ଓଡିଶା

odisha

ETV Bharat / bharat

ବିରୋଧୀ ସାଂସଦଙ୍କୁ ମୋଦିଙ୍କ ସମାଲୋଚନା; ଆତ୍ମସମୀକ୍ଷା କରନ୍ତୁ, ଏ ଅଧିବେଶନ ଆପଣଙ୍କ ପାଇଁ ପଶ୍ଚାତାପର ସମୟ

PM Modi slams Opposition MPs: ବଜେଟ ଅଧିବେଶନ ପୂର୍ବରୁ ବିରୋଧୀ ସାଂସଦଙ୍କୁ ମୋଦିଙ୍କ ସମାଲୋଚନା । କହିଲେ ଗତ ୧୦ ବର୍ଷରେ ଆପଣମାନେ କ'ଣ କରିଛନ୍ତି ଆତ୍ମସମୀକ୍ଷା କରନ୍ତୁ । ଅଧିକ ପଢନ୍ତୁ

PM Modi slams Opposition MPs
ରୋଧୀ ସାଂସଦଙ୍କୁ ମୋଦିଙ୍କ ସମାଲୋଚନା

By ETV Bharat Odisha Team

Published : Jan 31, 2024, 12:06 PM IST

Updated : Jan 31, 2024, 12:55 PM IST

ନୂଆଦିଲ୍ଲୀ:ଆଜିଠୁ ସଂସଦର ସ୍ୱଳ୍ପକାଳୀନ ବଜେଟ ଅଧିବେଶନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱିତୀୟ ପାଳିର ଏହା ଶେଷ ବଜେଟ । ତେବେ ଆଜି ଅଧିବେଶନ ଆରମ୍ଭ ପୂର୍ବରୁ ସଂସଦ ବାହାରେ ଉଦବୋଧନ ଦେଇ ବିରୋଧୀ ସାଂସଦଙ୍କୁ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବ ଅଧିବେଶନରେ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବିତ ହୋଇଥିବା ବିରୋଧୀ ସଦସ୍ୟଙ୍କୁ ସେ କହିଛନ୍ତି, ନିଜର ଆତ୍ମନିରୀକ୍ଷଣ କରନ୍ତୁ । ବିଗତ ୧୦ ବର୍ଷ ଭିତରେ ଆପଣମାନେ କ'ଣ କରିଛନ୍ତି ତାହାର ସମୀକ୍ଷା କରନ୍ତୁ । ଆପଣମାନଙ୍କ କାର୍ଯ୍ୟ ସମ୍ପର୍କରେ ଲୋକମାନେ କ'ଣ ସବୁ କହୁଛନ୍ତି ପଚାରି ବୁଝନ୍ତୁ । ଗୃହରେ ହଙ୍ଗାମା କରୁଥିବା ବିରୋଧୀ ସାଂସଦଙ୍କ ପାଇଁ ଏ ଅଧିବେଶନ ପଶ୍ଚାତାପର ସମୟ ବୋଲି କହିଛନ୍ତି ମୋଦି ।

ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ଗଣମାଧ୍ୟମ ଆଗରେ ମୋଦି କହିଛନ୍ତି ଯେ, ବିରୋଧୀ ଦଳ ସାଂସଦଙ୍କ ଅନିୟନ୍ତ୍ରିତ ତଥା ଅନୁଚିତ ବ୍ୟବହାରକୁ କେହି ମନେ ରଖିବେ ନାହିଁ । ଏହି ଅଧିବେଶନ ସଂସଦରେ ହଙ୍ଗମା କରୁଥିବା ସେହି ସାଂସଦମାନଙ୍କ ପାଇଁ ପଶ୍ଚାତାପ ଏବଂ ସକରାତ୍ମକ ପଦଚିହ୍ନ ଛାଡିବାର ଏକ ଭଲ ଅବସର । ତେଣୁ ସବୁ ସାଂସଦଙ୍କୁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ସେ ଆହ୍ବାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଜିଠୁ ସଂସଦ ବଜେଟ ଅଧିବେଶନ, କାଲି ଆସିବ କାମଚଳା ବଜେଟ


ଆହୁରିମଧ୍ୟ କହିଛନ୍ତି, ସଂସଦରେ ବିଶୃଙ୍ଖଳିତ ଆଚରଣ କରୁଥିବା ସାଂସଦମାନେ ଗତ ୧୦ ବର୍ଷରେ କ'ଣ ସବୁ ଜନକଲ୍ୟାଣକାରୀ କାର୍ଯ୍ୟ କରିଛନ୍ତି, ନିଜର ସଂସଦୀୟ କ୍ଷେତ୍ରର ୧୦୦ ଲୋକଙ୍କୁ ପଚାରି ବୁଝନ୍ତୁ, କାହାର ବି ମନେ ନଥିବ । ଏମିତିକି ଲୋକମାନେ ତାଙ୍କର ନାଁ ବି ମନେ ରଖିନଥିବେ । ବିରୋଧର ସ୍ବର ଯେତେ ଶାଣିତ ହୋଇଥାଉ ନା କାହିଁକି, କିନ୍ତୁ ଯିଏ ଉତ୍ତମ ବିଚାରରେ ସଦନକୁ ଲାଭାନ୍ବିତ କରିଥିବ ଏବଂ ମାନବ ହିତ ପାଇଁ ସ୍ବର ଉଠାଇଥିବ, ତାଙ୍କୁ ଏକ ବଡ ବର୍ଗ ଆଜିବି ମନେ ରଖିଥିବ । ହେଲେ ଯେଉଁମାନେ କେବଳ ବିଶୃଙ୍ଖଳା କରିଥିବେ ତାଙ୍କୁ କେହି ବି ମନେ ରଖିବେ ନାହିଁ ।

ତେବେ ଆଗକୁ ଲୋକସଭା ନିର୍ବାଚନ ଥିବାରୁ ଏଥର କାମଚଳ ବଜେଟ ଉପସ୍ଥାପନ ହେବ । ନିର୍ବାଚନ ପରେ ନୂଆ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନରେ ଆସନ୍ତାକାଲି ଅନ୍ତରୀଣ ବଜେଟ ଉପସ୍ଥାପନ ହେବ । ଏହି ବଜେଟ ଦେଶର ନାରୀ ଶକ୍ତିକୁ ଦର୍ଶାଇବ ବୋଲି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ।

Last Updated : Jan 31, 2024, 12:55 PM IST

ABOUT THE AUTHOR

...view details