ଓଡିଶା

odisha

ETV Bharat / business

ପୁଣି ରେପୋ ରେଟ୍ ଅପରିବର୍ତ୍ତିତ, ବଢ଼ିବନି EMI

ଲଗାତାର ୧୦ମ ଥର ପାଇଁ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ, ବଢ଼ିବନି ଇଏମଆଇ । ସୂଚନା ଦେଲେ ଆରବିଆଇ ଗଭର୍ଣ୍ଣର ।

By ETV Bharat Odisha Team

Published : 4 hours ago

REPO RATE UNCHANGED
REPO RATE UNCHANGED (IANS)

ହାଇଦ୍ରାବାଦ: ଅପରିବର୍ତ୍ତିତ ରହିଲା ରେପୋ ରେଟ (Repo Rate) । ଲଗାତାର ଦଶମ ଥର ପାଇଁ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ରେପୋ ରେଟ୍‌କୁ 6.5 ପ୍ରତିଶତରେ ସ୍ଥିର ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) । ଫଳରେ ଅର୍ଥ ଲୋନ EMIରେ କୌଣସି ପରିବର୍ତ୍ତନ ହେବନି । ଏମପିସିର ନିଷ୍ପତ୍ତି ଘୋଷଣା ବେଳେ ଏନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ତଥା ଏମପିସି ଅଧ୍ୟକ୍ଷ ଶକ୍ତିକାନ୍ତ ଦାସ ।

ଅପରିବର୍ତ୍ତିତ ରେପୋ ରେଟ:

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଆଜି (ଅକ୍ଟୋବର ୯) ରେ ଚତୁର୍ଥ ଦ୍ୱି-ମାସିକ ମୁଦ୍ରା ନୀତି ଘୋଷଣା କରିଛି । ଲଗାତାର ୧୦ମ ଥର ପାଇଁ ରେପୋ ରେଟକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି ଆରବିଆଇ । ୨୦୨୩ ଫେବୃଆରୀରୁ ରେପୋ ରେଟ ଅପରିବର୍ତ୍ତିତ ରହିଛି । ଫଳରେ ଇଏମଆଇ (EMI)ରେ ବୃଦ୍ଧି ଘଟିବନି । EMI ବଢିବ ନାହିଁ କି ହ୍ରାସ ଘଟିବ ନାହିଁ । ଏହାଫଳରେ ଗ୍ରାହକଙ୍କ ଉପରେ ଋଣ ବୋଝ ପଡିବିନି । ଲୋନ ନେଇ EMI ଦେଉଥିଲେ ଏହା ବୃଦ୍ଧି ପାଇବନି । ରେପୋ ରେଟ୍‌କୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ନେଇ ଏମପିସି (Monetary Policy Committee) ବୈଠକରେ କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

ଏହା ମଧ୍ୟ ପଢ଼ନ୍ତୁ...୨୦୨୫ ଏପ୍ରିଲରୁ ୟୁନିଫାଏଡ ପେନସନ ସ୍କିମ ! ଏମାସ ୧୫ ସୁଦ୍ଧା ଆସିପାରେ ବିଜ୍ଞପ୍ତି - UPS notification

ଏହା ମଧ୍ୟ ପଢ଼ନ୍ତୁ...2024-25 ଆର୍ଥିକ ବର୍ଷର ପ୍ରଥମ ୩ ମାସରେ କାହିଁକି କମିଲା GDP ଅଭିବୃଦ୍ଧି ? କହିଲେ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ - RBI Governor Shaktikanta Das

ଏହା ମଧ୍ୟ ପଢ଼ନ୍ତୁ...RBI ଗଭର୍ଣ୍ଣରଙ୍କ ଘୋଷଣା; ଲଗାତର ନବମ ଥର ଅପରିବର୍ତ୍ତିତ ରହିଲା ରେପୋ ରେଟ୍ - Repo Rate Unchanged

ରିଭର୍ସ ରେପୋ ରେଟ:

ସେହିପରି ଆରବିଆଇ ମନିଟାରୀ ପଲିସି କମିଟି ଏସଡିପିକୁ ୬.୨୫ ପ୍ରତିଶତରେ ସ୍ଥିର ରଖିଛି । ଏହାସହ ଏମଏସଏଫ ଓ ବ୍ୟାଙ୍କ ରେଟ୍‌କୁ ୬.୭୫ ପ୍ରତିଶତରେ ସ୍ଥିର ରହିଛି । ଅନ୍ୟପଟେ ରିଭର୍ସ ରେପୋ ରେଟ (Reverse Repo Rate) ୩.୩୫ ପ୍ରତିଶତ ରହିଛି । ସେହିପରି କ୍ୟାସ ରିଜର୍ଭ ରେସିଓ (Cash Reserve Ratio) ୪.୫ ପ୍ରତିଶତରେ ଏବଂ ଷ୍ଟାଟେଟୋରି ଲିକ୍ୟୁଇଟି ରେସିଓ (statutory liquidity ratio) ୧୮ ପ୍ରତିଶତରେ ରହିଛି । ପ୍ରଥମ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୬.୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି । ଏଠାରେ କହିରଖୁଛୁ କି, ରିଜର୍ଭ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କଗୁଡିକୁ ଯେଉଁ ସୁଧହାରରେ ଋଣ ଦେଇଥାଏ, ତାକୁ ରେପୋ ରେଟ କହନ୍ତି । ଏଥିରେ ପରିବର୍ତ୍ତନ ହେଲେ ବାଣିଜ୍ୟିକ ବ୍ୟାଙ୍କ ଗ୍ରାହକ ସିଧାସଳଖ ପ୍ରଭାବିତ ହୋଇଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details