ହାଇଦ୍ରାବାଦ:ଦୀର୍ଘ ଦିନ ଧରି ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଅଲଗା ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଉଭୟଙ୍କ ସମ୍ପର୍କରେ ଠିକ୍ ଚାଲିନଥିବା ବେଳେ ଛାଡ଼ପତ୍ର ଦେବେ ବୋଲି ଆଲୋଚନା ହେଉଥିଲା । ଏହି ଚର୍ଚ୍ଚା ମଧ୍ୟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଛି । କେବଳ ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ନୁହଁନ୍ତି ଅମିତାଭ ବଚ୍ଚନ ମଧ୍ୟ ଉଭୟଙ୍କ ସହ ନଜର ଆସିଛନ୍ତି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ଛାଡପତ୍ର ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇବା ସହ ଦମ୍ପତିଙ୍କୁ ଛୁଟୁଛି ପ୍ରଶଂସାର ସୁଅ ।
ଏକାଠି ନଜର ଆସିଲେ ଐଶ୍ୱର୍ଯ୍ୟା-ଅଭିଷେକ
ଗୁରୁବାର ସନ୍ଧ୍ୟାରେ ଅଭିଷେକ ଏବଂ ଐଶ୍ୱର୍ଯ୍ୟା ଝିଅ ଆରାଧ୍ୟାଙ୍କ ବିଦ୍ୟାଳୟର ବାର୍ଷିକ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ବିଗ୍ ବି ଉଭୟଙ୍କ ସହ ଦେଖିବାକୁ ମିଳିଥିଲା । ତିନିଜଣ ସେଠାରେ ପହଞ୍ଚିବା ମାତ୍ରେ ସେମାନେ ପାପାରାଜିଙ୍କ କ୍ୟାମେରାରେ କଏଦ ହୋଇଥିଲେ ଏବଂ ସେତେବେଳେ ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ଐଶ୍ୱର୍ଯ୍ୟା ବିଗ୍ ବିଙ୍କ ସହ କିଛି କଥା ହେଉଥିବା ନଜର ଆସିଛନ୍ତି। ଏଥିସହ ତାଙ୍କ ହାତ ଧରି ଶ୍ୱଶୁର ଅମିତାଭଙ୍କ ହାତ ଧରି ସାଙ୍ଗରେ ଯାଉଥିବା ନଜର ଆସିଛନ୍ତି । ଏଥିସହ ତିନିଜଣ ମିଶି ବିଦ୍ୟାଳୟରେ ଏଣ୍ଟ୍ରି କରିବାବେଳେ ଐଶ୍ୱର୍ଯ୍ୟାଙ୍କ ଦୁପଟ୍ଟାକୁ ଅଭିଷେକ ହାତରେ ଧରୁଥିବାର ନଜର ଆସିଛନ୍ତି। ବର୍ତ୍ତମାନ ତାଙ୍କ ଅନ୍ଦାଜକୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବହୁତ ପସନ୍ଦ କରିବା ସହ ଉଭୟଙ୍କ ଖୁବ ପ୍ରଶଂସା କରିଛନ୍ତି ।
ପୂର୍ବରୁ ବି ଅଭିଷେକ-ଐଶ୍ୱର୍ଯ୍ୟାଙ୍କୁ ଏକାଠି ଦେଖିବାକୁ ମିଳିଥିଲା