ଓଡିଶା

odisha

ETV Bharat / bharat

ଡ୍ରେନ ପାଣିରେ ୫ ଦିନ: ଅଜଗର ସାପ ଭଳି କରୁଥିଲେ ଶବ୍ଦ, ଉଦ୍ଧାର ହେଲେ ମଣିଷ

କେରଳରେ ୫ ଦିନ ଡ୍ରେନରେ ପଡ଼ି ରହିଥିଲେ ଜଣେ ବ୍ୟକ୍ତି । ଡ୍ରେନ ପାଣି ପିଇ ଜୀବନ ଜୀଉଥିଲେ । କିଏ ଏହି ବ୍ୟକ୍ତି ଏବଂ କାହିଁକି ଡ୍ରେନରେ ରହୁଥିଲେ, ଜାଣନ୍ତୁ ?

ଡ୍ରେନ ଭିତରେ ୫ ଦିନ: ଅଜଗର ସାପ ଭଳି ଆସୁଥିଲା ଶବ୍ଦ, ଉଦ୍ଧାର ହେଲେ ମଣିଷ
ଡ୍ରେନ ଭିତରେ ୫ ଦିନ: ଅଜଗର ସାପ ଭଳି ଆସୁଥିଲା ଶବ୍ଦ, ଉଦ୍ଧାର ହେଲେ ମଣିଷ (ETV Bharat)

By ETV Bharat Odisha Team

Published : 4 hours ago

Updated : 4 hours ago

ପଥନାମାଥିଟ୍ଟା (କେରଳ): ଏହି କଥାଟି ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ ! ମନରେ ପ୍ରଶ୍ନ ଉଠିବ ଏହା କେମିତି ସମ୍ଭବ ? ସାଧାରଣରେ ବିଶ୍ବାସ କରାଯାଇ ନପାରେ ? ଏହା କାହାଣୀ ପରି ଲାଗୁଥିଲେ ମଧ୍ୟ, ବାସ୍ତବରେ ପୂରା ସତ ଘଟଣା ? ଡ୍ରେନରେ କଟୁଥିଲା ଜଣେ ମଣିଷଙ୍କ ଜୀବନ । କେବଳ ସେତିକି ନୁହେଁ, ଦୁର୍ଗନ୍ଧ ଡ୍ରେନ ପାଣି ପିଇ ବଞ୍ଚୁଥିଲେ । କିଏ ଏହି ବ୍ୟକ୍ତି, କେଉଁଠି ତାଙ୍କ ଘର, କାହିଁକି ଏବଂ କେଉଁ ପରିସ୍ଥିତିରେ ସେ ଡ୍ରେନ ଭିତରେ ରହୁଥିଲେ ? ଏକଥା ଜାଣିଲେ ଜାତୁବ ହୋଇଯିବେ ।

କେରଳରୁ ଆସିଛି ସତ କାହାଣୀ:

ଘଟଣାଟି କେରଳରୁ ଆସିଛି । ପଥନାମାଥିଟ୍ଟା ଜିଲ୍ଲା ରନି ଅଞ୍ଚଳର ଏକ ଡ୍ରେନ ( ନାଳ) ଉପରେ ପଡ଼ିଥିଲା କିଛି ଲୋକଙ୍କ ନଜର । ଡ୍ରେନ ଭିତର ପାଣି କିଛି ଏକ ଜୀବନ୍ତ ଜନ୍ତୁ ଫସି ରହିଥିଲା ସନ୍ଦେହ ହୋଇଥିଲା । ମାତ୍ର ଯେହେତୁ ସ୍ପଷ୍ଟ ଭାବେ ଦେଖା ଯାଉନଥିଲା । ତେଣୁ ଲୋକେ କେବଳ ନଜର ପକାଇ ପଳାଇ ଯାଉଥିଲେ । ଏମିତି ତିନି ଚାରି ଦିନ ( ୩ - ୪) ଚାଲିବା ପରେ, ପଞ୍ଚମ ଦିନରେ ପୁଣି ଥରେ ଲୋକଙ୍କ ନଜରକୁ ଆସିଥିଲା ଏହି ଘଟଣା । ଡ୍ରେନ ପାଣି ବାରମ୍ବାର ଚହଲୁଥିବା ବେଳେ, ଲୋକଙ୍କ ସନ୍ଦେହ ବଢ଼ିଥିଲା । ପାଣି ଭିତରେ ଅଜଗର ସାପ କିମ୍ବା ସେହିପରି କୌଣସି ଜୀବ ଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା । କାରଣ ମଝିରେ ମଝିରେ ଶବ୍ଦ ମଧ୍ୟ କରୁଥିଲା । ନାଳରେ ଅଜଗର ସାପ ଫସିଥିବା ଆଶଙ୍କା କରି, ତାକୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା ।

ଗାଁ ଲୋକେ କଣ ଦେଖିଲେ ?

