ହାଇଦ୍ରାବାଦ:ଦରମା ଟଙ୍କାରୁ ଇପିଏଫଓ ଦ୍ବାରା ଜମା କରାଯାଉଥିବା ଅର୍ଥରାଶି ଉଠାଇବାର ନିୟମ ଓ ପ୍ରକିୟା ରହିଛି । କର୍ମଚାରୀଙ୍କ ମାସିକ ଆୟରୁ କିଛି ପରିମାଣର ଅର୍ଥରାଶି PF ଆକାଉଣ୍ଟରେ ଜମା ହୋଇଥାଏ । ଏହାକୁ କେଉଁ ସମୟରେ ଉଠାଇ ପାରିବେ ଏବଂ ଏହାର ନିୟମାବଳୀ କ'ଣ, କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ ଜାଣି ନିଅନ୍ତୁ । ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପରେ ନଜର ପକାନ୍ତୁ ।
PF କ'ଣ?
ପିଏଫ( Provident Fund) ଇପିଏଫଓ ଦ୍ବାରା ଜମା କରାଯାଇଥାଏ । ଏହାକୁ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ କୁହାଯାଏ । ସରକାରୀ ବା ବେସରକାରୀ ଅନୁଷ୍ଠାନରେ କାମ କରୁଥିବା କୌଣସି କର୍ମଚାରୀଙ୍କ ମାସିକ ଆୟରୁ କିଛି ପରିମାଣର ଅର୍ଥରାଶି ଏହି PF ଆକାଉଣ୍ଟରେ ଜମା ହୋଇଥାଏ । ସରକାରୀ କର୍ମଚାରୀମାନେ ଅବସର ସମୟରେ ଏହି ଅର୍ଥ ରାଶି ଗ୍ରହଣ କରନ୍ତି । ବେସରକାରୀ କର୍ମଚାରୀମାନେ ଚାକିରି ଛାଡିବା ପରେ କିମ୍ବା ଆବଶ୍ୟକସ୍ଥଳେ ଏହାକୁ ପ୍ରାପ୍ତ କରିପାରିବେ । କୌଣସି ଜରୁରୀକାଳିନ ପରିସ୍ଥିତିରେ PF ଆକାଉଣ୍ଟରୁ ଟଙ୍କା ଉଠାଇପାରିବେ କର୍ମଚାରୀ ।
ଅନଲାଇନରେ କେମିତି ଉଠାଇବେ PF ଆକାଉଣ୍ଟରେ ଜମା ଥିବା ଅର୍ଥରାଶି?
EPFO ର ୱେବସାଇଟ୍ www.epfindia.gov.in ରେ ଲଗ୍ ଇନ କରନ୍ତୁ । ପିଏଫ ଟଙ୍କା ଉଠାଇବା ପାଇଁ ଆପଣଙ୍କୁ ଉପରୋକ୍ତ ଅନଲାଇନ ସାଇଟରେ ଆବେଦନ କରିବାକୁ ପଡିବ । ଏଥିପାଇଁ UAN ନମ୍ବର ଓ ପାସୱାର୍ଡ ଆବଶ୍ୟକ । ଏହା ପରେ ଆବେଦନ ପାଇଁ ଦିଆଯାଇଥିବା ଫର୍ମ ଭରିବା ପରେ ସବମିଟ୍ କରନ୍ତୁ । ଆବେଦନର ୨୦ ଦିନ ଭିତରେ ଆପଣ ନିଜ ବ୍ୟାଙ୍କ ଆକାଉଣ୍ଟରେ ଏହି ଟଙ୍କା ପାଇ ପାରିବେ ।
EPF ଟଙ୍କା ଉଠାଇବା ସମୟରେ ଆପଣଙ୍କୁ ମିଳିବ ୨ଟି ବିକଳ୍ପ:
ଫୁଲ୍ EPF ସେଟଲମେଣ୍ଟ- ଆପଣଙ୍କ PF ଆକାଉଣ୍ଟରେ ଥିବା ସମସ୍ତ ଅର୍ଥରାଶି ପ୍ରାପ୍ତ କରିବାକୁ ଏହି ବିକଳ୍ପ ବାଛନ୍ତୁ ।
EPF ପାର୍ଟ ସେଟଲମେଣ୍ଟ- ଯଦି ସମସ୍ତ ଅର୍ଥରାଶି ନେବା ପରିବର୍ତ୍ତେ ଆପଣ ଏହାର କିଛି ଅଂଶ ନେବାକୁ ଚାହୁଁଛନ୍ତି, ତେବେ ଏହି ବିକଳ୍ପ ଚୟନ କରନ୍ତୁ।
କେମିତି ଅଫଲାଇନରେ ଉଠାଇବେ PF ଆକାଉଣ୍ଟରେ ଜମା ଥିବା ଅର୍ଥରାଶି: