ଓଡିଶା

odisha

ETV Bharat / entertainment

ଲାଟେଷ୍ଟ ଫଟୋକୁ ନେଇ ଟ୍ରୋଲ ହେଲେ ଏହି ଅଭିନେତ୍ରୀ, ଡିଲିଟ୍ କଲେ ଇନଷ୍ଟାଗ୍ରାମ ଆକାଉଣ୍ଟ୍ - Ayesha Takia Delete Instagram - AYESHA TAKIA DELETE INSTAGRAM

Ayesha Takia Delete Instagram Account: ଅନେକ ଦିନରୁ ପରଦାରୁ ଦୂରେଇ ରହିଛନ୍ତି ଅଭିନେତ୍ରୀ ଆୟେଶା ଟାକିଆ । ଏପରି ସମୟରେ ବର୍ତ୍ତମାନ ଅଭିନେତ୍ରୀ ଇନଷ୍ଟାଗ୍ରାମରୁ ମଧ୍ୟ ଦୂରେଇ ଯାଇଛନ୍ତି । ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ କରିଥିବା ସୂଚନା ମିଳିଛି । ନିଜ ଫଟୋକୁ ନେଇ ଟ୍ରୋଲ ପରେ ଆୟେଶା ଏହି ପଦକ୍ଷେପ ନେଇଥିବା କୁହାଯାଉଛି।

ଟ୍ରୋଲ ପରେ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ଡିଲିଟ୍ କଲେ ଆୟେଶା ଟାକିଆ
ଟ୍ରୋଲ ପରେ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ଡିଲିଟ୍ କଲେ ଆୟେଶା ଟାକିଆ (ETV Bharat Odisha)

By ETV Bharat Odisha Team

Published : Aug 23, 2024, 12:25 PM IST

ହାଇଦ୍ରାବାଦ:'ତାର୍ଜନ' ଏବଂ 'ୱାଣ୍ଟେଡ୍' ଭଳି ଚଳଚ୍ଚିତ୍ର ଯୋଗୁଁ ବଲିଉଡ ଅଭିନେତ୍ରୀ ଆୟେଶା ଟାକିଆ ଫ୍ୟାନ୍ସଙ୍କ ନ୍ୟାସନାଲ କ୍ରସ ସାଜିଥିଲେ । ତାଙ୍କ ସୌନ୍ଦର୍ଯ୍ୟ ଏବଂ ଅଭିନୟ ଲୋକଙ୍କୁ ଦିୱାନା କରିଥିଲା । ଏହା ପରେ ସେ ଦୀର୍ଘ ଦିନ ଧରି ପରଦାରୁ ଦୂରେଇ ଯାଇଥିଲେ । ବର୍ତ୍ତମାନ ଅଭିନେତ୍ରୀ ଇନଷ୍ଟାଗ୍ରାମରୁ ମଧ୍ୟ ଦୂରେଇ ଯାଇଥିବା ଜଣାପଡିଛି । ହେଲେ କିଛି ସମୟ ହେଲା ପ୍ଲାଷ୍ଟିକ ସର୍ଜରୀ ହେବାର ଖବର ହେତୁ ସେ ଶିରୋନାମାରେ ରହିଆସିଥିଲେ। ନିକଟରେ ସେ ତାଙ୍କ ଲାଟେଷ୍ଟ ଫଟୋ ସେୟାର କରିଥିଲେ ଯେଉଁଥିପାଇଁ ତାଙ୍କୁ ବହୁତ ଟ୍ରୋଲ କରାଯାଇଥିଲା । ଏବେ ଟ୍ରୋଲ କରିବା ପରେ ଆୟେଶା ଟାକିଆ ଏପରି କିଛି କରିଛନ୍ତି ଯାହା ତାଙ୍କ ପ୍ରଶଂସକଙ୍କୁ ଚକିତ କରିଦେଇଛି । ଟ୍ରୋଲ କରିବା ପରେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ କରିଥିବା ସୂଚନା ମିଳିଛି ।

ଆୟେଶା ଟାକିଆଙ୍କ ଲାଟେଷ୍ଟ ପୋଷ୍ଟ (ETV Bharat Odisha)