ଗାଁ ଲୋକଙ୍କ ମଧ୍ୟରେ ଆଶା-ଆଶଙ୍କା ବଢ଼ିଥିବା ବେଳେ, ସେମାନେ ପଞ୍ଚାୟତ ଅଧ୍ୟକ୍ଷଙ୍କୁ ସୂଚନା ଦେଲେ । ପଞ୍ଚାୟତ ଅଧ୍ୟକ୍ଷ ପ୍ରକାଶ ଘଟଣାସ୍ଥଳରେ ପହଞ୍ଚିବା ପରେ ଲୋକଙ୍କ ସହାୟତାରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ତେବେ ସେମାନେ ଯାହା ଦେଖିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । କାରଣ ଡ୍ରେନ ପାଣିରେ ବୁଡ଼ି ରହିଥିବା ଜଣକୁ ଅଜଗର ସାପ ନୁହେଁ ବରଂ ଜଣେ ମଣିଷ । ଯେତେବେଳେ, ଜଣାପଡ଼ିଲା ଏହା ଜଣେ ମଣିଷ, ତେଣୁ ଗାଁ ଲୋକ ବହୁ କଷ୍ଟରେ ତାଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର କାର୍ଯ୍ୟ ବେଳେ ପ୍ରବଳ ଭିଡ଼ ଜମିଥିଲା । ଆକପାଖ ଗାଁର ଶତାଧିକ ଲୋକ ଏହି ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ରୁଣ୍ଡ ହୋଇଥିଲେଷ

ଉଦ୍ଧାର ବ୍ୟକ୍ତି କିଏ ?

ନାଳରୁ ଅଜଗର ନୁହେଁ, ଉଦ୍ଧାର ହେଲେ ଜଣେ ବ୍ୟକ୍ତି । ସଂପୃକ୍ତ ବ୍ୟକ୍ତି ଏତେ ଭିଡ଼ ଦେଖି ପ୍ରବଳ ଡରି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ । ମାତ୍ର ତାଙ୍କୁ ମାଲାୟଲମ ଭାଷା ଜଣା ନଥିଲା । ସେ ହିନ୍ଦୀ ବୁଝିବା ସହ କହି ପାରୁଥିଲେ ।

ପଶ୍ଚିମବଙ୍ଗରୁ କେମିତି ଆସିଲେ କେରଳ ?

ପଚରା ଉଚୁରାରୁ ଜଣା ପଡ଼ିଲା ଯେ, ତାଙ୍କ ଘର କେରଳ କିମ୍ବା ଦକ୍ଷିଣ ଭାରତର କୌଣସି ରାଜ୍ୟର ନୁହେଁ । ଉଦ୍ଧାର ବ୍ୟକ୍ତଙ୍କ ଘର ସୁଦୂର ପଶ୍ଚିମବଙ୍ଗ । ଲୋକେ ଏହା ଜାଣି ଅଧିକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ସେ ପଶ୍ଚିମବଙ୍ଗରୁ କେରଳ ଆସିଲେ କେମିତି ? ଏତିକିରେ ସରନଥିଲା କଥା । ତାଙ୍କ ସହ କଥା ହେବା ପରେ, ଗୋଟିଏ ପରେ ଗୋଟିଏ ନୂଆ କଥା ପଦାକୁ ଆସିଲା । ସେ କହିଥିଲେ ଯେ, ତାଙ୍କର ବାପା-ମାଆ ଅଛନ୍ତି । ତେବେ ପାଞ୍ଚ ଦିନ ହେଲା କୌଣସି ଖାଦ୍ୟ ଖାଇନଥିଲେ । କେବଳ ଡ୍ରେନ ପାଣି ପିଇ ବଞ୍ଚିଥିଲେ ।

ଡ୍ରେନରୁ ଫେରିଲା ଜୀବନ:

ଉଦ୍ଧାର ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗାଧୋଇ ଦେଇଥିଲେ ଗାଁ ଲୋକ । ପରେ ଖାଇବାକୁ ଦେଇଥିଲେ । ପଞ୍ଚାୟତ ଅଧ୍ୟକ୍ଷ ପ୍ରକାଶଙ୍କ କହିବା କଥା, ' ଆମେ ତାଙ୍କୁ ଖାଦ୍ୟ ଖୁଆଇଲୁ । ସେ ଗତ ୫ ଦିନ ହେଲା ଦୂଷିତ ଡ୍ରେନ ପାଣି ପିଉଥିଲେ । ଏହା ଅତ୍ୟନ୍ତ ଦୁଖଦଃ ଘଟଣା । ଆମକୁ ଲାଗୁଛି, ସେ ମାନସିକ ସ୍ତରରେ ଦୁର୍ବଳ ଅଛନ୍ତି । ଆମେ ତାଙ୍କୁ ଏକ ଚାରିଟି ସଂସ୍ଥା ବା ଦାତବ୍ୟ ସଂଗଠନକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛୁ । '

ଏହା ମଧ୍ୟ ପଢ଼ନ୍ତୁ:

Cobra Inside Sofa; ସୋଫା ଭିତରୁ ଶୁଭିଲା ସଂ ସଂ ଶଦ୍ଦ, ବାହାରିଲା 3 ଫୁଟିଆ ନାଗ ! - cobra found inside sofa

ନିଶ୍ଚିତ ମରଣ ମୁହଁରୁ ଫେରିଆସିଲେ 7 ମତ୍ସ୍ୟଜୀବୀ: କାନ୍ଦି କାନ୍ଦି କହିଲେ କଳା ରାତିର ଛାତିଥରା କାହାଣୀ - Fisherman Rescued

ଯାହାକୁ ରଖିବେ ଅନନ୍ତ...ମହାନଦୀରେ ପ୍ରଖର ସ୍ରୋତରେ ଛତିଶଗଡରୁ ଓଡ଼ିଶା 60KM ଭାସିଆସିଲେ ମହିଳା, ଝାରସୁଗୁଡାରୁ ଉଦ୍ଧାର - Woman swept away in Mahanadi

Last Updated : 4 hours ago

ABOUT THE AUTHOR

...view details