ହାଇଦ୍ରାବାଦ:ଅଡୁଆରେ ବଲିଉଡ ଅଭିନେତା ସାହିଲ ଖାନ । ମହାଦେବ ବେଟିଂ ଆପ୍ ମାମଲାରେ ସାହିଲଙ୍କୁ ଗିରଫ କଲା ମୁମ୍ୱାଇ ପୋଲିସ । ଛତିଶଗଡ଼ରୁ ଅଭିନେତାଙ୍କୁ ଧରିବା ପରେ ବର୍ତ୍ତମାନ ମୁମ୍ୱାଇ ଆଣି ଅଧିକ ପଚରାଉଚରା କରିବ ପୋଲିସ । ଲୋଟସ୍ ବୁକ୍ 24/7 ନାମକ ଏକ ବେଟିଂ ଆପ୍ ୱେବସାଇଟର ଏହି ଅଭିନେତା ଅଂଶୀଦାର ଅଟନ୍ତି । ଏହା ମହାଦେବ ବେଟିଂ ଆପ୍ ନେଟୱାର୍କର ଏକ ଅଂଶ । ଏହି ବେଟିଂ ଆପ୍ ମାଧ୍ୟମରେ ଲୋକମାନଙ୍କ ଠାରୁ ୧୫ ହଜାର କୋଟିରୁ ଅଧିକ ଟଙ୍କା ଠକେଇ ହୋଇଛି ।
ସୂଚନା ଥାଉକି, ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆ ଭଳି ବିଭିନ୍ନ ଆପର ପ୍ରମୋଟରଙ୍କ ସମେତ ୩୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହି ଲୋକଙ୍କ ମଧ୍ୟରେ ଅଭିନେତା ସାହିଲ ଖାନଙ୍କ ନାମ ସାମିଲ ରହିଛି । ଅଭିନେତା ଲୋଟସ୍ ବୁକ୍ 24/7 ଆପ୍ ଲଞ୍ଚ କରିଥିଲେ । ଏଥିସହ ଆପକୁ ପ୍ରୋତ୍ସାହିତ କରିବା ପାଇଁ ସାହିଲ ନିଜର ପ୍ରଭାବ ବ୍ୟବହାର କରିଥିଲେ । ସେ ସେଲିବ୍ରିଟିମାନଙ୍କୁ ଡାକି ଗ୍ରାଣ୍ଡ ପାର୍ଟିର ଆୟୋଜନ କରୁଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ମାଥୁଙ୍ଗା ପୋଲିସ ଏକ ମାମଲା ରୁଜୁ କରିଛି । ଯେଉଁଥିରେ ଅଭିନେତା ସାହିଲ ଖାନଙ୍କ ଉପରେ ଆଇପିସିର ଧାରା 420, 465, 467, 468, 471, 120 (ବି) ଅନୁଯାୟୀ ମାମଲା ପଞ୍ଜିକୃତ ହୋଇଛି ।
ସାହିଲ ଖାନଙ୍କ ବୃତ୍ତିଗତ ଜୀବନୀ