ଓଡିଶା

odisha

ETV Bharat / business

EPFOରେ ବଡ଼ ପରିବର୍ତ୍ତନ, ଇପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇବା ପୂର୍ବରୁ ଜାଣନ୍ତୁ ନୂଆ ନିୟମ

EPFO ଆକାଉଣ୍ଟଧାରୀଙ୍କ ପାଇଁ ଭଲ ଖବର । ଏମିତି କଲେ ଅବସର ପରେ ମିଳବ ଅଧିକ ଟଙ୍କା । ଆଂଶିକ ଇପିଏଫ ଟଙ୍କା ପ୍ରତ୍ୟାହାର ସୁବିଧା ମଧ୍ୟ ରହିଛି । ପଢ଼ନ୍ତୁ ପୂରା ଖବର,

By ETV Bharat Odisha Team

Published : 4 hours ago

Etv Bharat
Etv Bharat (Etv Bharat)

ନୂଆଦିଲ୍ଲୀ:ଆପଣ ଚାକିରି କରୁଛନ୍ତି କି ? ଯଦି ହଁ ତେବେ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଦରମା Employee Provident Fund Organization-EPFO​ରେ ଜମା କରିବାକୁ ପଡିବ । EPFO​ରେ ଜମା ହେଉଥିବା ଟଙ୍କା ସାଧାରଣତଃ ଅବସର ଗ୍ରହଣ ପରେ ମିଳିଥାଏ । ତେବେ ଚାକିରି କରୁଥିବା ସମୟରେ ମଧ୍ୟ ଆପଣ, EPFO​​ରୁ ଟଙ୍କା ଉଠାଇପାରିବେ । ଏନେଇ EPFO​​ ପକ୍ଷରୁ ପୂର୍ବରୁ ଥିବା ନିୟମରେ ପରିବର୍ତ୍ତନ କରାଯାଇଛି । କଣ ଏହି ପରିବର୍ତ୍ତିତ ନିୟମ ଆସନ୍ତୁ ଜାଣିବା ।

EPFOରୁ ଟଙ୍କା ଉଠାଣ :

EPFO ନିୟମରେ ବିଭିନ୍ନ ପରିବର୍ତ୍ତନ ହୋଇଛି । EPFO ଆକାଉଣ୍ଟଧାରୀ ବା ସଦସ୍ୟମାନେ ନିଜର ଆବଶ୍ୟକତା ଅନୁସାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ମଧ୍ଯ EPF ପାଣ୍ଠିରୁ ଟଙ୍କା ଉଠାଇ ପାରିବେ । ଏହି ନୂଆ ସୁବିଧା ବା ନିୟମ EPFO ପକ୍ଷରୁ ପ୍ରଦାନ କରାଯାଇଛି । ଅର୍ଥାତ ଯେତିକି ଟଙ୍କା ଆକାଉଣ୍ଟରେ ଜମା ହୋଇଥିବ, ସେଥିରୁ ଅଳ୍ପ ବା ଆଂଶିକ ଟଙ୍କା ପ୍ରତ୍ୟାହାର ପାଇଁ ଏକ ସୀମା ସ୍ଥିର କରାଯାଇଛି । ଯଦି ଆପଣ EPF ଆକାଉଣ୍ଟରୁ ଟଙ୍କା ପ୍ରତ୍ୟାହାର କରିବାକୁ ଚିନ୍ତା କରୁଛନ୍ତି, ତେବେ EPFO​​ର ଟଙ୍କା ଉଠାଣ ବା ପ୍ରତ୍ୟାହାର ନିୟମରେ ବିଷୟରେ ଜାଣିବା ଜରୁରୀ ।

EPFO ଆକାଉଣ୍ଟରୁ ଟଙ୍କା ଉଠାଇବା ନୂଆ ନିୟମ:

