ଓଡିଶା

odisha

By ETV Bharat Odisha Team

Published : May 15, 2024, 12:02 PM IST

Updated : May 15, 2024, 1:01 PM IST

ETV Bharat / entertainment

ମାଧୁରୀ@୫୭; ଖାସ୍ ଅନ୍ଦାଜରେ ଜନ୍ମଦିନ ପାଳିଲେ ଫ୍ୟାନ, ଭୋଟିଂ ପାଇଁ ଲୋକଙ୍କୁ ଅପିଲ୍ - Madhuri Dixit Birthday

Madhuri Dixit Birthday: ୫୭ ବର୍ଷରେ ପାଦ ଥାପିଲେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ଏହି ଅବସରରେ ଜାମସେଦପୁରର ଜଣେ ଫ୍ୟାନ ଖାସ୍ ଅନ୍ଦାଜରେ ମାଧୁରୀ ଦୀକ୍ଷିତଙ୍କ ଜନ୍ମଦିନ ପାଳନ କରିବା ସହ ଭୋଟରଙ୍କୁ ମତଦାନ ପାଇଁ ଅପିଲ କରିଛନ୍ତି । ଅଧିକ ପଢନ୍ତୁ,

ମାଧୁରୀ ଦୀକ୍ଷିତଙ୍କ ଜନ୍ମଦିନ
ମାଧୁରୀ ଦୀକ୍ଷିତଙ୍କ ଜନ୍ମଦିନ (ETV Bharat Odisha)

ମାଧୁରୀ ଦୀକ୍ଷିତଙ୍କ ଜନ୍ମଦିନ (ETV Bharat Odisha)

ହାଇଦ୍ରାବାଦ:ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତଥା ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ ନିଜ ଦମଦାର ଅଭିନୟ ସହ ନିଜ ଡ୍ୟାନ୍ସ ଅନ୍ଦାଜରେ ଲୋକଙ୍କ ମନେର ଆଜି ବି ରାଜ କରୁଛନ୍ତି । ଅଭିନେତ୍ରୀଙ୍କ ଅନେକ ଫ୍ୟାନ ଫୋଲର୍ସ ରହିଛନ୍ତି । ଆଜି ଧକ ଧକ ଗାର୍ଲଙ୍କ ୫୭ତମ ଜନ୍ମଦିନ । ତାଙ୍କର ଜନ୍ମଦିନ ତାଙ୍କର ଫ୍ୟାନ୍ସଙ୍କ ପାଇଁ କୌଣସି ପର୍ଭ ଠାରୁ କମ ନୁହେଁ । ତେବେ ଏହି ଅବସରରେ ଝାଡଖଣ୍ଡ ଜାମସେଦପୁରର ଜଣେ ଫ୍ୟାନ ଖାସ୍ ଅନ୍ଦାଜରେ ମାଧୁରୀ ଦୀକ୍ଷିତଙ୍କ ଜନ୍ମଦିନ ପାଳନ କରିବା ସହ ଭୋଟରଙ୍କୁ ମତଦାନ ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି।

ମାଧୁରୀ ଦୀକ୍ଷିତଙ୍କ ଜନ୍ମଦିନ (ETV Bharat Odisha)

ପପୁ ସର୍ଦ୍ଦାର ମାଧୁରୀ ଦୀକ୍ଷିତଙ୍କ ଜଣେ ବଡ଼ ଫ୍ୟାନ୍ ଅଟନ୍ତି । ସେ ପ୍ରତିବର୍ଷ ମାଧୁରୀଙ୍କ ଜନ୍ମଦିନ ଧୁମଧାମରେ ପାଳନ କରିଥାନ୍ତି । ସେହିପରି ଚଳିତ ବର୍ଷ ମଧ୍ୟ ସେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ମଙ୍ଗଳବାର ଦିନ ସାକଚି ହାଣ୍ଡି ଲାଇନ ସ୍ଥିତ ମନୋହର ଚାଟ୍ ଦୋକାନରେ ମାଧୁରୀଙ୍କ ପ୍ରଶଂସକ ପପୁ ସର୍ଦ୍ଦାର ତାଙ୍କ ଜନ୍ମଦିନ ଧୁମଧାମରେ ପାଳନ କରିଛନ୍ତି । ଏଥିସହ ସେ ଭୋଟରଙ୍କୁ ସଚେତନତା ବାର୍ତ୍ତା ମଧ୍ୟ ଦେଇଛନ୍ତି । ପ୍ରତିବର୍ଷ ପରି ଆଜି ମଧ୍ୟ ସେ ସନ୍ଧ୍ୟାରେ ମାଗଣା ଚାଟ୍ ବଣ୍ଟନ କରିବେ ଏବଂ ଭିନ୍ନକ୍ଷମଙ୍କୁ ଖାଦ୍ୟ ଏବଂ ଉପହାର ଯୋଗାଇବେ ।

