ହାଇଦ୍ରାବାଦ:ବଲିଉଡ ତାରକା ଦମ୍ପତି କରଣ ସିଂ ଗ୍ରୋଭର ଏବଂ ବିପାଶା ବସୁ ଆଜି ତାଙ୍କ ୮ମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଏହି ଅବସରରେ ମରିସସରେ ଧୁମଧାମରେ ସେଲିବ୍ରେଟ କରିଛନ୍ତି । ଯାହାର କିଛି ଫଟୋ ଏବଂ ଭିଡିଓ ସେୟାର କରି ଝଲକ ଦେଖାଇଛନ୍ତି ଉଭୟ । ଏଥିସହ ଏହି ଦମ୍ପତି ରୋମାଣ୍ଟିକ ଫଟୋ ସେୟାର କରି ପରସ୍ପରକୁ ଖାସ ଅନ୍ଦାଜରେ ଶୁଭକାମନା ମଧ୍ୟ ଜଣାଇଛନ୍ତି ।
ବିପାଶା ଏବଂ କରଣ ଝିଅ ଦେବୀଙ୍କ ସହ ମରିସସରେ ୮ମ ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଯାହାର ସେ କିଛି ଫଟୋ ଏବଂ ଭିଡିଓ ସେ ନିଜ ଇନଷ୍ଚାଗ୍ରାମରେ ସେୟାର କରି ଝଲକ ଦେଖାଇଛନ୍ତି । ଗୋଟିଏ ଭିଡିଓରେ ବିପାଶା କରଣଙ୍କ ଗାଲରେ କିସ ଦେଉଥିବା ସହ ରୋମାଣ୍ଟିକ ପୋଜରେ ଦେଖିବାକୁ ମିଳିଥିବା ବେଳେ କ୍ୟାପସନରେ ଲେଖିଛନ୍ତି, "ବାର୍ଷିକୀ ମୋଡରେ ମାମା ପାପା ।" ଅନ୍ୟ ଏକ ଫଟୋରେ, ମା-ଝିଅଙ୍କ ଯୋଡି ବାଲକୋନୀରେ ପୋଜ୍ କରୁଥିବା ଦେଖିବାକୁ ମିଳିଛି ।
ଏହା ବ୍ୟତୀତ ବିପାଶା ତାଙ୍କ ବିବାହ ଦିନର ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ବିବାହଠାରୁ ୮ ବର୍ଷ ପର୍ଯ୍ୟନ୍ତ ସମସ୍ତ ବାର୍ଷିକୀ ପାଳନ କରିବାର ଝଲକ ସେୟାର କରିଛନ୍ତି । ବିପାଶା ଏହି ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ଅଷ୍ଟମ ବିବାହ ବାର୍ଷିକୀ ଶୁଭେଚ୍ଛା ମୋ ଲଭ୍ । ଆମେ ଏପରି ସର୍ବଦା ନିଜ ଜୀବନର ପ୍ରତ୍ୟେକ ଦିନ ଏକାଠି ପାଳନ କରିବା ।''