ଲକ୍ଷ୍ନୌ: ବାରଣାସୀ ପହଞ୍ଚିଲେ ବଲିଉଡ ଫିଲ୍ମ ଷ୍ଟାର ରଣଭୀର ସିଂ ଏବଂ ଅଭିନେତ୍ରୀ କ୍ରିତି ସାନନ୍ । ଆଜି ଦୁହେଁ ବାରଣାସୀ ପହଞ୍ଚି ବାବା ବିଶ୍ବନାଥଙ୍କ ଦର୍ଶନ ଏବଂ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି । ଷ୍ଟାରଙ୍କୁ ପାଖରେ ପାଇ ତାଙ୍କ ସହ ସେଲ୍ଫି ନେବା ପାଇଁ ଫ୍ୟାନ୍ସଙ୍କ ଭିଡ଼ ଲାଗିଥିଲା । ଷ୍ଟାରଙ୍କର ଗୋଟେ ଝଲକ ପାଇବା ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଥିଲା । ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ମଧ୍ୟ ସଜାଗ ଥିଲା।
ବିଶ୍ବନାଥଙ୍କ ଦର୍ଶନ କଲେ ରନବୀର, କ୍ରିତି ଏବଂ ମନୀଷ ମଲହୋତ୍ରା 'ଧରୋହର କାଶୀ କି' କାର୍ଯ୍ୟକ୍ରମରେ ଯୋଗ ନେବା ପାଇଁ ବଲିଉଡ ଅଭିନେତା ରଣଭୀର ସିଂ, ଅଭିନେତ୍ରୀ କ୍ରିତି ସାନନ୍, ରାଜ୍ୟସଭା ସାଂସଦ ତଥା ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର କୁଳପତି ସତନାମ ସିଂ ସାନ୍ଧୁ, ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା, ରାଇଟର ଚନ୍ଦ୍ରନସୁ ମହାରାଜ ଆଦି ପହଞ୍ଚିଥିଲେ । କାର୍ଯ୍ୟକ୍ରମକୁ ଆସି ସେମାନେ କାଶୀ ବିଶ୍ୱନାଥ ମନ୍ଦିରରେ ଭୋଳାବାବାଙ୍କ ଦର୍ଶନ ଏବଂ ପୂଜାର୍ଚ୍ଚନା କରିଛନ୍ତି । ଏହା ପୂର୍ବରୁ, ଷ୍ଟାରମାନେ ଷ୍ଟିମର ଯୋଗେ ଲଲିତା ଘାଟରେ ପହଞ୍ଚିବା କ୍ଷଣି ଲୋକମାନେ 'ହର ହର ମହାଦେବ' କହି ତାଙ୍କ ସ୍ବାଗତ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ... ୨୦ ଦେଶର କୂଟନୀତିଜ୍ଞ ମାନଙ୍କ ବାବା କାଶୀ ବିଶ୍ବନାଥ ଓ ଗଙ୍ଗା ଆରତୀ ଦର୍ଶନ - Diplomats Visit Kashi Viswanath
ରଣଭୀର ସିଂଙ୍କୁ ଏହି ଅବସରରେ ହ୍ବାଇଟ କୁର୍ତ୍ତା ସାଙ୍ଗକୁ ଗେରୁଆ ରଙ୍ଗର ଦୁପଟ୍ଟାରେ ଦେଖିବାକୁ ମିଳିଥିଲା । ରଣଭୀର ସିଂ ତାଙ୍କ ଫ୍ୟାନ୍ସଙ୍କ ସହିତ ସେଲ୍ଫି ନେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ହେଲେ ସେହି ସମୟରେ କ୍ରିତି ସାନନ୍ ଭକ୍ତି ଭାବର ସହିତ ସରୋବରକୁ ଦେଖୁଥିଲେ । ନିଜ ହଳଦିଆ ରଙ୍ଗର ଦୁପଟ୍ଟାକୁ ନିଜ ମଥାରେ ରଖି କ୍ରିତି ବାବା ବିଶ୍ବନାଥଙ୍କ ଦର୍ଶନ ଏବଂ ପୂଜା କରିଛନ୍ତି । ତାଙ୍କ ସହିତ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା ମଥାରେ ଚନ୍ଦନ ଲଗାଇଥିଲେ ଏବଂ ସେ ମଧ୍ୟ ଟ୍ରାଡିସନାଲ ଲୁକରେ ନଜର ଆସିଥିଲେ ।
ବିଶ୍ବନାଥଙ୍କ ଦର୍ଶନ କଲେ ରନବୀର, କ୍ରିତି ଏବଂ ମନୀଷ ମଲହୋତ୍ରା ଇଣ୍ଡିଆନ ମାଇନୋରଟି ଫାଉଣ୍ଡେସନ ପକ୍ଷରୁ 'ଧରୋହର କାଶୀ କି' ବୁନକର ସମୁଦାୟକି ଗାଥା ନାମକ ଏକ କାର୍ଯ୍ୟକ୍ରମ 13 ଏବଂ 14 ଏପ୍ରିଲରେ ଆୟୋଜିତ ହୋଇ ଛି। ଏହି କାର୍ଯ୍ୟକ୍ରମରେ, ଫ୍ୟାସନ ଟ୍ରେଣ୍ଡକୁ ବୁଝିବା ସହିତ ବନାରସୀ ଶାଢ଼ୀ ଏବଂ ଶାଢ଼ୀ ବୁଣାକାରଙ୍କ ହାତରୁ ତିଆରି ହୋଇଥିବା ସାମଗ୍ରୀର ପ୍ରଦର୍ଶନୀ ହୋଇଥିଲା । ଅନ୍ତର୍ଜାତୀୟ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା ନମୋ ଘାଟରେ ହୋଇଥିବା ଫ୍ୟାଶନ ସୋରେ ବନାରସର ବୁଣାକାରଙ୍କ ହସ୍ତଶିଳ୍ପକୁ ପ୍ରଦର୍ଶନ କରିଛନ୍ତି । ତେବେ 'ଧରୋହର କାଶୀ କି' କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଓ ଆଇଏମଏଫ୍ (ଇଣ୍ଡିଆନ ମାଇନୋରିଟି ଫାଉଣ୍ଡେସନ)ର ଆବାହକ ସତନାମ ସିଂ ସନ୍ଧୁଙ୍କ ଛଡା ୨୦ଟି ଦେଶରୁ ଆସିଥିବା କୂଟନୀତିଜ୍ଞ ମାନେ ଫ୍ୟାସନ ସୋ'ରେ ଯୋଗ ନେବା ପାଇଁ ବାରଣାସୀ ଆସିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