ଫଟୋ ପାଇଁ ଟ୍ରୋଲ ହେଲେ ଆୟେଶା

ଗତକାଲି ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ସେ ନିଜର ଏକ ଫଟୋ ସେୟାର କରିଥିଲେ । ଏହା ଦେଖି ଲୋକମାନେ ଆୟେଶାଙ୍କୁ ଟ୍ରୋଲ କରିଥିଲେ ଯିଏ ଏହି ଫଟୋରେ ପରିବର୍ତ୍ତିତ ଲୁକରେ ଦେଖାଯାଉଥିଲେ । ଫଟୋରେ ବ୍ଲୁ ରଙ୍ଗର ଶାଢୀ ସହ ପାରମ୍ପରିକ ଲୁକରେ କାରରେ ସେଲଫି ନେଉଥିବା ନଜର ଆସିଥିଲେ । ଯାହା ଦେଖି ଅଭିନେତ୍ରୀଙ୍କୁ ଲୋକେ ଆମେରିକାର ଟିଭି ବ୍ୟକ୍ତିତ୍ୱ କାଇଲି ଜେନେରଙ୍କ ସହ ତୁଳନା କରିବା ସହ ଟ୍ରୋଲ କରିଥିଲେ। ଲୋକେ ସୁନ୍ଦର ଚେହେରାକୁ ଏପରି କାହିଁକି କରିଲ ବୋଲି ପ୍ରଶ୍ନ କରିଥିଲେ।

ଆୟେଶା ଟାକିଆ ଡିଲିଟ୍ କଲେ ଇନଷ୍ଟାଗ୍ରାମ ଆକାଉଣ୍ଟ୍ (ETV Bharat Odisha)

ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ୍ କଲେ ଆୟେଶା

କ୍ରମାଗତ ଟ୍ରୋଲ କରିବା ପରେ ଅଭିନେତ୍ରୀ ଆୟେଶା ସୋସିଆଲ ମିଡିଆରେ ଏକ ବଡ ପଦକ୍ଷେପ ନେଇଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ କରିଛନ୍ତି। ଆୟେଶା ଟାକିଆର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲୁନାହିଁ । ଇନଷ୍ଟାଗ୍ରାମରେ ଆୟେଶା ଟାକିଆ ଆଜମିଙ୍କ ନାମରେ ଏକ ଆକାଉଣ୍ଟ ଥିଲା, ଯାହାର 2 ନିୟୁତ ଫୋଲର୍ସ ଥିଲେ। ଆୟେଶା ନିଜେ 7773 ଲୋକଙ୍କୁ ଫଲୋ କରିଥିଲେ ଏବଂ ସେ 1290 ଟି ପୋଷ୍ଟ ସେୟାର କରିଥିଲେ। ତେବେ ଟ୍ରୋଲ କରିବା ପରେ ଆୟେଶା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନୂଆ ଲୁକ୍ ନେଇ ଟ୍ରୋଲ ହେଲେ ରିମି ସେନ୍; ସର୍ଜରୀ କରିଥିବା ଅଭିଯୋଗ ପରେ ମୁହଁ ଖୋଲିଲେ ଅଭିନେତ୍ରୀ

ପୂର୍ବରୁ ବି ଟ୍ରୋଲ ହୋଇଥିଲେ ଆୟେଶା

ଚଳିତ ବର୍ଷ ଫେବୃଆରୀରେ ଆୟେଶା ଟାକିଆ ବିମାନବନ୍ଦରରେ ନଜର ଆସିଥିଲେ। ଏହି ସମୟରେ, ଲୋକମାନେ ତାଙ୍କ ପରିବର୍ତ୍ତିତ ଲୁକ ଦେଖି ତାଙ୍କୁ ବହୁତ ଟ୍ରୋଲ କରିଥିଲେ । ଲୋକମାନେ ଦାବି କରିଛନ୍ତି ଯେ ସେ ପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି। ଏହି ଟ୍ରୋଲିଂରେ ବିରକ୍ତ ହୋଇ ଆୟେଶା ଏକ ଲମ୍ବା ନୋଟ୍ ଲେଖି ଟ୍ରୋଲର୍ସଙ୍କୁ ଉପଯୁକ୍ତ ଉତ୍ତର ଦେଇଥିଲେ ଏବଂ କହିଥିଲେ ଯେ ଦେଶରେ ଲୋକଙ୍କୁ ସେମାନଙ୍କୁ ଚେହେରା ଦେଖି ସମାଲୋଚନା କରିବା ବ୍ୟତୀତ ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନାହିଁ। ଏହା ଯୁକ୍ତିଯୁକ୍ତ ନୁହେଁ ବୋଲି କହିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details