ନୂଆଦିଲ୍ଲୀ: ମୋବାଇଲ ରିଚାର୍ଜ ପାଇଁ ଗଣିବାକୁ ପଡ଼ିବ ଅଧିକ ଟଙ୍କା । ଆସନ୍ତା ସାଧାରଣ ନିର୍ବାଚନ ପରେ ବଢ଼ିପାରେ ମୋବାଇଲ ରିଚାର୍ଜ ଦର । ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥାମାନେ ଶୁଳ୍କ ବୃଦ୍ଧି ପାଇଁ ପ୍ରସ୍ତୁତି କରିଥିବା ଜଣାପଡ଼ିଛି । ଏହାର ଅର୍ଥ ହେଉଛି ନିର୍ବାଚନ ପରେ ମୋବାଇଲ୍ ରିଚାର୍ଜ ମହଙ୍ଗା ହେବ । ବ୍ରୋକର ଫାର୍ମ ଏଣ୍ଟିକ ଲି. ଅନୁଯାୟୀ, ନିର୍ବାଚନ ପରେ ଟେଲିକମ୍ କମ୍ପାନୀରେ ରିଚାର୍ଜ ଦର ଉପରେ 15 ରୁ 17 ପ୍ରତିଶତ ବୃଦ୍ଧି ପାଇବାର ଅନୁମାନ କରାଯାଉଛି ।
ସାଧାରଣ ନିର୍ବାଚନ 19 ଏପ୍ରିଲରୁ 1 ଜୁନ୍ ପର୍ଯ୍ୟନ୍ତ 7ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇ ଜୁନ୍ 4ରେ ନିର୍ବାଚନ ଫଳାଫଳ ଆସିବ । ଆଣ୍ଟିକ୍ ଷ୍ଟକ୍ ବ୍ରୋକିଂ ରିପୋର୍ଟ ଅନୁଯାୟୀ, ଟେଲିକମ୍ ଇଣ୍ଡଷ୍ଟ୍ରୀରେ ଏହି ଦର ବୃଦ୍ଧି ପାଇଁ ଅନେକ ସମୟରୁ ଅପେକ୍ଷା କରିଥିଲେ ଯାହା ନିର୍ବାଚନ ପରେ ହେବ ବୋଲି ଅନୁମାନ କରାଯାଉଛି । ଆଣ୍ଟିକ୍ ଲିମିଟେଡ୍ ଅନୁଯାୟୀ, ଏୟାରଟେଲକୁ ସବୁଠାରୁ ଅଧିକ ଲାଭ ହେବ । ତେବେ ଶେଷ ଥର ଡିସେମ୍ବର 2021ରେ ରିଚାର୍ଜ ରେଟରେ 20 ପ୍ରତିଶତ ବୃଦ୍ଧି କରାଯାଇଥିଲା । ତେବେ ଯଦି ନିର୍ବାଚନ ପରେ ଏହି ରେଟରେ ବୃଦ୍ଧି ହୁଏ ତେବେ ତାହା ତିନି ବର୍ଷ ପରେ ହେବା ସହିତ ଦରରେ 15 ରୁ 17 ପ୍ରତିଶତ ବୃଦ୍ଧି ହେବ ।
ଏହା ମଧ୍ୟ ପଢ଼ନ୍ତୁ.... ଚଳିତ ମାସରେ ଭାରତ ଆସିବେ ଏଲନ ମସ୍କ; ମୋଦିଙ୍କୁ ଭେଟିବେ - Elon Musk To Visit India