ବଦଳୁଛି । ପ୍ରତ୍ୟେକ ବ୍ୟକ୍ତିଙ୍କର ଇଚ୍ଛା ଏବଂ ସ୍ୱାଧୀନତା ଅନୁଯାୟୀ ନିଜ ଜୀବନ ବାଛିବାର ଅଧିକାର ଅଛି । ଏପରି ସମୟରେ ବର୍ତ୍ତମାନ ନିଜ ଜୀବନ ବଞ୍ଚିବାର ଅଧିକାର ବାଛିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ପୁଅ ଆର୍ଯ୍ୟନ । ପୁରୁଷ ହୋଇ ଜନ୍ମ ନେଇଥିଲେ । ହେଲେ ଏବେ ଲିଙ୍ଗ ପରିବର୍ତ୍ତନ କରି ସାଜିଛନ୍ତି ଝିଅ । ଇନଷ୍ଟାଗ୍ରାମରେ ସେ ଏନେଇ ସୂଚନା ଦେଇଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଆର୍ଯ୍ୟନ ଏଭଳି ଏକା ସେଲିବ୍ରିଟି ନୁହନ୍ତି ଯିଏ ଏପରି ଲିଙ୍ଗ ପରିବର୍ତ୍ତନ କରି ପୁଅରୁ ଝିଅ ହୋଇଛନ୍ତି । ଏହା ପୂର୍ବରୁ ଏହି ସେଲିବ୍ରିଟିମାନେ ମଧ୍ୟ ସେମାନଙ୍କ ଲିଙ୍ଗ ପରିବର୍ତ୍ତନ କରି ଆଜି ଅଭିନେତ୍ରୀ ହୋଇ ବଲିଉଡରୁ ଟିଭି ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ନିଜ ଖ୍ୟାତି ଅର୍ଜନ କରୁଛନ୍ତି । ସେହି ସେଲିବ୍ରିଟିମାନେ କିଏ ? ଜାଣନ୍ତୁ,

ଲିଙ୍ଗ ପରିବର୍ତ୍ତନ କଲେ ସଞ୍ଜୟ ବାଙ୍ଗରଙ୍କ ପୁଅ, ଆର୍ଯ୍ୟନରୁ ହେଲେ ଅନାୟା

ସଞ୍ଜୟ ବାଙ୍ଗରଙ୍କ ପୁଅ ବାଳକ ଆର୍ଯ୍ୟନ ଲିଙ୍ଗ ପରିବର୍ତ୍ତନ କରି ଝିଅ ହୋଇଛନ୍ତି । ସେ ନିଜ ନାଁ ଆର୍ଯ୍ୟନ ରୁ ଅନାୟା ବଙ୍ଗର ହୋଇଥିବାରୁ ବହୁତ ଖୁସି ଅଛନ୍ତି । ପୁରୁଷରୁ ମହିଳା ପର୍ଯ୍ୟନ୍ତ ପରିବର୍ତ୍ତନ ହେବା ପରେ ଅନାୟା ରବିବାର ରାତିରେ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । 10 ମାସର ହରମୋନାଲ ପରିବର୍ତ୍ତନ ସଂଘର୍ଷର କାହାଣୀ ସେ ଏକ ଭିଡିଓ ଜରିଆରେ ସମସ୍ତଙ୍କ ସହ ସେୟାର କରିଛନ୍ତି । ଅନାୟା ଗତ 11 ମାସ ମଧ୍ୟରେ HRT (ହରମୋନ୍ ରିପ୍ଲେସମେଣ୍ଟ ଥେରାପି) ଦ୍ୱାରା ହୋଇଥିବା ପରିବର୍ତ୍ତନ ଉପରେ ଏକ ଭିଡିଓ ପ୍ରସ୍ତୁତ କରି ନିଜର ମତ ରଖିଛନ୍ତି । ଅସ୍ତ୍ରୋପଚାରର ପ୍ରାୟ 11 ମାସ ପରେ ଅନାୟା ହୋଇ ନିଜର ପରିଚୟ ପାଇଛନ୍ତି ।

ପୂର୍ବରୁ ଏହି ତାରକା ବଦଳାଇଛନ୍ତି ଲିଙ୍ଗ

ସାୟେଶା ସିନ୍ଦେ

ପୂର୍ବରୁ ସ୍ୱପ୍ନିଲ ସିନ୍ଦେ ନାମରେ ଜଣାଶୁଣା ସାୟେଶା ସିନ୍ଦେ 2021 ମସିହାରେ ଜଣେ ଟ୍ରାନ୍ସ ମହିଳା ଭାବରେ ନିଜର ପରିଚୟ ପ୍ରକାଶ କରିଥିଲେ ଏବଂ ଲିଙ୍ଗ ପରିବର୍ତ୍ତନ କରିଥିଲେ । ସାୟେଶା ଜଣେ ଉତ୍କୃଷ୍ଟ ଫ୍ୟାଶନ୍ ଡିଜାଇନର୍, ସେ ନିଜ କାର୍ଯ୍ୟ ସହ ଫ୍ୟାଶନ୍ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ ନିଜକୁ ଚିହ୍ନି ଲିଙ୍ଗ ପରିବର୍ତ୍ତନ କରି ସ୍ୱପ୍ନିଲରୁ ସାୟେଶା ହୋଇଛନ୍ତି ।

