ଓଡିଶା

odisha

By ETV Bharat Entertainment Team

Published : 5 hours ago

ETV Bharat / entertainment

'ଦେବରା' କ୍ରେଜ, ରିଲିଜ ପୂର୍ବରୁ ଏତିକି କୋଟି ଆୟ କଲାଣି ଜୁନିଅର ଏନଟିଆରଙ୍କ ଫିଲ୍ମ - Devara Advance Booking

Devara Advance Booking: ଆଉ ମାତ୍ର ଦୁଇ ଦିନର ଅପେକ୍ଷା । 'ଦେବରା' ସହ ପରଦାକୁ ଫେରୁଛନ୍ତି ଜୁନିଅର ଏନଟିଆର । ତେବେ ରିଲିଜ ପୂର୍ବରୁ ଫିଲ୍ମର କ୍ରେଜ ଦେଖିବାକୁ ମିଳିଛି । ଫିଲ୍ମ ଆଡଭାନ୍ସ ବୁକିଂରେ କୋଟି କୋଟି ଟଙ୍କା ଆୟ କରି ରେକର୍ଡ ସୃଷ୍ଟି କରିଛି । ଜାଣନ୍ତୁ କେତେ ଟିକେଟ୍ ବିକ୍ରି ହେଲାଣି ।

'ଦେବରା' କ୍ରେଜ, ରିଲିଜ ପୂର୍ବରୁ ଏତିକି କୋଟି ଆୟ କଲାଣି ଜୁନିଅର ଏନଟିଆରଙ୍କ ଫିଲ୍ମ
'ଦେବରା' କ୍ରେଜ, ରିଲିଜ ପୂର୍ବରୁ ଏତିକି କୋଟି ଆୟ କଲାଣି ଜୁନିଅର ଏନଟିଆରଙ୍କ ଫିଲ୍ମ (Devara Poster, Instagram)

ହାଇଦ୍ରାବାଦ:ସେପ୍ଟେମ୍ୱର 27ରେ ରିଲିଜ ହେବାକୁ ଯାଉଛି ଜୁନିଅର ଏନଟିଆରଙ୍କ ଫିଲ୍ମ 'ଦେବରା ପାର୍ଟ- 1' । ଏହାର ଟ୍ରେଲର ରିଲିଜ୍ ହେବା ପରଠାରୁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ମାତ୍ର ଆଉ ଦୁଇ ଦିନର ଅପେକ୍ଷା4 । ପରଦାକୁ ଆସୁଛି ଫିଲ୍ମ । ତେବେ ରିଲିଜ ପୂର୍ବରୁ ଫିଲ୍ମ ଆଡଭାନ୍ସ ବୁକିଂ ରେକର୍ଡ କଲାଣି । ପ୍ରଥମ ଦିନର ଫିଲ୍ମ ଦେଖିବା ପାଇଁ ଜୋରଦାର ଟିକେଟ ବିକ୍ରି ହେଉଥିବା ବେଳେ ଫିଲ୍ମ ଆଡଭାନ୍ସ ବୁକିଂରେ ବମ୍ପର କଲେକ୍ସନ କରିସାରିଲାଣି ।

