ଓଡିଶା

odisha

ETV Bharat / entertainment

ପୁଣି ବିବାଦରେ ଫସିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର - Fir Filed Against Human Sagar

Odia Singer Human Sagar Controversy: ପୁଣି ବିବାଦରେ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର । ଜଗନ୍ନାଥ ଭଜନଙ୍କୁ ଉପହାସ କରିବା ଅଭିଯୋଗରେ ଥାନାରେ କଣ୍ଠଶିଳ୍ପୀଙ୍କ ନାଁରେ ଏତଲା । ଅଭିଯୋଗ ଆଣିଛନ୍ତି ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ୱାଇଁ । ଅଧିକ ପଢନ୍ତୁ,

By ETV Bharat Odisha Team

Published : Jul 8, 2024, 6:19 PM IST

ହ୍ୟୁମାନ ସାଗରଙ୍କ ନାଁରେ ମାମଲା ରୁଜୁ, ଜାଣନ୍ତୁ କାହିଁକି
ହ୍ୟୁମାନ ସାଗରଙ୍କ ନାଁରେ ମାମଲା ରୁଜୁ, ଜାଣନ୍ତୁ କାହିଁକି (ETV Bharat Odisha)

ଭୁବନେଶ୍ୱର:ପୁଣିଅଡୁଆରେ ଛନ୍ଦି ହୋଇଛନ୍ତି ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ସେ ଓଡ଼ିଆ ଜଣାଣ ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ଆସିଛି । ଏନେଇ ହ୍ୟୁମାନ ସାଗର ଏବଂ ଗାୟକ ରୁକୁ ସୁନାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଉଭୟଙ୍କ ନାଁରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ କରିଛନ୍ତି ଇଣ୍ଟରନାସନାଲ ହ୍ୟୁମାନ ରାଇଟ କମିସନ ଏବଂ ତାଙ୍କ ଷ୍ଟୁଡିଓ ବ୍ୟାନ ପାଇଁ ମଧ୍ୟ ଦାବି କରିଛନ୍ତି ।

ହ୍ୟୁମାନ ସାଗରଙ୍କ ନାଁରେ ମାମଲା ରୁଜୁ, ଜାଣନ୍ତୁ କାହିଁକି (ETV Bharat Odisha)

ବର୍ତ୍ତମାନ ରାଜ୍ୟରେ ରଥଯାତ୍ରା ଧୁମଧାମରେ ପାଳନ କରାଯାଉଥିବା ବେଳେ ଏପରି ସମୟରେ ହ୍ୟୁମାନ ସାଗର ଏବଂ ଗାୟକ ରୁକୁ ସୁନା ମହାବାହୁଙ୍କ ଭଜନକୁ ଅତି କଦର୍ଥ ଭାବରେ ଗାଉଥିବାର ନଜର ଆସିଛନ୍ତି । ଯାହା ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ବିରୋଧ କରି ଥାନାରେ ଏହି ଦୁହିଁ କଣ୍ଠଶିଳ୍ପୀଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ୱାଇଁ ।


ମାମଲା କ'ଣ?

ସୂଚନା ଅନୁସାରେ, ରଥଯାତ୍ରା ସମୟରେ ଘରେ ଘରେ ପରିଚିତ ଓଡ଼ିଆ ଭଜନ ତଥା ଜଣାଣ, ଆସ ଆସ ସରାଗ ତରା । ନିମାଇଁ ହରିଚନ୍ଦନଙ୍କ ଏହି ଚର୍ଚ୍ଚିତ ଜଗନ୍ନାଥଙ୍କ ଭଜନକୁ ଉଭୟ ହ୍ୟୁମାନ ସାଗର ଓ ରୁକୁ ସୁନା ଅଶ୍ଳୀଳ ଭାବରେ ଗାଇବା ଶୁଣିବାକୁ ମିଳିଛି । ଏହି ଭିଡିଓରେ ରୁକୁ ସୁନା ଜଗନ୍ନାଥଙ୍କ ଭଜନକୁ ଅଶ୍ଳୀଳ ଭାବରେ ଗାଉଥିବା ବେଳେ ହ୍ୟୁମାନ ହସି ହସି ଗଡ଼ୁଥିବାର ନଜର ଆସିଛନ୍ତି । ତାଙ୍କ ପଛରେ ଥିବା ଲୋକେ ମଧ୍ୟ ହସୁଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ତେବେ ଉଭୟ ଗାୟକଙ୍କ ଏଭଳି କାର୍ଯ୍ୟ ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି । ଯାହାକୁ ନେଇ ଇଣ୍ଟରନାସନାଲ ହ୍ୟୁମାନ ରାଇଟ କମିସନ ସଂଘ ପକ୍ଷରୁ ଉଭୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏଥିସହ ଯେଉଁମାନେ ଏହି ଭିଡିଓରେ ଦେଖାଯାଉଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ଅଭିଯୋଗକାରୀ କହିଛନ୍ତି । ଏଥିସହ ଏହି ଗୀତ ଯେଉଁ ଷ୍ଟୁଡିଓରେ ରେକର୍ଡ କରାଯାଇଛି । ସେହି ଷ୍ଟୁଡିଓକୁ ମଧ୍ୟ ବ୍ୟାନ କରାଯାଉ ବୋଲି ସେ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ବିବାଦରେ ହ୍ୟୁମାନ ସାଗର, ଥାନାରେ ଲିଖିତ ଅଭିଯୋଗ କଲେ ଜାପାନୀ ଭାଇ

ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ୱାଇଁଙ୍କ ପ୍ରତିକ୍ରିୟା

ଏତଲା ଦେଇଥିବା ଡକ୍ଟର ଶିବ ପ୍ରସାଦ ସ୍ବାଇଁ କହିଛନ୍ତି, ''ଆମ କର୍ତ୍ତବ୍ୟ ସବୁ ଧର୍ମକୁ ସମ୍ମାନ ଦେବା । ଆମ ଧର୍ମ ହେଉ କି ଯାହାର ଧର୍ମ ହେଉ ତାଙ୍କୁ ସମ୍ମାନ ଦେବା ଉଚିତ । ଯେଉଁମାନେ ଧର୍ମ ବିରୋଧି କାମ କରିବେ ତାଙ୍କୁ ଆଣ୍ଟି ସୋସିଆଲ ଭାବେ ଗଣିତ କରାଯାଏ । ଭଜନକୁ ଭଜନ ଆକାରରେ ଗାଇଲେ ଭଲ ଲାଗେ । କିନ୍ତୁ ପୂର୍ବ ଭଜନକୁ ରିମିକ୍ସ କରିକି କେଳେଙ୍କାରି ରୂପ ଦେଇ ଅପମାନ କରିବା ଯୁକ୍ତିଯୁକ୍ତ ନୁହେଁ । ଆମେ ଏହାକୁ ବିରୋଧ କରୁଛୁ ଏବଂ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛୁ ।''

ଭୁବନେଶ୍ୱର, ଇଟିଭି ଭାରତ

ABOUT THE AUTHOR

...view details