ଇପିଏଫ (EPF)ରୁ ଆଂଶିକ ପ୍ରତ୍ୟାହାର ପାଇଁ କଣ କରିବା ଉଚିତ ଆକାଉଣ୍ଟଧାରୀ ? EPF ସଦସ୍ୟଙ୍କୁ ଅନଲାଇନ ଆବେଦନ କରିବାକୁ ପଡିବ । ଏହି ରାଶି କେବଳ ପିଲାଙ୍କ ପାଠପଢ଼ା ( ଶିକ୍ଷା), ଘର କିଣିବା, ନୂଆ ଘର ନିର୍ମାଣ କିମ୍ବା ଘର ମରାମତି, ବିବାହ ଏବଂ ଚିକିତ୍ସା ପାଇଁ ପ୍ରତ୍ୟାହାର କରାଯାଇ ପାରିବ । EPFO ଆକାଉଣ୍ଟରୁ ଟଙ୍କା ପ୍ରତ୍ୟାହାର ନିୟମ ଅନୁଯାୟୀ, ଜଣେ ଇପିଏଫ ଆକାଉଣ୍ଟଧାରୀ ଅବସର ଗ୍ରହଣ କରିବାର ଏକ ବର୍ଷ ପୂର୍ବରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ । ଉଦାହରଣ ସ୍ବରୂପ ଜଣେ ବ୍ୟକ୍ତିଙ୍କର ଚାକିରିରୁ ଅବସର ବୟସ ୬୦ ବର୍ଷ, ତେବେ ସେ ୫୯ ବର୍ଷରେ ନିଜର ଇପିଏଫ ଆକାଉଣ୍ଟରେ ଜମାଥିବା ମୋଟ ରାଶି ମଧ୍ୟରୁ ୯୦ ପ୍ରତିଶତ ଉଠାଇ ପାରିବେ । ତେବେ ଏଥିପାଇଁ ଏକ ସର୍ତ୍ତ ମଧ୍ଯ ରହିଛି । ଇପିଏଫରୁ ୯୦ ପ୍ରତିଶତ ଟଙ୍କା ଉଠାଇବା ପାଇଁ ସଂପୃକ୍ତ କର୍ମଚାରୀଙ୍କୁ ଅନ୍ୟୁନ ୫୪ ବର୍ଷ କିମ୍ବା ତାଠାରୁ ଅଧିକ ହୋଇଥିବା ଆବଶ୍ୟକ ।

  • ଇପିଏଫରୁ ଆଂଶିକ ପ୍ରତ୍ୟାହାର ପାଇଁ କଣ କରିବେ ?
  • EPF ସଦସ୍ୟଙ୍କୁ ଅନଲାଇନ ଆବେଦନ କରିବାକୁ ପଡ଼ିବ
  • ପିଲାଙ୍କ ପାଠପଢ଼ା, ଘର କିଣିବା, ନୂଆ ଘର ନିର୍ମାଣ କିମ୍ବା ଘର ମରାମତି, ବିବାହ ଏବଂ ଚିକିତ୍ସା ପାଇଁ EPFରୁ ପ୍ରତ୍ୟାହାର କରାଯାଇ ପାରିବ
  • EPFO ଆକାଉଣ୍ଟରୁ ଟଙ୍କା ପ୍ରତ୍ୟାହାର ନିୟମ ଅନୁଯାୟୀ, ଜଣେ ଇପିଏଫ ଆକାଉଣ୍ଟଧାରୀ ଅବସର ଗ୍ରହଣ କରିବାର ଏକ ବର୍ଷ ପୂର୍ବରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ
  • ଉଦାହରଣ ସ୍ବରୂପ ଜଣେ ବ୍ୟକ୍ତିଙ୍କର ଚାକିରିରୁ ଅବସର ବୟସ ୬୦ ବର୍ଷ, ତେଣୁ ସେ ୫୯ ବର୍ଷରେ ନିଜର ଇପିଏଫ ଆକାଉଣ୍ଟରେ ଜମାଥିବା ମୋଟ ରାଶି ମଧ୍ୟରୁ ୯୦ ପ୍ରତିଶତ ଉଠାଇ ପାରିବେ
  • ଏଥିପାଇଁ ଏକ ସର୍ତ୍ତ ହେଉଛି ଇପିଏଫରୁ ୯୦ ପ୍ରତିଶତ ଟଙ୍କା ଉଠାଇବା ପାଇଁ କର୍ମଚାରୀଙ୍କୁ ଅନ୍ୟୁନ ୫୪ ବର୍ଷ କିମ୍ବା ତାଠାରୁ ଅଧିକ ହୋଇଥିବା ଆବଶ୍ୟକ

ଛଟେଇ ପରେ EPFରୁ ଟଙ୍କା ପ୍ରତ୍ୟାହାର :

ଆଉ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଯେ, ବିଭିନ୍ନ ବେସରକାରୀ କମ୍ପାନୀ ବିଭନ୍ନ ସମୟରେ କର୍ମଚାରୀ ଛଟେଇ କରିଥାନ୍ତି । କିନ୍ତୁ ଇପିଏଫଓ ନିୟମ ଅନୁଯାୟୀ, ଯଦି କୌଣସି କର୍ମଚାରୀ ଛଟେଇର ଶିକାର ହୁଅନ୍ତି ଏବଂ ଅବସର ବୟସ ସୀମା ପୂର୍ବରୁ ବେରୋଜଗାର ହୁଅନ୍ତି, ସେହି କ୍ଷେତ୍ରରେ ସଂପୃକ୍ତ ଇପିଏଫ ଆକାଉଣ୍ଟଧାରୀ EPF ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ ।

