ନୂଆଦିଲ୍ଲୀ: ଲୋକସଭାରେ ଆଜି (ଗୁରୁବାର) ଆର୍ଥିକ ବର୍ଷ 2024-25 ପାଇଁ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପୂର୍ବାହ୍ନ ୧୧ଟାରେ ଅର୍ଥମନ୍ତ୍ରୀ ବଜେଟ ପେଡି ଖୋଲିଥିଲେ । ଷଷ୍ଠ ଥର ପାଇଁ ବଜେଟ ପେଡି ଖୋଲି ବିକଶିତ ଭାରତର ନାରା ଦେଇଛନ୍ତି । ଅର୍ଥମନ୍ତ୍ରୀ ବଜେଟ ଘୋଷଣାରେ ସବୁ କ୍ଷେତ୍ରକୁ ଗୁରୁତ୍ବ ଦେବା ସହିତ ସମାଜର ସମସ୍ତ ବର୍ଗଙ୍କୁ ଖୁସ କରିବାକୁ ଉଦ୍ୟମ କରିଛନ୍ତି । ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ 6.2 ଲକ୍ଷ କୋଟି ବ୍ୟୟବରାଦ ହୋଇଛି । ସେହିପରି ଗମନାଗମନ କ୍ଷେତ୍ରକୁ 2.78 ଲକ୍ଷ କୋଟି । ରେଳବାଇକୁ 2.55 ଲକ୍ଷ କୋଟି । ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ଖାଉଟି କଲ୍ୟାଣ ବ୍ୟାପାର ବିଭାଗକୁ 2.13 ଲକ୍ଷ କୋଟି । ଗ୍ରାମୀଣ ବିକାଶକୁ 1.77 ଲକ୍ଷ କୋଟି । ଯୋଗାଯୋଗ କ୍ଷେତ୍ରକୁ 1.37 ଲକ୍ଷ କୋଟି ଏବଂ କୃଷି କ୍ଷେତ୍ରକୁ 1.27 ଲକ୍ଷ କୋଟି ମିଳିବ ବୋଲି ଘୋଷଣା ହୋଇଛି ।
ବଜେଟରେ ଅର୍ଥମନ୍ତ୍ରୀ ଯାହା ବ୍ୟୟବରାଦ କରିଛନ୍ତି ତାହା କେଉଁଠୁ ଆସିବ ଓ କେଉଁ କ୍ଷେତ୍ରରେ ଖର୍ଚ୍ଚ ହେବ ଆସନ୍ତୁ ଜାଣିବା । ମୋଟ ବଜେଟକୁ ୧ ଟଙ୍କା ହିସାବ କଲେ କେତେ ପଇସା କେଉଁ କ୍ଷେତ୍ରରୁ ଆସିବ ଓ କେତେ ପଇସା କେଉଁ କ୍ଷେତ୍ରକୁ ଯିବ ତାହା ଉପରେ ନଜର ପକାନ୍ତୁ ।
ଟଙ୍କାଟିଏ କେଉଁ କ୍ଷେତ୍ରରୁ ଆସିବ ?
- ଋଣ ଓ ଅନ୍ୟାନ୍ୟ ଦେୟ- 28 ପଇସା
- କର୍ପୋରେଟ୍ ଟିକସ- 17 ପଇସା
- ଆୟକର- 19 ପଇସା
- ସୀମା ଶୁକ୍ଳ- 4 ପଇସା
- ଜିଏସଟି - 18 ପଇସା
- କେନ୍ଦ୍ରୀୟ ଅବକାରୀ ଟିକସ- 5 ପଇସା
- ଅଣ ଟିକସ ରାଜସ୍ବ- 7 ପଇସା
- ଅଣ ଋଣ ପୁଞ୍ଜି ରସିଦ- 1 ପଇସା
ଟଙ୍କାଟିଏ କେଉଁ କ୍ଷେତ୍ରକୁ ଯିବ ?
- ରାଜ୍ୟ ଟିକସ ଓ ଶୁକ୍ଳ ଭାଗ- 20 ପଇସା
- ସୁଧ ପରିଶୋଧ- 20 ପଇସା
- କେନ୍ଦ୍ରୀୟ ସ୍କିମ୍- 16 ପଇସା
- ଅର୍ଥ ଆୟୋଗ ଓ ଅନ୍ୟାନ୍ୟ ବ୍ୟୟ- 8 ପଇସା
- କେନ୍ଦ୍ର ପ୍ରାୟୋଜିତ ସ୍କିମ୍- 8 ପଇସା
- ପ୍ରତିରକ୍ଷା- 8 ପଇସା
- ସବସିଡି- 6 ପଇସା
- ପେନସନ- 4 ପଇସା
- ଅନ୍ୟାନ୍ୟ ବ୍ୟୟ- 9 ପଇସା
ବଜେଟ ସମ୍ପର୍କିତ ଅନ୍ୟ ଖବର ନିମ୍ନରେ ପଢନ୍ତୁ:-