ଓଡିଶା

odisha

ETV Bharat / entertainment

ନଭେମ୍ୱର ଧମାକା; ଫୁଲ୍ଅନ୍ ଏଣ୍ଟରଟେନମେଣ୍ଟ ହେବ ଏହି ମାସ, ଥିଏଟରରେ ରିଲିଜ ହେଉଛି ଏହି ଫିଲ୍ମସ୍ - NOVEMBER RELEASE MOVIES

ନଭେମ୍ବର ମାସ ଆଜିଠୁ ଆରମ୍ଭ। 'ସିଙ୍ଘମ ଏଗେନ ଏବଂ ଭୁଲ ଭୁଲେୟା 3'ଭଳି ଫିଲ୍ମ ଆଜି ରିଲିଜ ହୋଇଥିବା ବେଳେ ଆଗାମୀ ଦିନରେ ଏହି ଫିଲ୍ମ ମଧ୍ୟ ପରଦାକୁ ଆସୁଛି। ଜାଣନ୍ତୁ କେଉଁ ଫିଲ୍ମ

movies release in november
movies release in november (Film poster, ETV Bharat Odisha)

By ETV Bharat Entertainment Team

Published : Nov 1, 2024, 4:47 PM IST

ହାଇଦ୍ରାବାଦ:ବର୍ଷର ଏକାଦଶ ମାସ ଅର୍ଥାତ୍ ନଭେମ୍ବର ଆଜିଠାରୁ ଆରମ୍ଭ ହୋଇଛି । ଏହି ମାସରେ ମନୋରଞ୍ଜନର ଧମାକା ହେବାକୁ ଯାଉଛି । ଏହି ମାସରେ ଆହୁରି ଅନେକ ଫିଲ୍ମ ରିଲିଜ ହେବାର ଅଛି । ଓଡ଼ିଆ ଠାରୁ ଆରମ୍ଭ କରି ହିନ୍ଦୀ ଫିଲ୍ମ ଚଳିତ ମାସରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ । ବର୍ତ୍ତମାନ ଆଜି ହରର କମେଡି ଫିଲ୍ମ 'ଭୁଲ୍ ଭୁଲେୟା 3' ଏବଂ ଆକ୍ସନ୍ ଥ୍ରୀଲର 'ସିଙ୍ଘମ୍ ଏଗେନ'ରୁ ଏକାସାଙ୍ଗେ ରିଲିଜ ହୋଇଛି । ତେବେ ଆଗାମୀ ଦିନରେ କେବେ ଓ କେଉଁ କେଉଁ ଫିଲ୍ମ ରିଲିଜ ହେବ ? ଜାଣନ୍ତୁ,

movies release in november (ETV Bharat Odisha)
  • ନଭେମ୍ୱରରେ ରିଲିଜ ଏହି ଦୁଇ ଓଡ଼ିଆ ଫିଲ୍ମ

1. 'ତୁ ମୋ କମଜୋରୀ'-ନଭେମ୍ୱର 15

କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ୍ ନଭେମ୍ୱର 15ରେ ପରଦାକୁ ଆସିବ ନୂଆ ଓଡ଼ିଆ ଫିଲ୍ମ 'ହାଫ୍ ଲଭ୍ ଷ୍ଟୋରୀ' ଓ 'ତୁ ମୋ କମଜୋରୀ' । 'ତୁ ମୋ କମଜୋରୀ' ଫିଲ୍ମରେ ସିରିଆଲ ଓ ଆଲବମ ଜଗତରେ ବେଶ ଜଣାଶୁଣା ଥିବା ରାକେଶ ଦେଓ ମୁଖ୍ୟ ଚରିତ୍ରରେ ନଜର ଆସିବେ । ସନ୍ତୋଷ ବିଶ୍ୱାଳ ଏହି ଚଳଚିତ୍ରର ନିର୍ଦ୍ଦେଶକ ଥିବା ବେଳେ ରାକେଶଙ୍କ ବ୍ୟତୀତ ଏଥିରେ ଅନୁଭା ଓ ଲିପିକା, ରତନ ମେହେର, ଅଶ୍ରୁମୋଚନ ମହାନ୍ତି, ନଟିଆ, ସଚିନ, ଆଶିଷ, ସୁଶାନ୍ତ, ଯୋଗେଶ ଯୋଜ ପ୍ରମୁଖ ଅଭିନୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଓଡ଼ିଆ ଫିଲ୍ମ 'ତୁ ମୋ କମଜୋରୀ' ପୋଷ୍ଟର ଏବଂ ଅଡିଓ ରିଲିଜ, ଏହି ଦିନ ପରଦାରେ କରିବ ଧମାକା

