ହାଇଦ୍ରାବାଦ:ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଆଗଧାଡ଼ିର ଅଭିନେତା ଅଜିତ କୁମାର ଜଣେ ଜଣାଶୁଣା କାର ରେସର । ସେ ଦୁବାଇ କାର ରେସିଂ ପ୍ରତିଯୋଗିତାରେ ଭାଗ ନେବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ଯାହା ପାଇଁ ସେ ଦୁବାଇରେ ପହଞ୍ଚି ପ୍ରସ୍ତୁତି ଜାରି ରଖିଥିବା ବେଳେ ରେସ୍ ଅଭ୍ୟାସ ବେଳେ କାର୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ବାଇରାଲ ହେଉଥିବା ବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ଫ୍ୟାନ୍ସ ଅଭିନେତାଙ୍କ ବିଷୟରେ ଚିନ୍ତିତ ରହିଛନ୍ତି ।
ସୁରକ୍ଷିତ ଅଛନ୍ତି ଅଜିତ କୁମାର
ଅଜିତଙ୍କ କାର ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିବା ମାତ୍ରେ ପ୍ରଶଂସକମାନେ ବହୁତ ଚିନ୍ତିତ ହୋଇପଡିଥିଲେ। ପ୍ରଶଂସକଙ୍କ ଚିନ୍ତା ଦେଖି ଅଜିତ କୁମାର ରେସିଂ ଟିମ୍ ମ୍ୟାନେଜର ତଥା ଡ୍ରାଇଭର ଫାବିଆନ୍ ଡୁଫିକ୍ସ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଅଭିନେତାଙ୍କ ପ୍ରଶଂସକଙ୍କୁ ନିଶ୍ଚିତ କରିଛନ୍ତି ଯେ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି। ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି, "ପ୍ରଥମ ଦିନର ପରୀକ୍ଷା ଶେଷ ହୋଇଛି । କହିରଖୁଛୁ କି, ଅଜିତ 12 ଏବଂ 13 ଜାନୁଆରୀରେ ଅନୁଷ୍ଠିତ ହେବାକୁ ଥିବା 24H ଦୁବାଇ 2025 ରେସରେ ଅଂଶଗ୍ରହଣ କରିବେ ।
କାର୍ ଦୁର୍ଘଟଣାର ଭିଡିଓ ଭାଇରାଲ
ଅଜିତ କୁମାର ଅଜିତ ରେସିଂ ଟିମ୍ ନାମକ ଏକ ଟିମର ମାଲିକ ଅଟନ୍ତି। ଅଜିତ ତାଙ୍କ ଟିମ ସହ ଏହି ଦୌଡ଼ରେ ଭାଗ ନେଉଥିଲେ ଯେଉଁଥିରେ ତାଙ୍କୁ 24 ଘଣ୍ଟା ଧରି ଲଗାତାର ଗାଡି ଚଲାଇବାକୁ ପଡ଼ିବ । ଏଠାରେ ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରତ୍ୟେକଙ୍କୁ ଛଅ ଘଣ୍ଟା ପାଇଁ ଗାଡି ଚଲାଇବାକୁ ପଡୁଥିଲା । ଅଜିତ ତାଙ୍କର 6 ଘଣ୍ଟା ପୂରଣ କରିବାର ମାତ୍ର କିଛି ମିନିଟ୍ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା । ସେୟାର ହୋଇଥିବା ଭିଡିଓରେ ଅଜିତଙ୍କ କାର ବାରିକେଟକୁ ଧକ୍କା ଦେବା ପରେ 6 ଥର ସ୍ପିନ୍ ହୋଇଛି । ଦୁର୍ଘଟଣା ସମୟରେ ତାଙ୍କ କାର ଘଣ୍ଟା ପ୍ରତି 180 କିଲୋମିଟର ବେଗରେ ଯାତ୍ରା କରୁଥିଲା, ଏହି କାରଣରୁ ଏହି ଦୁର୍ଘଟଣା ଘଟିଥିଲା । ଏହା ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ଏହି ଦୁର୍ଘଟଣାରେ ଅଜିତ ସୁସ୍ଥ ଥିବା ବେଳେ କିନ୍ତୁ ଏଥିରେ ତାଙ୍କର ପୋର୍ସେ 992 କାରର ଅନେକ କ୍ଷତି ଘଟିଛି ।
ଏହା ମଧ୍ୟ ପଢନ୍ତୁ:ପ୍ରଶାସନ ଭାଙ୍ଗିଲା ସୁପରଷ୍ଟାର ଅଜିତଙ୍କ ଘର କାନ୍ଥ, ଜାଣନ୍ତୁ ଏହା ପଛର କାରଣ
ଏହି ଦୁଇଟି ଚଳଚ୍ଚିତ୍ରରେ ଅଜିତ କୁମାର ନଜର ଆସିବେ
ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅଜିତଙ୍କ ପ୍ରଶଂସକମାନେ ତାଙ୍କ ଦୁଇଟି ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ପ୍ରଥମ ଚଳଚ୍ଚିତ୍ର ହେଉଛି ବିଦାମୁୟଚି । ନିକଟରେ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା କରାଯାଇଥିଲା । ଏଥି ସହିତ, 'ଗୁଡ୍ ବେଡ ଅଗଲି' ରହିଛି । ଜାନୁଆରୀ 6 ରେ ନିର୍ମାତାମାନେ ଏହି ଚଳଚ୍ଚିତ୍ରର ଏକ ନୂଆ ପୋଷ୍ଟର ରିଲିଜ କରିଥିଲେ, ଯାହାକୁ ଦେଖି ସୋସିଆଲ ମିଡିଆରେ ପ୍ରଶଂସକଙ୍କ ଉତ୍ସାହ ବଢିଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