ଓଡିଶା

odisha

ETV Bharat / business

ଇପିଏଫ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଚଳିତ ମାସରେ ବଢିପାରେ ସୁଧ ହାର - EPFO BOARD MEETING

ଫେବୃଆରୀ 28ରେ ଇଫିଏଫଓ ବୋର୍ଡ ବୈଠକ । ସୁଧହାର ବୃଦ୍ଧି ବିଷୟରେ ହୋଇପାରେ ଆଲୋଚନା ।

EPFO Board meeting
EPFO Board meeting (ETV Bharat)

By ETV Bharat Odisha Team

Published : Feb 25, 2025, 2:50 PM IST

ନୂଆଦିଲ୍ଲୀ:7 କୋଟି ଇପିଏଫଓ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର ! ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO)ର କୋଟି କୋଟି ଆକାଉଣ୍ଟଧାରୀଙ୍କୁ ଏହି ସପ୍ତାହରେ ଏକ ବଡ ଉପହାର ମିଳିପାରେ । ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଅଧ୍ୟକ୍ଷତାରେ ଚଳିତ ମାସ 28 ତାରିଖ (ଶୁକ୍ରବାର), EPFOର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (CBT)ର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ସୁଧହାର ବିଷୟରେ ଆଲୋଚନା କରାଯିବା ନେଇ ଆଶା କରାଯାଉଛି ।

7 କୋଟି EPF ଆକାଉଣ୍ଟଧାରୀ:

ଅନ୍ୟପଟେ EPFO ଅଧିନରେ ପ୍ରାୟ 7 କୋଟି ଆକାଉଣ୍ଟଧାରୀ ଅଛନ୍ତି । 2023-24 ଆର୍ଥିକ ବର୍ଷ ପାଇଁ EPF ଉପରେ ସୁଧ ହାର 8.25ପ୍ରତିଶତ ସ୍ଥିର ହୋଇଥିଲା । 2022-23 ରେ 8.15 ପ୍ରତିଶତ ଏବଂ 2021-22 ରେ 8.10 ପ୍ରତିଶତ ସୁଧ ହାର ଥିଲା ।

ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ (IANS)

ଚଳିତ ଆର୍ଥିକ ବର୍ଷରେ EPFOର ନିବେଶରେ ଭଲ ରିଟର୍ଣ୍ଣ ଆସିଥିବା ଯୋଗୁଁ, ଚଳିତ ବର୍ଷ ମଧ୍ୟ 8.25 ପ୍ରତିଶତ ସୁଧ ହାର ରହିପାରେ କିମ୍ବା ବୃଦ୍ଧି ହୋଇପାରେ ବୋଲି ଆଶା କରାଯାଉଛି । ଏନେଇ ବୈଠକରେ ନିଷ୍ପତ୍ତି ନିଆଯିବ । କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡରୁ ସବୁଜ ସଙ୍କେତ ପାଇବା ପରେ, ପ୍ରସ୍ତାବକୁ ଅନୁମୋଦନ ପାଇଁ ଅର୍ଥ ମନ୍ତ୍ରଣାଳୟକୁ ପଠାଯିବ ।

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କଣ:

ଘରୋଇ କ୍ଷେତ୍ରରେ ନିଯୁକ୍ତି ପାଇଥିବା ଲୋକଙ୍କ ପାଇଁ EPFO ​​ଏକ ସାମାଜିକ ସୁରକ୍ଷା ଯୋଜନା । ଏହା ଅଧୀନରେ, ପ୍ରତି ମାସରେ ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ଦରମାରୁ PF ନାମରେ ଏକ ନିର୍ଦ୍ଦିଷ୍ଟ ପରିମାଣ କାଟି EPF ଆକାଉଣ୍ଟରେ ଜମା କରାଯାଏ । ଏହା ସହିତ, କମ୍ପାନୀ ଦ୍ୱାରା ମଧ୍ୟ ସମାନ ଅବଦାନ ଦିଆଯାଏ । EPFO ପ୍ରତିବର୍ଷ ଜମା ରାଶି ଉପରେ ସୁଧ ହାର ନିଷ୍ପତ୍ତି ନେଇଥାଏ ।

ଏହାମଧ୍ୟ ପଢନ୍ତୁ...

EPFO କର୍ମଚାରୀଙ୍କ ପାଇଁ ଖୁସି ଖବର, ୩୦୦୦୦ ଟଙ୍କାକୁ ବଢ଼ିପାରେ ବେତନ

ସୁଧ ସ୍ଥିରୀକରଣ ରିଜର୍ଭ ଫଣ୍ଡ୍ ଉପରେ ଆଲୋଚନା ଆଶା:

ସୂଚନା ଅନୁଯାୟୀ, କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ବୈଠକରେ EPFO ​​ଆକାଉଣ୍ଟଧାରୀଙ୍କୁ ସେମାନଙ୍କ ନିବେଶ ଉପରେ ରିଟର୍ଣ୍ଣ ଦେବା ପାଇଁ ସୁଧ ସ୍ଥିରୀକରଣ ରିଜର୍ଭ ପାଣ୍ଠି (Interest Stabilization Reserve Fund) ଗଠନ ଉପରେ ଆଲୋଚନା ହୋଇପାରେ । ଏହାର ଉଦ୍ଦେଶ୍ୟ ହେଉଛି EPFOର ପ୍ରାୟ 7 କୋଟି ଆକାଉଣ୍ଟଧାରୀଙ୍କୁ ସେମାନଙ୍କର ଭବିଷ୍ୟନିଧି ପାଣ୍ଠି ଉପରେ ସ୍ଥିର ରିଟର୍ଣ୍ଣ ପ୍ରଦାନ କରିବା । ଏହା ସୁନିଶ୍ଚିତ କରିବ ଯେ ସୁଧ ହାରରେ ପରିବର୍ତ୍ତନ ଆସିଲେ କିମ୍ବା EPFO ​​ଏହାର ନିବେଶରେ କମ୍ ରିଟର୍ଣ୍ଣ ପାଇଲେ ମଧ୍ୟ ଆକାଉଣ୍ଟଧାରୀମାନେ ଏକ ସ୍ଥିର ରିଟର୍ଣ୍ଣ ପାଇବେ । ଯଦି EPFOର ଏହି ଯୋଜନାକୁ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ଦ୍ୱାରା ଅନୁମୋଦନ ମିଳେ, ତେବେ ଏହାକୁ 2026-27 ରୁ କାର୍ଯ୍ୟକାରୀ କରାଯାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details