ବେକାରୀ ଉଠାଇ ପାରିବେ EPF ଟଙ୍କା:

ଇପିଏଫରୁ ଟଙ୍କା ଉଠାଇବା ନେଇ ଆଉ ଏକ ନିୟମ ମଧ୍ୟ ରହିଛି । ଯଦି ଇପିଏଫ ଆକାଉଣ୍ଟଧାରୀ ଚାକିରି ହରାଇଥାନ୍ତି, ତେବେ ସଂପୃକ୍ତ କର୍ମଚାରୀ ବେକାରୀ ହେବାର ମାସକ ପରେ ନିଜ ଇପିଏଫ ଆକାଉଣ୍ଟରେ ଜମା ହୋଇଥିବା ମୋଟ ଜମାରାଶିର ୭୫% ଉଠାଇ ପାରିବେ । ଏଠାରେ ସୂଚନାଯୋଗ୍ୟ ଯେ, ଯଦି ସଂପୃକ୍ତ ବ୍ୟକ୍ତି ମାସକର ବେକାରୀ ପରେ ଅନ୍ୟ ଏକ କମ୍ପାନିରେ ଚାକିରି କରନ୍ତି, ସେ କ୍ଷେତ୍ରରେ ବଳକା ୨୫ % ରାଶି ପରବର୍ତ୍ତୀ ଚାକିରି ସମୟରେ ନୂଆ EPF ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଯିବ । ଦ୍ବିତୀୟ ବିକଳ୍ପ, ଯଦି ଜଣେ କର୍ମଚାରୀ ଗୋଟିଏ ଚାକିରି ଛାଡ଼ିବା କିମ୍ବା ଛଟେଇ ହେବାର ୨ ମାସ ବିତିଥାଏ ଏବଂ ସେ ବେକାରୀ ସମସ୍ୟା ଭୋଗୁଥାନ୍ତି । ତେବେ ସେହି କର୍ମଚାରୀ EPFରୁ ସମ୍ପୂର୍ଣ୍ଣ ରାଶି ପ୍ରତ୍ୟାହାର କରିପାରିବେ ।

  • ଇପିଏଫ ଆକାଉଣ୍ଟଧାରୀ ଚାକିରି ହରାଇଥିଲେ ବେକାରୀ ହେବାର ମାସକ ପରେ ମୋଟ ଜମାରାଶିର ୭୫% ଉଠାଇ ପାରିବେ
  • ଯଦି ସଂପୃକ୍ତ ବ୍ୟକ୍ତି ମାସକର ବେକାରୀ ପରେ ଅନ୍ୟ ଏକ କମ୍ପାନିରେ ଚାକିରି କରନ୍ତି, ସେ କ୍ଷେତ୍ରରେ ବଳକା ୨୫% ରାଶି ପରବର୍ତ୍ତୀ ଚାକିରି ସମୟରେ ନୂଆ EPF ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଯିବ
  • ଯଦି ଜଣେ କର୍ମଚାରୀ ଗୋଟିଏ ଚାକିରି ଛାଡ଼ିବା କିମ୍ବା ଛଟେଇ ହେବାର ୨ ମାସ ବିତିଥାଏ ଏବଂ ସେ ବେକାରୀ ସମସ୍ୟା ଭୋଗୁଥାନ୍ତି । ତେବେ EPFରୁ ସମ୍ପୂର୍ଣ୍ଣ ରାଶି ପ୍ରତ୍ୟାହାର କରିପାରିବେ

EPF ପ୍ରତ୍ୟାହାର ବେଳେ କଟିବ କି TDS ?

