ଭୁବନେଶ୍ୱର:ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ବ୍ୟାପକ ଅବ୍ୟବସ୍ଥା, ଦୁର୍ନୀତି ଓ ଚଞ୍ଚକତା ଅଭିଯୋଗ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ ଓଡିଶା ସିନେ କ୍ରିଟିକ ଆସୋସିଏସନ ବା ଓଡିଶା ସିନେ ସମୀକ୍ଷକ ସଂଗଠନ । ଚଳଚ୍ଚିତ୍ର ପୁରସ୍କାରରେ ହେଉଥିବା ଅନିୟମିତତାକୁ ନେଇ ସମୀକ୍ଷକ ମାନେ ଉଦବେଗ ପ୍ରକାଶ କରିଛନ୍ତି । ଏ ଦିଗରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ସହ ଆଗକୁ କିଭଳି ସ୍ୱଚ୍ଛତାର ପୁରସ୍କାର ଦିଆଯିବ ସେ ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ସିନେ ସମୀକ୍ଷକ ଦିଲୀପ ହାଲି ।
୧୯୭୩ ମସିହାରୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଆୟୋଜିତ
Cine Critics Alleging Corruption In Odisha State Film Awards (ETV Bharat Odisha) ସମୀକ୍ଷକଙ୍କ କହିବା ମୁତାବକ, ଗୁଣାତ୍ମକ ମାନର ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣକୁ ପ୍ରୋସାହନ ଦେବା ସଙ୍ଗେ ସଙ୍ଗେ ପ୍ରତିଭାବାନ୍ ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା-ଅଭିନେତ୍ରୀ ଏବଂ ଟେକ୍ନିସିଆନ୍ମାନଙ୍କୁ ସମ୍ବନ୍ଧିତ ଓ ପୁରସ୍କୃତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ଚଳଚିତ୍ର ପୁରସ୍କାର ଦେଉଛନ୍ତି । ୧୯୭୩ ମସିହାରୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଆୟୋଜିତ ହୋଇଆସୁଛି । ଏହା ପ୍ରତିବର୍ଷ ନିୟମିତ ଭାବରେ ପ୍ରଦାନ କରାଯାଇଆସୁଛି ଏବଂ ପରବର୍ତ୍ତୀ ସମୟରେ ଅଧିକ ବ୍ୟାପ୍ତ ହୋଇ ପୁରସ୍କାର ସଂଖ୍ୟା ଓ ଅର୍ଥରାଶି ବୃଦ୍ଧି କରାଯାଇଛି । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ସୁଚାରୁ ପରିଚାଳନା ଦାୟିତ୍ଵ ସଂସ୍କୃତି ବିଭାଗ ଉପରେ ନ୍ୟସ୍ତ କରାଯିବା ସହିତ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସହଯୋଗରେ ପୁରସ୍କାର ପ୍ରଦାନ ଉତ୍ସବ ଖୁବ ଶୃଙ୍ଖଳାର ସହ ଆୟୋଜିତ ହୋଇଆସୁଥିଲା ।
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଦୁର୍ନୀତି ଓ ଚଞ୍ଚକତା ଅଭିଯୋଗ, ସିନେ ସମୀକ୍ଷକଙ୍କ କ୍ଷୋଭ
ସମ୍ବନ୍ଧିତ ପ୍ରତିଭାଙ୍କୁ ଚୟନ କରିବା ନିମନ୍ତେ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ମାନଙ୍କୁ ନେଇ ଏକ ଜୁରୀ କମିଟି ଗଠନ କରାଯାଇଥିଲା ଏବଂ ଏଥିରେ ବରିଷ୍ଠ ବିଚାରପତି, ପ୍ରଶାସକ, ସାହିତ୍ୟିକ, ବୟୋଜ୍ୟେଷ୍ଠ ସିନେ ବ୍ୟକ୍ତିତ୍ଵ ଓ ଚଳଚ୍ଚିତ୍ର ସମୀକ୍ଷକ ସଭ୍ୟ ରହୁଥିଲେ । ମନୋନୟନ ନିମନ୍ତେ ଆସିଥିବା କୌଣସି ଚଳଚ୍ଚିତ୍ର ସହ ଆଦୌ ସଂପୃକ୍ତି ନଥିବା ବ୍ୟକ୍ତିମାନଙ୍କୁ ନେଇ ଜୁରୀ କମିଟି ଗଠନ କରାଯାଉଥିବାରୁ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ନିରପେକ୍ଷ ରହୁଥିଲା । ବର୍ତ୍ତମାନ କିନ୍ତୁ ତାହା ଆଉ ହେଉନଥିବା ଅଭଯୋଗ କରିଛନ୍ତି ସିନେ ସମୀକ୍ଷକ ଦିଲୀପ ହାଲି । ସେ ଚଳଚ୍ଚିତ୍ର ପୁରସ୍କାର ଅନିୟମିତତାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ:ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଶିବାନୀ ପୁରସ୍କୃତ
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ସିନେ ସମୀକ୍ଷକ
ତେଣୁ ସବୁ ଦୃଷ୍ଟିରୁ ବିଚାର କଲେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପରିଚାଳନା, ଜୁରୀ ମନୋନନୟନ ଏବଂ ପୁରସ୍କାର ପ୍ରଦାନ ଉତ୍ସବର ଆୟୋଜନ ଦାୟିତ୍ଵ ପୂର୍ବଭଳି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମୀକୁ ହସ୍ତାନ୍ତରିତ ହେବାର ଜରୁରୀ ଆବଶ୍ୟକତା ଦେଖାଦେଇଛି । ରାଜନୈତିକ ଦୃଷ୍ଟିକୋଣରୁ ପୂର୍ବ ସରକାର ନେଇଥିବା ଏକ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥାକୁ ତୁରନ୍ତ ପରିବର୍ତ୍ତନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଦାବି ଜଣାଇଛନ୍ତି ସିନେ ସମୀକ୍ଷକ ଦିଲ୍ଲୀପ ହାଲି ।
ଇଟିଭି ଭାରତ, ଭୁବନେଶ୍ୱର