ହାଇଦ୍ରାବାଦ:'ବିଗ୍ ବସ୍ ୧୭'ର ହୋଷ୍ଟିଂ ପରେ ସଲମାନ ଖାନ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ନିକଟରେ ଅଭିନେତାଙ୍କ ନୂଆ ଲୁକ୍ ଭାଇରାଲ ହୋଇଥିଲା । ଯେଉଁଥିରେ ସଲମାନଙ୍କୁ ବଡି ଟ୍ରାନ୍ସଫରମେସନର ଲୁକ ଦେଖିବାକୁ ମିଳିଥିଲା । ସେ ଆଗାମୀ ଫିଲ୍ମ 'ଦ ବୁଲ' ପାଇଁ ଏହି ଲୁକ କରିଥିବା ଚର୍ଚ୍ଚା ହେଉଛି । ତେବେ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି ଯେ, ସଲମାନ 'ଦବଙ୍ଗ ୪' କରିବାକୁ ପ୍ରସ୍ତୁତ ଅଛନ୍ତି । ଏହି ଫିଲ୍ମ ପାଇଁ ସେ ଜବାନ ନିର୍ଦ୍ଦେଶକ ଅଟଲିଙ୍କ ସହ ହାତ ମିଳାଇଥିବା କୁହାଯାଉଛି ।
ନିକଟରେ ଅଟଲିଙ୍କୁ ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ଦେଖିବାକୁ ମିଳିଥିଲା । ତେବେ ଉଭୟ କିଛି ଆକ୍ସନ୍ ପ୍ୟାକ୍ ଫିଲ୍ମ ସହ ଏକାଠି କାମ କରିବାକୁ ଯାଉଥିବା ଚର୍ଚ୍ଚା ହେଉଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ମିଡିଆ ରିପୋର୍ଟ ଅନୁଯାୟୀ, ସଲମାନ ଖାନ ଏବଂ ଅଟଲି 'ଦବଙ୍ଗ' ପ୍ରାଞ୍ଚାଇଜ ପାଇଁ ଏକାଠି କାମ କରିପାରନ୍ତି । ସଲମାନ-ଅରବାଜ ଖାନ ଚୁଲବୁଲ ପାଣ୍ଡେଙ୍କୁ ପୁଣି ପରଦାକୁ ଫେରାଇ ଆଣିବା ପାଇଁ 'ଦବଙ୍ଗ ୪' ନେଇ ଅଟଲିଙ୍କ ସହ ଆଲୋଚନା କରିଥିବା ଜଣାପଡିଛି ।
ରିପୋର୍ଟ ଅନୁସାରେ, ସଲମାନ ଖାନ ଏବଂ ଅରବାଜ ଖାନ ଏହାକୁ ପାନ ଇଣ୍ଡିଆ ଫିଲ୍ମ କରିବାକୁ ଯୋଜନା କରିଛନ୍ତି ଏବଂ ସେ ଚାହାଁନ୍ତି ଯେ, ସାଉଥର ହିଁ ଯକୌଣସି ନିର୍ଦ୍ଦେଶକ ଏହି ଫିଲ୍ମର ନିର୍ଦ୍ଦେଶନା ଦିଅନ୍ତୁ । ନିର୍ଦ୍ଦେଶକ ଅଟଲିଙ୍କ ଅନେକ ଫିଲ୍ମ ଦେଖିବା ପରେ ସେ ଫିଲ୍ମ ପାଇଁ ତାଙ୍କୁ ଅଫର ଦେଇଥିଲେ । ହେଲେ ଏଥିରେ ଅଟଲି ସହମତି ନଥିଲେ । ତେବେ କୁହାଯାଉଛି ଯେ, ଅଟଲି ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ନାହିଁ କିନ୍ତୁ ସେ ଫିଲ୍ମର ସ୍ପିନ୍ ଅଫ୍ ପାଇଁ କାମ କରିବେ । ଏହାର ଅର୍ଥ ଫିଲ୍ମରେ ଅଟଲି ସୃଜନଶୀଳତା (କ୍ରିଏଟିଭିଟି) ଉପରେ କାମ କରିବେ । ତେବେ ଏନେଇ କୌଣସି ଅଫିସିଆଲି ଘୋଷଣା କରାଯାଇନାହିଁ ।
ଏହା ମଧ୍ୟ ପଢନ୍ତୁ:ଶାହାରୁଖଙ୍କ ପରେ ଏହି 4 ଟପ୍ ଅଭିନେତାଙ୍କ ସହ ଧମାକା କରିବେ 'ଜବାନ' ନିର୍ଦ୍ଦେଶକ, ଚାଲିଛି ପ୍ରସ୍ତୁତି
'ଦବଙ୍ଗ' ହେଉଛି ସଲମାନ ଖାନଙ୍କ ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର ଫ୍ରାଞ୍ଚାଇଜ୍ ମଧ୍ୟରେ ଅନ୍ୟତମ । ଏଥିରେ ସଲମାନ ଚୁଲବୁଲ ପାଣ୍ଡେ ନାମକ ଏକ ପୋଲିସ ଅଫିସର ଭୂମିକାରେ ନଜର ଆସିଥିଲେ । ପ୍ରଥମ ଦବଙ୍ଗ ଚଳଚ୍ଚିତ୍ର ୨୦୧୦ରେ ରିଲିଜ୍ ହୋଇଥିବାବେଳେ ଫ୍ରାଞ୍ଚାଇଜର ପରବର୍ତ୍ତୀ ଦୁଇଟି ଚଳଚ୍ଚିତ୍ର ଯଥାକ୍ରମେ ୨୦୧୨ ଏବଂ ୨୦୧୯ରେ ପ୍ରେକ୍ଷାଳୟରେ ରିଲିଜ ହୋଇଥିଲା । ସମସ୍ତ ତିନୋଟି ଚଳଚ୍ଚିତ୍ର ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା ଏବଂ ବକ୍ସ ଅଫିସରେ ବି ଫିଲ୍ମ ଭଲ ପ୍ରଦର୍ଶନ କରିଥିଲା ।