2. 'ହାଫ୍ ଲଭ୍ ଷ୍ଟୋରୀ'-ନଭେମ୍ୱର 15

'ହାଫ୍ ଲଭ୍ ଷ୍ଟୋରୀ' ସିନେମାରେ ମୁଖ୍ୟ ଭୂମିକାରେ ଅଭିନେତା ସୁନୀଲ ଥିବା ବେଳେ ଅଭିନେତ୍ରୀ ଅଛନ୍ତି ମନସ୍ଵିନୀ ଓ କୁକିଜ । ଅନ୍ୟାନ୍ୟ ଚରିତ୍ରରେ ଅସିତ ପତି, ଭୂପତି ତ୍ରିପାଠୀ,ବବି ମିଶ୍ର । ଅଧା ଏକ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ଏହି ଫିଲ୍ମ ଅଞ୍ଜନେୟ ମିଡ଼ିଆ ପ୍ରଇଭେଟ ଲିମିଟେଡ଼, ପ୍ରଭାତ କୁମାର ପ୍ରଧାନ ପ୍ରଯୋଜନାରେ ନିର୍ମିତ ହୋଇଛନ୍ତି । ଯାହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ମୃତ୍ୟୁଞ୍ଜୟ ସାହୁ । ଏହି ଫିଲ୍ମ ନଭେମ୍ୱର 15ରେ ରିଲିଜ ହେବ ।

ଏହା ମଧ୍ୟ ପଢନ୍ତୁ:ଅଧା ଏକ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ନୂଆ ଓଡ଼ିଆ ଫିଲ୍ମ 'ହାଫ୍ ଲଭ୍ ଷ୍ଟୋରୀ', ରିଲିଜ ହେଲା ଅଡ଼ିଓ

  • ନଭେମ୍ୱର ମାସରେ ରିଲିଜ ଏହି ହିନ୍ଦୀ ଫିଲ୍ମ

1. ସିଙ୍ଘମ ଏଗେନ- ନଭେମ୍ୱର 1

ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର 'ସିଙ୍ଘମ ଏଗେନ' ଆଜିଠାରୁ ବଡ ପରଦାରେ ରିଲିଜ ହୋଇଛି । ଅଜୟ ଦେବଗନ୍, ଅକ୍ଷୟ କୁମାର, କରୀନା କପୁର, ଅର୍ଜୁନ କପୁର, ଟାଇଗର ଶ୍ରଫ, ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ଏହି ଚଳଚ୍ଚିତ୍ରରେ ନଜର ଆସିଛନ୍ତି । ଏଥିସହ ସଲମାନ ଖାନଙ୍କୁ ମଧ୍ୟ ଏଥିରେ କ୍ୟାମିଓ ରୋଲରେ ଦେଖିବାକୁ ମିଳିଛି । ଫିଲ୍ମରେ ଅର୍ଜୁନ କପୁର ଏଥିରେ ଭିଲେନ ଭୂମିକାରେ ନଜର ଆସିଥିବା ବେଳେ ଅଜୟଙ୍କ ସ୍ତ୍ରୀ ଭୂମିକାରେ କରୀନା ଏବଂ ଦୀପିକା ପାଦୁକୋନ ଲେଡି ସିଙ୍ଘମ ଭୂମିକାରେ ନଜର ଆସିଛନ୍ତି ।