ବବି ଡାର୍ଲିଙ୍ଗ

ତାଲ୍, ମେନ୍ ଦିଲ୍ ତୁଝକୋ ଦିୟା, କୟା କୁଲ୍ ହେ ହମ୍ ଭଳି ଚଳଚ୍ଚିତ୍ରରେ ନଜର ଆସିଥିବା ବବି ଡାର୍ଲିଙ୍ଗ୍ ମଧ୍ୟ ତାଙ୍କର ଲିଙ୍ଗ ପରିବର୍ତ୍ତନ କରିଛନ୍ତି । ପଙ୍କଜ ଶର୍ମା ଭାବରେ ଜନ୍ମ ହୋଇଥିବା ବବି ଡାର୍ଲିଂ ନିଜକୁ ଜଣେ ଟ୍ରାନ୍ସୱୁମେନ ଭାବରେ ପରିଚିତ କରିଥିଲେ ଏବଂ 2010 ରେ ତାଙ୍କର ଲିଙ୍ଗ ପରିବର୍ତ୍ତନ କରିଥିଲେ । ଅଳ୍ପ ବୟସରେ ଲିଙ୍ଗ ପରିବର୍ତ୍ତନ ହେତୁ ତାଙ୍କୁ ବହୁ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା ।

ଗୌରୀ ଆରୋରା

ଗୌରବ ଆରୋରା ଭାବରେ ଜନ୍ମ ହୋଇଥିବା ଗୌରୀ ଆରୋରା 2016 ରେ ଲିଙ୍ଗ ପରିବର୍ତ୍ତନ କରିଥିଲେ । ଗୌରୀ ସ୍ପ୍ଲିଟ୍ସଭିଲା ସିଜନ 8 ରେ ପ୍ରତିଯୋଗୀ ଥିଲେ । ଶୋ’ରେ ସେ ନିଜକୁ ଦ୍ୱିପାକ୍ଷିକ ବୋଲି ବର୍ଣ୍ଣନା କରିଥିଲେ ଏବଂ ଲିଙ୍ଗ ପରିବର୍ତ୍ତନ କରିଥିଲେ । ସେ କହିଛନ୍ତି ଯେ ସେ ଏହି ସମ୍ପ୍ରଦାୟ ପାଇଁ ଏକ ଆଦର୍ଶ ହେବାକୁ ଚାହୁଁଛନ୍ତି ।

ନିକି ଚାୱଲା

ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ମଡେଲ ନିକି ଚାୱଲା 2009 ରେ ନିଜକୁ ଜଣେ ଟ୍ରାନ୍ସୱୁମେନ ଭାବରେ ପରିଚିତ କରିଥିଲେ । ସେ ଅନେକ ଆନ୍ତର୍ଜାତୀୟ ରାମ୍ପ ସୋ ଏବଂ ରିଆଲିଟି ସୋ’ର ଏକ ଅଂଶ ହୋଇସାରିଛନ୍ତି । ସେ ତାଙ୍କ ପରି ଅଧିକ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହାଁନ୍ତି ।

ଏହା ମଧ୍ୟ ପଢନ୍ତୁ:ଲିଙ୍ଗ ପରିବର୍ତ୍ତନ ପାଇଁ କଣ ରହିଛି ପ୍ରକ୍ରିୟା, କେତେ ଦିନ ଲାଗେ ସମୟ

ଗଜଲ ଧାଲିୱାଲ

କାହାଣୀ ଲେଖକ ତଥା ଅଭିନେତ୍ରୀ ଗଜଲ ଧାଲୱାଲ 20 ବର୍ଷ ବୟସରେ ତାଙ୍କର ଲିଙ୍ଗ ପରିବର୍ତ୍ତନ କରିଥିଲେ । ସେ ମଧ୍ୟ LGBTQ ସମ୍ପ୍ରଦାୟର ଜଣେ କାର୍ଯ୍ୟକର୍ତ୍ତା । ସେ ଆମୀର ଖାନଙ୍କ ଟକ୍ ସୋ ସତ୍ୟମେବ ଜୟତେ ମଧ୍ୟ ଭାଗ ନେଇଥିଲେ । କହିରଖୁଛୁ କି, ଗଜଲ ଅନିଲ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଏକ ଲଡକି କୋ ଦେଖା ତୋ ଏସା ଲଗା’ର କାହାଣୀ ଲେଖିଛନ୍ତି ।

ଅଞ୍ଜଳି ଆମୀର

ଏକ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ପ୍ରଥମ ଟ୍ରାନ୍ସଜେଣ୍ଡର ଅଭିନେତ୍ରୀ ଅଞ୍ଜଲି ଆମୀର ଜମଶୀର ଭାବରେ ଜନ୍ମଗ୍ରହଣ କରିଥିଲେ । ଅଞ୍ଜଳି ଆମୀର 4 ନଭେମ୍ବର 1995 ରେ କେରଳର କୋଜିକୋଡେରେ ଜନ୍ମଗ୍ରହଣ କରିଥିଲେ । ପରେ ସେ ଲିଙ୍ଗ ପରିବର୍ତ୍ତମନ କରି ଅଞ୍ଜଳି ଭାବେ ପରିଚୟ ହାସଲ କରିଛନ୍ତି । ସେ ପେରାନବୁ (2018), ଦ ଲୁଟେରା (2024) ଏବଂ ସୁଜଲ - ଦ ଭର୍ଟେକ୍ସ (2022) ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details