ହାଇଦ୍ରାବାଦ: ଷ୍ଟାର କ୍ରିକେଟର ବିରାଟ କୋହଲି ଆଜି ତାଙ୍କ 36 ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ସମୟରେ ଫ୍ୟାନ୍ସଙ୍କୁ ଭେଟି ଦେଇଛନ୍ତି ଅନୁଷ୍କା । ସ୍ୱାମୀ ବିରାଟଙ୍କ ଜନ୍ମଦିନରେ ଅନୁଷ୍କା ତାଙ୍କ ଶିଶୁ (ଭାମିକା ଏବଂ ଆକାୟ କୋହଲି) ଙ୍କ ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହା ପ୍ରଥମ ଥର ପାଇଁ ଅନୁଷ୍କା ଶର୍ମା ତାଙ୍କ ପୁଅ ଅକାୟଙ୍କ ପ୍ରଥମ ଝଲକ ଦେଖାଇଛନ୍ତି । ଏଥିରେ ଝିଅ ଭାମିକା ମଧ୍ୟ ନଜର ଆସିଛନ୍ତି । ଅନୁଷ୍କା ଶର୍ମାଙ୍କ ଏହି ପୋଷ୍ଟ ସେୟାର କରିବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସମସ୍ତେ ଏହି ଫଟୋକୁ ଖୁବ ପସନ୍ଦ କରୁଥିବା ବେଳେ ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।
ଅନୁଷ୍କା-ବିରାଟଙ୍କ ପୁଅ ଅକାୟଙ୍କ ପ୍ରଥମ ଝଲକ
ସ୍ୱାମୀ ବିରାଟ କୋହଲିଙ୍କ 36 ତମ ଜନ୍ମଦିନରେ ଅନୁଷ୍କା ଶର୍ମାଙ୍କ ଦ୍ୱାରା ସେୟାର କରାଯାଇଥିବା ଫଟୋରେ ବିରାଟ ତାଙ୍କ ଶିଶୁ ଭାମିକା ଏବଂ ଅକାୟଙ୍କ ସହ ମଜା କରୁଥିବା ନଜର ଆସିଛନ୍ତି । ଏହି ଫଟୋ ଲଣ୍ଡନର ଅଟେ । ଯେଉଁଠାରେ ଅନୁଷ୍କା ଫେବୃଆରୀରେ ପୁଅ ଅକାୟଙ୍କୁ ଜନ୍ମ ଦେଇଥିଲେ । ଏହି ଫଟୋରେ ବିରାଟ ପୁଅ ଅକାୟ ଏବଂ ଭାମିକାଙ୍କୁ କୋଳରେ ଧରିଥିବାର ନଜର ଆସିଛନ୍ତି । ହେଲେ ଉଭୟଙ୍କ ଚେହେରା ପ୍ରକାଶ ନ କରିନାହାନ୍ତି । ଏହା ସେୟାର କରି ଅନୁଷ୍କା ଲାଲ ହାର୍ଟ ଇମୋଜି ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ:କୋହଲିଙ୍କ ଘରକୁ ଆସିଛି ନୂଆ ଅତିିଥି, ଖୁସି ଖବର ଦେଲେ ବିରୁଷ୍କା