2. ଭୁଲ ଭୁଲେୟା 3- ନଭେମ୍ୱର 1

'ଭୁଲ ଭୁଲେୟା' ପ୍ରାଞ୍ଚାଇଜର ତୃତୀୟ ଭାଗ 'ଭୁଲ ଭୁଲେୟା 3' । ପ୍ରଥମ ଭାଗ ପ୍ରିୟଦର୍ଶନଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା, ଯେଉଁଥିରେ ବିଦ୍ୟା ବାଲାନଙ୍କ ସହିତ ଅକ୍ଷୟ କୁମାର ଅଭିନୟ କରିଥିଲେ । ଦ୍ୱିତୀୟ ଭାଗରେ କାର୍ତ୍ତିକ, ତବୁ ଏବଂ କିଆରା ଆଡଭାନୀଙ୍କ ସହ ସ୍କ୍ରିନ ସେୟାର କରିଥିଲେ । ତୃତୀୟ ଭାଗ ବା ଏହି ହିଟ୍ ଫ୍ରାଞ୍ଚାଇଜ ଫିଲ୍ମରେ କାର୍ତ୍ତିକ, ତିପ୍ତୀ ଡିମ୍ରି ଏବଂ ବିଦ୍ୟା ବାଲାନ ଅଭିନୟ କରିଛନ୍ତି । ଏଥିସହ ଏଥିରେ ମାଧୁରୀ ଦୀକ୍ଷିତ ମଧ୍ୟ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରଟି ଟି-ସିରିଜ୍ ଫିଲ୍ମସ୍ ଏବଂ ସିନେ 1 ଷ୍ଟୁଡିଓ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ କରାଯାଇଛି ଏବଂ ଏହାକୁ ଆନିସ୍ ବାଜମି ନିର୍ଦ୍ଦେଶନା ଦେଇଛନ୍ତି । କହିରଖୁଛୁ କି, ବିଦ୍ୟା ବାଲାନ ପ୍ରଥମ ଭାଗରେ ନଜର ଆସିଥିବା ବେଳେ ପୁଣି ତୃତୀୟ ଭାଗରେ ମାଧୁରୀଙ୍କ ସହ ଲୋକଙ୍କୁ ଡରାଇବାକୁ ପ୍ରସ୍ତୁତ ।

3. କଙ୍ଗୁୱା- 14 ନଭେମ୍ବର

ସାଉଥ ସିନେମାର ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର କଙ୍ଗୁୱା ମଧ୍ୟ ଚଳିତ ମାସ 14 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଫିଲ୍ମ ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ହିନ୍ଦୀ ଏବଂ ଇଂରାଜୀ ସହିତ 10 ଟି ଭାଷାରେ 3Dରେ ରିଲିଜ କରିବ । ସିରୁଥାଇ ସିଭାଙ୍କ ଦ୍ୱାରା ନିର୍ଦ୍ଦେଶିତ 'କଙ୍ଗୁୱା' ଏକ ମନୋରଞ୍ଜନ ଭରପୁର ଫିଲ୍ମ ବୋଲି କୁହାଯାଉଛି । ସୁପରଷ୍ଟାର ସୂରିୟା ଶିବକୁମାରଙ୍କ ଫିଲ୍ମରେ ବଲିଉଡ ଅଭିନେତା ବବି ଦେଓଲ, ଅଭିନେତ୍ରୀ ଦିଶା ପାଟାନି, ଯୋଗୀ ବାବୁ, କିଙ୍ଗସଲି, କୋଭାଇ ସରଲା, ଆନନ୍ଦ ରାଜଙ୍କ ପରି ଷ୍ଟାରମାନେ ନଜର ଆସିବେ ।

