ମୁମ୍ବାଇ: ଗତ କିଛି ଦିନ ଦେଶରେ ଦ୍ରୁତ ବେଗରେ ବଢିଚାଲିଥିବା ସୁନା ଦରରେ ବ୍ରେକ୍ ଲାଗିଥିବା ବେଳେ ଆଜି ଏଥିରେ ପୁଣିଥରେ ବୃଦ୍ଧି ଘଟିଛି । ଆଜି ଭାରତରେ ସୁନା ଦରରେ ବୃଦ୍ଧି ପାଇଛି । 10 ଗ୍ରାମ ପିଛା 24 କ୍ୟାରେଟ୍ ସୁନା ମୂଲ୍ୟ ସହ 22 କ୍ୟାରେଟ୍ ସୁନା ମୂଲ୍ୟରେ ବୃଦ୍ଧି ଘଟିଛି । ତେବେ ସୁନା ସହ ରୂପାର ମୂଲ୍ୟ ମଧ୍ୟ ବଢ଼ିଛି । ଦେଶର ଅନେକ ସ୍ଥାନରେ ରୂପା କିଲୋଗ୍ରାମ ପିଛା 86,000 ଟଙ୍କା ରହିଛି, ଯାହା ଗତକାଲି 85,500 ଟଙ୍କା ରହିଥିଲା । କିନ୍ତୁ ଭୁବନେଶ୍ବରରେ ରୂପା କିଲୋଗ୍ରାମ ପିଛା 89,500 ଟଙ୍କା ରହିଛି ।
ଜାଣନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର:
ଭୁବନେଶ୍ବର:- 15 ଏପ୍ରିଲ 2024ରେ ଭୁବନେଶ୍ବରରେ 10 ଗ୍ରାମ ପିଛା 24 କ୍ୟାରେଟ୍ ସୁନା ମୂଲ୍ୟରେ 600 ଟଙ୍କା ବଢ଼ିଛି । ଆଜି ସୁନା ଦର 73,150 ଟଙ୍କା ରହିଛି । ସେହିପରି ୧୦ ଗ୍ରାମ ପିଛା 22 କ୍ୟାରେଟ୍ ସୁନା ମୂଲ୍ୟ 67,050 ଟଙ୍କା ରହିଛି । ଗତକାଲି (ରବିବାର) ୧୦ ଗ୍ରାମ ପିଛା 24 କ୍ୟାରେଟ୍ ସୁନା ମୂଲ୍ୟ 72,550 ଟଙ୍କା ଥିବା ବେଳେ ଆଜି ସୁନାର ମୂଲ୍ୟରେ 600 ଟଙ୍କା ବୃଦ୍ଧି ଘଟିଛି । ସେହପରି ଗତକାଲି ୧୦ ଗ୍ରାମ ପିଛା 22 କ୍ୟାରେଟ୍ ସୁନା ମୂଲ୍ୟ 66,500 ଟଙ୍କା ରହିଥିଲା । ଆଜି ଏହି ମୂଲ୍ୟରେ 550 ଟଙ୍କା ବୃଦ୍ଧି ହୋଇଛି । ସେହିପରି ଆଜି 10 ଗ୍ରାମ ପିଛା 18 କ୍ୟାରେଟ୍ ସୁନା ମୂଲ୍ୟ 54,860 ଟଙ୍କା ରହିଛି ।
ବ୍ରହ୍ମପୁର:ଆଜି ବ୍ରହ୍ମପୁରରେ 10 ଗ୍ରାମ ପିଛା 24 କ୍ୟାରେଟ୍ ସୁନା ମୂଲ୍ୟ 73,468 ଟଙ୍କା ରହିଛି । ସେହିପରି ୧୦ ଗ୍ରାମ ପିଛା 22 କ୍ୟାରେଟ୍ ସୁନା ମୂଲ୍ୟ 67,697 ଟଙ୍କା ରହିଛି ।