ହାଇଦ୍ରାବାଦ:ସାଉଥ ତାରକା ପ୍ରଭାସ, ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନଙ୍କ ଅଭିନୀତ 'କଲ୍କି 2898 AD' ଚଳିତ ବର୍ଷ ମେ 9 ରେ ସାରା ବିଶ୍ୱ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ବିଶ୍ୱବ୍ୟାପୀ ବକ୍ସ ଅଫିସରେ 1200 କୋଟି ଟଙ୍କା ଆୟ କରିଥିବା ବେଳେ ହିଟ୍ ପ୍ରମାଣିତ ହୋଇଥିଲା । ପ୍ରେକ୍ଷାଳୟ ପରେ, ଚଳଚ୍ଚିତ୍ରଟି OTT ରେ ପ୍ରସାରିତ ହୋଇଥିଲା ଏବଂ ସେଠାରେ ମଦ୍ୟ ଦମଦାର ପ୍ରଦର୍ଶନ କରିଥିଲା । ସମସ୍ତ ସଫଳତା ପରେ ନାଗା ଅଶ୍ୱିନଙ୍କ ଫିଲ୍ମ ଏବେ ବୁସନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ସ୍କ୍ରିନିଂ ହେବାକୁ ଯାଉଛି ।
ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ 'କଲ୍କି' ସ୍କ୍ରିନିଂ
'କଲ୍କି' ର ପ୍ରଡକ୍ସନ୍ ହାଉସ୍ ବୈଜୟନ୍ତୀ ଚଳଚ୍ଚିତ୍ର ଏହାର ଅଫିସିଆଲ୍ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଦେଇଛନ୍ତି । ଫିଲ୍ମର ପୋଷ୍ଟର ସେୟାର କରି ନିର୍ମାତାମାନେ କ୍ୟାପସନରେ ଲେଖିଛନ୍ତି, 'ଆମେ ସୂଚନା ଦେଇ ଖୁସି ଯେ 'କଲ୍କି 2898 AD' ସମ୍ମାନଜନକ ବୁସନ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ସ୍କ୍ରିନିଂ ପାଇଁ ପ୍ରସ୍ତୁତ । 8 ଓ 9 ଅକ୍ଟୋବରରେ ଏପିକ୍ ବ୍ଲକ୍ବଷ୍ଟର୍ ଦେଖନ୍ତୁ । କହିରଖୁଛୁ କି, ବୁସନ୍ ଫିଲ୍ମ ଫେଷ୍ଟିଭାଲ୍ 2024 ଅକ୍ଟୋବର 2 ରୁ ଆରମ୍ଭ ହୋଇ 11 ଅକ୍ଟୋବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପ୍ରଭାସଙ୍କ ବ୍ଲକବଷ୍ଟର ଫିଲ୍ମ ଅକ୍ଟୋବର 8 ଏବଂ ଅକ୍ଟୋବର 9 ରେ ପ୍ରଦର୍ଶିତ ହେବ ।