ହାଇଦ୍ରାବାଦ:ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ପରଲୋକ । ଗତ 14 ତାରିଖରେ ସେ 90 ବର୍ଷରେ ପଦାର୍ପଣ କରିଥିଲେ । କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବାବେଳେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି ।
କିଡନୀ ରୋଗରେ ଥିଲେ ପୀଡିତ:
ଗତ କିଛି ଦିନ ହେବ କିଡନୀ ଜନିତ ସମସ୍ୟା କାରଣରୁ ଚିକିତ୍ସାଧୀନ ଥିଲେ ଶ୍ୟାମ ବେନେଗଲ । ଆଜି ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଥିବା ନେଇ ସୂଚନା ଦେଇଛନ୍ତି ଶ୍ୟାମ ବେନେଗଲଙ୍କ ଝିଅ ପିଆ ବେନେଗଲ । ନିକଟରେ ଶ୍ୟାମ ବେନେଗଲଙ୍କ ଜନ୍ମଦିନ ପାଳନ ହୋଇଥିଲା । ଯେଉଁଥିରେ ନସିରୁଦ୍ଦିନ ଶାହ, ଦିବ୍ୟା ଦତ୍ତା, ଶବାନା ଆଜମୀ, ରଜିତ କପୁର, ଅତୁଲ ତିୱାରୀ ପ୍ରମୁଖ ଅଭିନେତା ଓ ଅଭିନେତ୍ରୀ ସାମିଲ ହୋଇଥିଲେ।
ଶ୍ୟାମ ବେନେଗଲଙ୍କ ନିର୍ଦ୍ଦେଶିତ ଫିଲ୍ମ:
ଅଙ୍କୁର, ନିଶାନ୍ତ ଓ ମନ୍ଥନ ଭଳି ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ ସେ । ଯାହାକି ବେଶ ଆଦୃତ ହୋଇଥିଲା । ଏହାସହ ସମ୍ବିଧାନ, ଭାରତ କି ଖୋଜ୍ ଭଳି ଲୋକପ୍ରିୟ ଡକ୍ୟୁମେଣ୍ଟାରୀର ମଧ୍ୟ ସେ ନିର୍ଦ୍ଦେଶନା ଦେଇଛନ୍ତି । 2023 ରେ 'ମୁଜିବ: ଦ ମେକିଂ ଅଫ୍ ନେସନ'ର ନିର୍ଦ୍ଦେଶନା ଦେଇଛନ୍ତି ଶ୍ୟାମ ବେନେଗଲ । ଯାହାକି ତାଙ୍କର ଶେଷ ନିର୍ଦ୍ଦେଶିତ ଚଳଚ୍ଚିତ୍ର ହୋଇ ରହିବ ।
ଏହା ବି ପଢନ୍ତୁ...ଜାକିର ହ୍ୟୁସେନଙ୍କ ଦେହାନ୍ତ; ଶୋକରେ ବୁଡିଲା ଇଣ୍ଡଷ୍ଟ୍ରି, ଅପୂରଣୀୟ କ୍ଷତି କହିଲେ କଳାକାର
ଏହା ବି ପଢନ୍ତୁ...ଆଉ ନାହାନ୍ତି ଉସ୍ତାଦ, ବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ
18ଟି ଜାତୀୟ ପୁରସ୍କାର ପାଇଛନ୍ତି ଶ୍ୟାମ:
18ଟି ଜାତୀୟ ପୁରସ୍କାର ସହ ଫିଲ୍ମ ଫେୟାର ଆୱାର୍ଡ ଜିତିଛନ୍ତି ବେନେଗଲ । ଭାରତୀୟ ସିନେମା ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ଦାଦା ସାହେବ ଫାଲକେ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ଶ୍ୟାମ ବେନେଗଲ । ସେହିପରି 1991ରେ ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ଦର୍ଶକଙ୍କୁ ସେ ଖୁବ ଉଚ୍ଚ କୋଟିର ଚଳଚ୍ଚିତ୍ର ଭେଟି ଦେଇଥିଲେ । ଶ୍ୟାମ ବେନେଗଲ କେବଳ ଯେ, ନିର୍ଦ୍ଦେଶକ ଥିଲେ ତାହା ନୁହେଁ, ସେ ଏକା ଧାରରେ ଜଣେ ପ୍ରଯୋଜକ, ନିର୍ଦ୍ଦେଶକ ଓ କୋରିୟୋଗ୍ରାଫର ଥିଲେ । ଦର୍ଶକଙ୍କୁ ସେ ଖୁବ ଉଚ୍ଚ କୋଟିର ଚଳଚ୍ଚିତ୍ର ଭେଟି ଦେଇଥିଲେ । ଶ୍ୟାମ ବେନେଗଲଙ୍କ ବିୟୋଗ ବଲିଉଡ ଜଗତ ପାଇଁ ଅପୂରଣୀୟ କ୍ଷତି । ଶ୍ୟାମ ବେନେଗଲଙ୍କ ବିୟୋଗକୁ ନେଇ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡେଗ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।