ହାଇଦ୍ରାବାଦ:ମେଟ୍ ଗାଲା ପରେ ବର୍ତ୍ତମାନ ୭୭ତମ କାନ୍ସ ଅନ୍ତଃରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବ ଆରମ୍ଭ ହୋଇଛି । ଏଥର ଏହି ଇଭେଣ୍ଟ ମେ ୧୪ରୁ ମେ ୨୫ ପର୍ଯ୍ୟନ୍ତ ଅର୍ଥାତ ଆଜିଠାରୁ ୧୨ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ବହୁତ କିଛି ଦେଖିବାକୁ ମିଳିବ । ଏଥିସହ ଏଥର ଏହି କାର୍ଯ୍ୟକ୍ରମ ଭାରତ ପାଇଁ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର ରହିଛି । ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲରେ 'ଭାରତ ପର୍ବ' ଆୟୋଜିତ ହେବ । ଏହା ସହ ଅନେକ ଚଳଚ୍ଚିତ୍ରର ସ୍କ୍ରିନିଂ କରାଯିବ ଏବଂ କିଛି ଯୋଗ୍ୟ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରାଯିବ । ଏପରି ପରିସ୍ଥିତିରେ କେବେ ଏବଂ କେଉଁଠାରେ ଏହି କାର୍ଯ୍ୟକ୍ରମ ଦେଖିବେ ଏବଂ କେଉଁ ଫିଲ୍ମ ଏବଂ କେଉଁ ତାରକା ନଜର ଆସିବେ ? ଜାଣନ୍ତୁ
ଆପଣ ଏହି ଇଭେଣ୍ଟକୁ କେଉଁଠାରେ ଦେଖିପାରିବେ?
କାନ୍ସ ଫିଲ୍ମ ଫେଷ୍ଟିଭାଲ ମେ ୧୪ରୁ ମେ ୨୫ ପର୍ଯ୍ୟନ୍ତ ଚାଲିବ । କାନ୍ସ ଫିଲ୍ମ ଫେଷ୍ଟିଭାଲ ଫ୍ରାନ୍ସ ଟେଲିଭିଜନରେ ଫ୍ରାନ୍ସରେ ଦେଖିବାକୁ ମିଳିବ । ଏଥିସହ ବ୍ରୁଟ(Brut) ମାଧ୍ୟମରେ ଏହାର ଅନ୍ତର୍ଜାତୀୟ ପ୍ରିମିୟର ହେବ । ଏହା ବ୍ୟତୀତ ଫେଷ୍ଟିଭାଲର ଅଫିସିଆଲ୍ ୟୁଟ୍ୟୁବ ଚ୍ୟାନେଲରେ ଇଭେଣ୍ଟର ଲାଇଭ୍ ଷ୍ଟ୍ରିମିଂ ମଧ୍ୟ ହେବ । ଏଥର ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା ତଥା ଚଳଚ୍ଚିତ୍ର 'ବାର୍ବୀ' ନିର୍ଦ୍ଦେଶକ ଗ୍ରେଟା ଗେରିୱିଗ ଜୁରିର ଅଧ୍ୟକ୍ଷ ହେବେ । ଏଥିସହ ଫ୍ରାନ୍ସର ଅଭିନେତ୍ରୀ କୈମିଲି କୋଟିନ୍ ଇଭେଣ୍ଟ ହୋଷ୍ଟ କରିବେ ।
ଏହି ଚଳଚ୍ଚିତ୍ରଟି ପାମ ଡି'ଅର ପୁରସ୍କାର ପାଇଁ ରେସରେ ଅନ୍ତର୍ଭୁକ୍ତ
ଚଳିତ ବର୍ଷ ୨୨ଟି ଫିଲ୍ମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାଗ ନେବାକୁ ଯାଉଛନ୍ତି । ୩୦ବର୍ଷ ପରେ, ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ହିନ୍ଦୀ ଚଳଚ୍ଚିତ୍ର 'ଅଲ୍ ଉଇ ଇମାଜିନ ଏଜ ଲାଇଟ' ମନୋନୀତ ହୋଇଛି । ଏହି ଚଳଚ୍ଚିତ୍ରଟି ପାମ ଡି’ଅର୍ ପୁରସ୍କାର ରେସରେ ସାମିଲ ହୋଇଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପାୟଲ କପଡିଆ । ଏହା ପ୍ରଥମ ଥର ହେବ କାନ୍ସ ଫିଲ୍ମ ଫେଷ୍ଟିଭାଲରେ 'ଭାରତ ପର୍ବ' ଆୟୋଜିତ ହେବାକୁ ଯାଉଛି ।