ନୂଆଦିଲ୍ଲୀ:ନିକଟରେ ମାଇକ୍ରୋସଫ୍ଟ ସର୍ଭର ଡାଉନ ହେବା ଯୋଗୁଁ ବିଶ୍ବବ୍ୟାପୀ ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଥିଲା । ଦୀର୍ଘ ସମୟ ଲାଗି ଟେକ୍ନିକାଲ କାମ ବାଧାପ୍ରାପ୍ତ ହୋଇଥିଲା । ବିଶେଷ କରି ବିଶ୍ବରେ ବିମାନ ସେବା ଠାରୁ ନେଇ ବ୍ୟାଙ୍କିଙ୍ଗ, ହସ୍ପିଟାଲ, ଏୟାରପୋର୍ଟ, ଟେଲିକମ୍, ମିଡିଆ, ସେୟାର ବଜାର ଆଦି ଠପ୍ ହୋଇଥିଲା । କିନ୍ତୁ ଭାରତୀୟ ରେଳବାଇ ଉପରେ ଏହାର କୌଣସି ପ୍ରକାର ପ୍ରଭାବ ପଡ଼ିନଥିଲା । ମାଇକ୍ରୋସଫ୍ଟ ସର୍ଭର ଡାଉନ ପରେ ବି ଦୌଡ଼ିଥିଲା ଟ୍ରେନ ।
ଶୁକ୍ରବାର ଏକ ବଡ଼ ଧରଣର ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ହଠାତ ମାଇକ୍ରୋସଫ୍ଟ ସର୍ଭର ଡାଉନ ହୋଇଯାଇଥିଲା । ଫଳରେ ସାରା ବିଶ୍ବରେ ଭାଗଦୌଡରେ ବ୍ରେକ ଲାଗିଥିଲା । ବିମାନ ବନ୍ଦରରେ ଘଣ୍ଟା ଘଣ୍ଟା ଯାତ୍ରୀ ଅପେକ୍ଷା କରି ରହିଥିଲେ । ଫ୍ଲାଇଟ ବୁକିଂ ଓ ଚେକ୍-ଇନ ଭଳି ସେବାରେ ସମସ୍ୟା ଉପୁଜିଥିଲା । ବ୍ୟାଙ୍କ କାର୍ଯ୍ୟ ପ୍ରଭାବିତ ହୋଇଥିଲା । ଅଫିସରେ ଲ୍ୟାପଟପ୍, କମ୍ପ୍ୟୁଟର ମଧ୍ୟ ଚାଲିନଥିଲା । କମ୍ୟୁନିକେସନ ସର୍ଭିସ ମିଡିଆ ସେକ୍ଟର ବି ପ୍ରଭାବିତ ହୋଇଥିଲା । ଏହା ବିଶ୍ବର ସବୁଠୁ ଆଇଟି ସମସ୍ୟା ଥିଲା । ଏହା ସତ୍ତ୍ବେ ଭାରତୀୟ ରେଳବାଇ ଉପରେ କୌଣସି ପ୍ରଭାବ ପଡ଼ିନଥିଲା ।
କାହିଁକି ଉପୁଜିଲା ଏପରି ସମସ୍ୟା ?
ମାଇକ୍ରୋସଫ୍ଟ ଏକ କ୍ଲାଉଡ କମ୍ପ୍ୟୁଟିଂ ପ୍ଲାଟଫର୍ମ । ଏହା ଆପଣଙ୍କ ଗ୍ୟାଜେଟ୍ର ଆପ୍ଲିକେସନକୁ ତିଆରି କରେ ଓ ଏହାର ପରିଚାଳନା କରିଥାଏ । ଜୁଲାଇ 19 ତାରିଖରେ ଆଣ୍ଟି-ଭାଇରସ 'କ୍ରାଉଡଷ୍ଟ୍ରାଇକ' ଅପଡେଟ ଯୋଗୁଁ ଏହି ସମସ୍ୟା ଉପୁଜିଥିଲା । ଏଥିଲାଗି ମାଇକ୍ରୋସଫ୍ଟ ୱିଣ୍ଡୋଜର ୟୁଜରମାନଙ୍କ ଡେସ୍କଟପ ଓ ଲ୍ୟାପଟପ୍ ସ୍କ୍ରିନ ବ୍ଲୁ ରଙ୍ଗର ହୋଇଥିଲା । ଖାଲି ସେତିକି ନୁହେଁ, କମ୍ପ୍ୟୁଟର ଓ ଲ୍ୟାପଟପ୍ ବାରମ୍ବାର ରିଷ୍ଟାର୍ଟ ଓ ସଟଡାଉନ ହୋଇଯାଇଥିଲା । କହି ରଖୁଛୁ କି, କ୍ରାଉଡଷ୍ଟ୍ରାଇକ ସାଇବର ସୁରକ୍ଷା ପ୍ରଦାନକାରୀ ଏକ ପ୍ଲାଟଫର୍ମ । ଏହାର ଅପଡେଟ ସମୟରେ ଏକ ବଗ୍ ଆସିବା ଯୋଗୁଁ ଏଭଲି ସମସ୍ୟା ଦେଖାଦେଇଥିଲା ।
କାହିଁକି ଭାରତୀୟ ରେଳବାଇ ଉପରେ ପ୍ରଭାବ ପଡିଲାନି ?