4. ଦ ସାବରମତି ରିପୋର୍ଟ- 15 ନଭେମ୍ବର

ବିକ୍ରାନ୍ତ ମାସି ଷ୍ଟାରର୍ ଚଳଚ୍ଚିତ୍ର ଦ ସାବରମତି ରିପୋର୍ଟ 15 ନଭେମ୍ବରରେ ବଡ ପରଦାରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରଟି ଏକ ପ୍ରକୃତ ଘଟଣା ଦ୍ୱାରା ଅନୁପ୍ରାଣିତ। ଏଥିରେ ରାଶି ଖାନ୍ନା ଏବଂ ରିଦ୍ଧି ଡୋଗ୍ରାଙ୍କ ପରି କଳାକାରମାନେ ମଧ୍ୟ ନଜର ଆସିବେ ।

5. I Want To Talk- 22 ନଭେମ୍ବର

ଦୀର୍ଘ ସମୟ ପରେ ଅଭିନେତା ଅଭିଷେକ ବଚ୍ଚନ ବଡ ପରଦାରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ହି ଫିଲ୍ମର ନିର୍ଦ୍ଦେଶନା ସୁଜିତ ସରକାର ଦେଇଥିବା ବେଳେ ନଭେମ୍ବର 22 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

6. ଧଡକ 2- 22 ନଭେମ୍ବର

ଧର୍ମ ପ୍ରଡକ୍ସନ୍ସର ସଫଳ ଚଳଚ୍ଚିତ୍ର 'ଧଡକ'ର ସିକ୍ୱେଲ୍ ମଧ୍ୟ ଚଳିତ ବର୍ଷ ପରଦାରେ ଆସିବାକୁ ଯାଉଛି । ଯାହାକି କିଛି ସମୟ ପୂର୍ବରୁ ନିର୍ମାତାମାନଙ୍କ ଦ୍ୱାରା ଘୋଷଣା କରାଯାଇଥିଲା । ଏହି ଚଳଚ୍ଚିତ୍ରଟି ନଭେମ୍ବର 22 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏଥିରେ ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ତିପ୍ତି ଡିମ୍ରି ନଜର ଆସିବେ ।

7. ନାମ- 22 ନଭେମ୍ବର

ସିଙ୍ଘମ ଏଗେନ ପରେ ଅଜୟ ଦେବଗନ ଫିଲ୍ମ 'ନାମ'ରେ ନଜର ଆସିବେ । ନଭେମ୍ବର 22 ରେ ଅଭିନେତା ଅଜୟ ଦେବଗନଙ୍କ ଏହି ଫିଲ୍ମ ମୁକ୍ତିଲାଭ କରିବ । ଏହାକୁ ନିର୍ଦ୍ଦେଶକ ଅନିସ୍ ବାଜମି ନିର୍ଦ୍ଦେଶନା ଦେଇଛନ୍ତି । ହଲଚଲ୍, ପ୍ୟାର୍ ତୋ ହୋନା ହି ଥା ଏବଂ ଦେୱାଙ୍ଗି ପରେ ଅଜୟଙ୍କ ସହ ଏହା ବାଜମିଙ୍କର ଚତୁର୍ଥ ଚଳଚ୍ଚିତ୍ର ହେବ ।

8. ମେଟ୍ରୋ ଇନ ଦିନୋ- 29 ନଭେମ୍ବର

ନିର୍ଦ୍ଦେଶକ ଅନୁରାଗ ବସୁଙ୍କ ଚଳଚ୍ଚିତ୍ର 'ମେଟ୍ରୋ ଇନ ଦିନୋ' ବିଷୟରେ ବହୁ ଚର୍ଚ୍ଚିତ ନଭେମ୍ବର ମାସ ଶେଷ ସୁଦ୍ଧା ଏହି ଦିନ ମୁକ୍ତିଲାଭ କରିବ । ସାରା ଅଲି ଖାନ ଏବଂ ଆଦିତ୍ୟ ରୟ କପୁରଙ୍କ ପରି ଅନେକ ଭେଟେରାନ ଅଭିନେତାଙ୍କ ଅଭିନୀତ ଏହି ରୋମାଣ୍ଟିକ ଥ୍ରୀଲର 29 ନଭେମ୍ବରରେ ବଡ ପରଦାରେ ରିଲିଜ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details