'ଦେବରା ପାର୍ଟ-1' ରିଲିଜ ପୂର୍ବରୁ କଲାଣି ଏତିକି କଲେକ୍ସନ

ସାକନିଲ୍କର ରିପୋର୍ଟ ଅନୁଯାୟୀ, ଜୁନିଅର ଏନଟିଆରର ଏହି ଚଳଚ୍ଚିତ୍ରର ପ୍ରଥମ ଦିନ ପାଇଁ ସାରା ଦେଶରେ 7 ଲକ୍ଷ 34 ହଜାର 761 ଟିକେଟ୍ ପୂର୍ବରୁ ବିକ୍ରି ହୋଇସାରିଛି । ଯେଉଁଥିରେ ଫିଲ୍ମ ରିଲିଜ୍ ପୂର୍ବରୁ 18.78 କୋଟି ଟଙ୍କା ରୋଜଗାର କରିସାରିଛି ଏବଂ ପ୍ରାୟ 29.10 କୋଟି ଟଙ୍କା ଆୟ କରିଛି । ଏଥିରେ ତେଲୁଗୁ ଭାଷାରେ 7 ଲକ୍ଷ 19 ହଜାର 608 ଟିକେଟ୍ ର ସର୍ବାଧିକ ଆଡଭାନ୍ସ ବୁକିଂ କରାଯାଇଛି । ଏପର୍ଯ୍ୟନ୍ତ ଫିଲ୍ମର 13 ହଜାର 3 ଶହ 24 ଟିକେଟ୍ ହିନ୍ଦୀରେ ପୂର୍ବରୁ ବିକ୍ରି ହୋଇସାରିଛି । କନ୍ନଡରେ 'ଦେବରା ପାର୍ଟ- 1' ପାଇଁ ଏପର୍ଯ୍ୟନ୍ତ 100 ଟିକେଟ୍ ଆଡଭାନ୍ସ ବୁକିଂ ହୋଇଥିବା ବେଳେ 1678 ଟିକେଟ୍ ତାମିଲରେ ବୁକ୍ ହୋଇଛି । ସେହିପରି ମାଲାୟାଲମରେ ପ୍ରଥମ ଦିନ ପାଇଁ ଫିଲ୍ମ 56 ଟି ଟିକେଟ୍ ବିକ୍ରି କରିସାରିଛି । ଏହିପରି ବୁଧବାର ସକାଳ ପର୍ଯ୍ୟନ୍ତ 'ଦେବରା ପାର୍ଟ- 1' ର ବିଶ୍ୱରେ ମୋଟ ଆଡଭାନ୍ସ ବୁକିଂରେ 50 କୋଟି ଆୟ କରିସାରିଲାଣି ।

ଏହା ମଧ୍ୟ ପଢନ୍ତୁ:ଆସିଲା 'ଦେବରା' ଟ୍ରେଲର; ଆକ୍ସନ ଅବତାରରେ ଜୁନିଅର NTR, ସୈଫ ଖଳନାୟକ

ପ୍ରଥମ ଦିନ 100 କୋଟି କରିପାରେ ଆୟ!

ତେବେ ଫିଲ୍ମ ରିଲିଜ୍ ହେବାକୁ ଆଉ ଦୁଇ ଦିନ ବାକି ଥିବା ବେଳେ ଫିଲ୍ମର ଟିକେଟରେ ବୃଦ୍ଧି ଦେଖିବାକୁ ମିଳିଛି । ବର୍ତ୍ତମାନ 7 ଲକ୍ଷରୁ ଅଧିକ ଟିକେଟ ବିକ୍ରି ଦେଖି ଅନୁମାନ କରାଯାଉଛି ଯେ ଆଜି ଏବଂ ଆସନ୍ତାକାଲି ଟିକେଟ୍ ବିକ୍ରିରେ ବମ୍ପର ବୃଦ୍ଧି ହେବାର ଆଶଙ୍କା ରହିଛି । ଯାହା ପରେ ଏହି ଚଳଚ୍ଚିତ୍ର ରିଲିଜର ପ୍ରଥମ ଦିନରେ 100 କୋଟି ଆୟ କରି ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି । ଯାହା ଉପରେ ସମସ୍ତଙ୍କ ନଜର ରହିଛି ।

ଏହା ମଧ୍ୟ ପଢନ୍ତୁ:ଜୁନିଅର ଏନଟିଆରଙ୍କ ଫିଲ୍ମ 'ଦେବରା'କୁ ମିଳିଲା U/A ସାର୍ଟିଫିକେଟ୍, ହଟିଲା 4ଟି ସିନ୍

'ଦେବରା'ନିର୍ଦ୍ଦେଶକ କୋର୍ଟଲା ଶିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରଟି ଯୁବାସୁଧା କଳା ଏବଂ ଏନଟିଆର ଦ୍ୱାରା ପ୍ରସ୍ତୁତ କରାଯାଇଛି । ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ୍ 300 କୋଟି ଟଙ୍କା ବୋଲି କୁହାଯାଉଛି । ଏହି ଫିଲ୍ମରେ ଜୁନିଅର ଏନଟିଆରଙ୍କ ସହ ସୈଫ ଅଲି ଖାନ ଏବଂ ଜାହ୍ନବୀ କପୁରଙ୍କୁ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମ ସହ ପ୍ରଥମ ଥର ପାଇଁ ଜୁନିଅର ଏନଟିଆରଙ୍କ ସହ ଜାହ୍ନବୀ ଓ ସୈଫ ନଜପର ଆସିବାକୁ ଥିବା ବେଳେ ଏହି ଫିଲ୍ମ ସହ ଉଭୟ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହା ବ୍ୟତୀତ ପ୍ରକାଶ ରାଜ, ମିକା ଶ୍ରୀକାନ୍ତ, ଜ୍ୟୋତି ଟମ ଚାକୋ ଏବଂ ଚୈତ୍ର ରୟ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details