ଓଡିଶା

odisha

36 ଘଣ୍ଟା ହସି ହସି ଯୁବକଙ୍କ ବିଶ୍ବ ରେକର୍ଡ, 75 ହଜାର ଲୋକଙ୍କୁ ଦେଲେ 'ଲାଫ୍ଟର ଥେରାପି' - World record for laughing

By ETV Bharat Odisha Team

Published : May 5, 2024, 6:00 AM IST

World record for laughing: ହସିବାର ଫାଇଦା ସମ୍ପର୍କରେ ଆପଣ କେତେ କଣ ଶୁଣିଥିବେ । ହେଲେ କଣ ହସିବାର କୌଣସି ରେକର୍ଡ ହୋଇପାରେ ? ଉତ୍ତର ପ୍ରଦେଶ ଗାଜିଆବାଦ ନିବାସୀ ଡ. ହରିଶ ରାୱତ ହସିବାରେ କରିଛନ୍ତି ରେକର୍ଡ । ଆସନ୍ତୁ ତାଙ୍କ ସମ୍ପର୍କରେ ଜାଣିବା

WORLD LAUGHTER DAY 2024
WORLD LAUGHTER DAY 2024 (Etv Bharat)

ନୂଆଦିଲ୍ଲୀ:ଚଳିତ ବର୍ଷ ମେ 5 ତାରିଖକୁ ବିଶ୍ବ ହସ ଦିବସ ଭାବେ ପାଳନ କରାଯାଉଛି । ମେ ମାସର ପ୍ରଥମ ରବିବାରକୁ ବିଶ୍ବରେ ହସ ଦିବସ ଭାବେ ପାଳନ କରାଯାଏ । ହସିବା ସ୍ବାସ୍ଥ୍ୟ ପକ୍ଷେ ଉପଯୋଗୀ । ହେଲେ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକେ ହସିବା ବଦଳରେ ଚିନ୍ତାଗ୍ରସ୍ତ, ଅବସାଦଗ୍ରସ୍ତ ହୋଇପଡୁଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଜଣେ ବ୍ୟକ୍ତି ହସି ହସି ଗିନିଜ ବୁକ୍‌ ଅଫ ୱାର୍ଲ୍ଡ ରେକର୍ଡ କରିଛନ୍ତି । ଏହାସହିତ ସେ 75 ହଜାର ଲୋକଙ୍କୁ 'ଲାଫ୍ଟର ଥେରାପି' ଦେଇଛନ୍ତି ।

World record for laughing (ETV BHARAT)

ଗାଜିଆବାଦ କୌଶମ୍ବି ଅଞ୍ଚଳର ଡ. ହରିଶ ରାୱତ ଏହି ରେକର୍ଡ କରିଛନ୍ତି । ହରିଶ ହେଉଛନ୍ତି ଅନ୍ତର୍ଜାତୀୟ ହସ ଗୁରୁ । ତାଙ୍କର ସ୍ବପ୍ନ ହେଉଛି ଦୁନିଆକୁ ଅବସାଦରୁ ମୁକ୍ତ କରିବା । ତାଙ୍କ କହିବା କଥା ଆଜିକାଲି ଲୋକେ ହସିବା ଭୁଲି ଯାଇଛନ୍ତି । ଲାଫ୍ଟର ଯୋଗ ମାଧ୍ୟମରେ ଲୋକଙ୍କୁ ହସିବାର ମହତ୍ତ୍ବ ସମ୍ପର୍କରେ ଜାଗ୍ରତ କରାଯାଏ । ସେ 2015 ମସିହାରେ 'ଲଟସ୍‌ ଅଫ୍‌ ଲାଫ୍ଟର ଫାଉଣ୍ଡେସନ'ର ଆରମ୍ଭ କରିଥିଲେ ।

World record for laughing (ETV BHARAT)

ଏହା ବି ପଢନ୍ତୁ- ହସିବା ଦ୍ବାରା ଶରୀର ଉପରେ କେଉଁ ପ୍ରଭାବ ପଡ଼େ, ଏହା କହୁଛି ରିସର୍ଚ୍ଚ

ଡକ୍ଟର ହରିଶ ରାୱତ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ସହିତ ଲିମ୍‌କା ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡଧାରୀ ମଧ୍ୟ । ଦୀର୍ଘତମ ହସ ମାରାଥନରେ ସେ 36 ଘଣ୍ଟା 2 ମିନିଟ୍ ପାଇଁ କ୍ରମାଗତ ହସିବାର ରେକର୍ଡ ସୃଷ୍ଟି କରିଥିଲେ । ଏନେଇ ସେ କହିଛନ୍ତି, "ହସ ଯୋଗ ଜଣେ ସାଧାରଣ ଲୋକଙ୍କ ଜୀବନରେ ଅନେକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଆଣିପାରେ । ଜୀବନରେ ସନ୍ତୁଳନ ବଜାୟ ରଖିବାରେ ହସ ଯୋଗ ନିଶ୍ଚିତ ଆବଶ୍ୟକ ।" ଡ. ହରିଶ ହସ ଉପରେ ଦୁଇଟି ପୁସ୍ତକ ଲେଖିଛନ୍ତି । ଗୋଟିଏ 'ହସ ଥେରାପି ଫର ଡିପ୍ରେସନ୍' ଏବଂ ଅନ୍ୟଟି ' ଦି ମ୍ୟାଜିକ୍ ଅଫ୍ ଲାଫ୍ଟର ଇନ ପଜିଟିଭ ଆଫର୍ମିସନ'।

ଡ. ହରିଶ ଆହୁରି କହିଛନ୍ତି ଯେ ଗତ ଦଶନ୍ଧି ମଧ୍ୟରେ ସେ ପ୍ରାୟ 75 ହଜାର ଲୋକଙ୍କୁ ହସ ଥେରାପି ଶିକ୍ଷା ଦେଇଛନ୍ତି । ଯେଉଁଥିରେ ସେନା, ପୋଲିସ ସମେତ ଅନେକ ସରକାରୀ ଅନୁଷ୍ଠାନର କର୍ମଚାରୀ ମଧ୍ୟ ଅଛନ୍ତି । ତାଙ୍କ କହିବାନୁସାରେ ଯେତେବେଳେ ଆମେ ହସିଥାଉ, ଆମର ମସ୍ତିଷ୍କ ହାପି ହରମୋନ୍ 'ଏଣ୍ଡୋରଫିନ' ନିର୍ଗତ କରିଥାଏ । ଏହା ବ୍ୟତୀତ ହୃତପିଣ୍ଡରେ ରକ୍ତ ସଞ୍ଚାଳନ ମଧ୍ୟ ବଢିଥାଏ । ଏହି ଥେରାପି ଅତ୍ୟନ୍ତ କଷ୍ଟସାଧ୍ୟ ନୁହେଁ ଏବଂ ପ୍ରତିଦିନ ସକାଳେ ମାତ୍ର 10ରୁ 15 ମିନିଟ ହସିବା ଶରୀର ପାଇଁ ବହୁତ ଉପଯୋଗୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details