ଇପିଏଫଧାରୀଙ୍କ ପାଇଁ ଆଉ ଏକ ନିୟମ । ଯଦି କୌଣସି କର୍ମଚାରୀ କ୍ରମାଗତ ଭାବେ ୫ ବର୍ଷ ଧରି ଲଗାତର EPFଆକାଉଣ୍ଟରେ ଟଙ୍କା ରଖୁଛନ୍ତି, ତେବେ ପ୍ରତ୍ୟାହାର ସମୟରେ ଟ୍ୟାକ୍ସ ବେନିଫିଟ୍ ପାଇପାରିବେ । ମାତ୍ର ଯଦି କୌଣସି କର୍ମଚାରୀ ମେଚ୍ୟୁରିଟି (maturity) ପୂର୍ବରୁ EPFରୁ ଟଙ୍କା ଉଠାନ୍ତି, ତେବେ Tax Deducted at Source (TDS) କଟାଯିବ । ଇପିଏଫ ପ୍ରତ୍ୟାହାର କରୁଥିବା କର୍ମଚାରୀଙ୍କ ପାଇଁ ଆଉ ଏକ ସୂଚନା ଯେ, ଯଦି କର୍ମଚାରୀ ୫୦,୦୦୦ ଟଙ୍କାରୁ କମ୍ ଟଙ୍କା ଉଠାନ୍ତି, ତେବେ TDS କଟିବ ନାହିଁ । ସୂଚନାଯୋଗ୍ୟ ଯେ, ଯଦି ଇପିଏଫ ଆକାଉଣ୍ଟଧାରୀ ଟଙ୍କା ପ୍ରତ୍ୟାହାର ପାଇଁ ପାନ କାର୍ଡ( PAN CARD) ଦାଖଲ କରିଛନ୍ତି, ତେବେ ୧୦ ପ୍ରତିଶତ TDS କଟାଯିବ । ତେବେ କର୍ମଚାରୀ ଯଦି ପାନ କାର୍ଡ ଦାଖଲ ନ କରନ୍ତି, ତେବେ ୩୦ ପ୍ରତିଶତ TDS କଟିବ ।

EPFରୁ ଆଂଶିକ ଉଠାଣ କେମିତି କରିବେ ?

EPF ଆକାଉଣ୍ଟଧାରୀଙ୍କ ପାଇଁ ଆଉ ଏକ ବଡ଼ ସୂଚନା । ଇପିଏଫ ସଦସ୍ୟମାନେ EPF ପୋର୍ଟାଲ ଏବଂ ଉମଙ୍ଗ ଆପ ( UMANG App)ରେ ଆଂଶିକ ପ୍ରତ୍ୟାହାର ପାଇଁ ଆବେଦନ କରି ପାରିବେ । ନିଯୁକ୍ତିଦାତାଙ୍କ ଅନୁମୋଦନ ପାଇବା ପରେ ଟଙ୍କା ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଥାଏ । ଆଂଶିକ ପ୍ରତ୍ୟାହାର ପାଇଁ ଆବେଦନ କରିବା ପରେ, ସଂପୃକ୍ତ କର୍ମଚାରୀ ଆବେଦନ ସଂପର୍କିତ ସମସ୍ତ ଅପଡେଟ ଅନଲାଇନ ଜରିଆରେ ଜାଣି ପାରିବେ ।

  • ଇପିଏଫ ସଦସ୍ୟ EPF ପୋର୍ଟାଲ ଏବଂ ଉମଙ୍ଗ ଆପ UMANG Appରେ ଆଂଶିକ ପ୍ରତ୍ୟାହାର ପାଇଁ ଆବେଦନ କରି ପାରିବେ
  • ନିଯୁକ୍ତିଦାତାଙ୍କ ଅନୁମୋଦନ ପାଇବା ପରେ ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତରିତ ହେବ
  • ଆଂଶିକ ପ୍ରତ୍ୟାହାର ପାଇଁ ଆବେଦନ କରିବା ପରେ ସଂପୃକ୍ତ କର୍ମଚାରୀ ଆବେଦନ ସଂପର୍କିତ ସମସ୍ତ ଅପଡେଟ ଅନଲାଇନ ଜରିଆରେ ଜାଣି ପାରିବେ

EPF ସଂପର୍କିତ ଏହି ସବୁ ଖବର ମଧ୍ୟ ପଢ଼ନ୍ତୁ-

EPF ଆକାଉଣ୍ଟଧାରୀଙ୍କୁ ବଡ଼ ଭେଟି: ସୁଧହାର ୮.୨୫ ପ୍ରତିଶତକୁ ବୃଦ୍ଧି, ତିନି ବର୍ଷରେ ସର୍ବାଧିକ

EPFO ଆକାଉଣ୍ଟଧାରୀଙ୍କ ପାଇଁ ଦୀପାବଳି ଉପହାର, ଖାତାକୁ ଆସିଲା ସୁଧ ଟଙ୍କା

PF Interest Rate Hike: ଖୁସି ଖବର, ବଢିଲା EPFO ସୁଧହାର

ବଜେଟରେ ଯୁବ ବର୍ଗଙ୍କୁ ଫୋକସ୍‌: ନବ ନିଯୁକ୍ତ EPFO ଧାରୀଙ୍କୁ ମିଳିବ ଏକ ମାସର ଦରମା, ବଡ କମ୍ପାନୀରେ ଇଣ୍ଟର୍ନସିପ୍ କଲେ ପ୍ରୋତ୍ସାହନ, ଚାକିରିଆ ମହିଳାଙ୍କ ପାଇଁ ହଷ୍ଟେଲ - Union Budget 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details