ମାଧୁରୀ ଦୀକ୍ଷିତଙ୍କ ଜନ୍ମଦିନ (ETV Bharat Odisha)

ପପୁ ନିଜ ଦୋକାନକୁ ଭୋଟ୍ ସଚେତନତା ସହ ଜଡିତ ବିଭିନ୍ନ ବାର୍ତ୍ତାର ବ୍ୟାନର, ପୋଷ୍ଟର ଏବଂ ମାଟିରେ ନିର୍ମିତ ଅନେକ ଆକର୍ଷଣୀୟ ମୂର୍ତ୍ତିରେ ସଜ୍ଜାଇଛନ୍ତି । ପ୍ରଥମେ ସେ ଗତକାଲି ସନ୍ଧ୍ୟାରେ ଭଗବାନ ଗଣେଶଙ୍କୁ ମାଧୁରୀ ଦୀକ୍ଷିତଙ୍କ ଦୀର୍ଘ ଜୀବନ ପାଇଁ ଦୋକାନରେ ପୂଜାର୍ଚ୍ଚନା କରିଥିଲେ । ଦିନସାରା, ବିଶେଷକରି ମହିଳା ଏବଂ ବାଳିକାମାନଙ୍କ ମଧ୍ୟରେ ଭୋଟ୍ ସଚେତନତା ବାର୍ତ୍ତା ନେଇ ପୋଷ୍ଟର ସହ ସେଲଫି ନେବା ପାଇଁ ଏକ ପ୍ରତିଯୋଗିତା ହୋଇଥିଲା । ଏହା ପରେ ରାତି ନଅଟା ବେଳେ ଆଦିବାସୀ ସମ୍ପ୍ରଦାୟର ମହିଳାମାନେ ଭୋଟରଙ୍କୁ ସଚେତନ କରାଇବା ପାଇଁ ପୋଷ୍ଟର ଦେଇ ସରହୁଲ ନୃତ୍ୟ ପରିବେଷଣ କରିଥିଲେ । ରାତି ସାଢେ ୧୦ଟାରେ ମାଧୁରୀଙ୍କ ପାଇଁ କେକ୍ କାଟିଥିଲେ ।

ମାଧୁରୀ ଦୀକ୍ଷିତଙ୍କ ଜନ୍ମଦିନ (ETV Bharat Odisha)

କହିରଖୁଛୁ ଯେ ଗତ ୨୮ ବର୍ଷ ଧରି ପ୍ରତିବର୍ଷ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ଜନ୍ମଦିନ ପାଳନ କରୁଥିବା ସହରର ପପୁ ସର୍ଦ୍ଦାର ମାଧୁରୀଙ୍କ ଫ୍ୟାନ ଭାବରେ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିଛନ୍ତି । ପ୍ରତିବର୍ଷ ପରି, ଏହି ବର୍ଷ ମଧ୍ୟ ତାଙ୍କର ଅନେକ ଶୁଭେଚ୍ଛୁମାନେ ଏହାକୁ ସଫଳ କରିବାରେ ସାହାଯ୍ୟ କରିଛନ୍ତି । ତେବେ ଚଲିତ ଥର ନିର୍ବାଚନ ତିବାରୁ ସେ ମାଧୁରୀଙ୍କ ଜନ୍ମଦିନ ପାଳନ ସହ ଭୋଟରଙ୍କୁ ସଚେତନ କରାଇଛନ୍ତି । ସୂଚନା ଥାଉ କି, ମେ ୨୫ ଶନିବାର ଦିନ ଜାମସେଦପୁରରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ, ସେପର୍ଯ୍ୟନ୍ତ ଦୋକାନରେ ଭୋଟର ସଚେତନତା ବାର୍ତ୍ତା ପ୍ରଦର୍ଶିତ ହେବ ବୋଲି ପପୁ କହିଛନ୍ତି । ଏଥିସହ ସମସ୍ତେ ଗଣତନ୍ତ୍ର ମହାନ ପର୍ବରେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଖାଲି ଅଭିନୟ ନୁହେଁ ଡ୍ୟାନ୍ସରେ ମଧ୍ୟ ଦର୍ଶକଙ୍କ ମନ ଜିତିଛନ୍ତି 'ଧକ୍-ଧକ୍ ଗାର୍ଲ'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 15, 2024, 1:01 PM IST

ABOUT THE AUTHOR

...view details