ଓଡିଶା

odisha

ETV Bharat / bharat

ସନ୍ଦେଶଖାଲି ମାମଲାରେ CBIକୁ ତଦନ୍ତଭାର ଦେଲେ କୋଲକାତା ହାଇକୋର୍ଟ, ସୁପ୍ରିମକୋର୍ଟ ଗଲା ମମତା ସରକାର - CBI probe in Sandeshkhali matter

WB Govt moves SC against Calcutta HC order directing CBI probe in Sandeshkhali matter: ସୁପ୍ରିମକୋର୍ଟ ଗଲା ମମତା ସରକାର । ସନ୍ଦେଶଖାଲି ମାମଲାରେ ସିବିଆଇକୁ ତଦନ୍ତଭାର ଦେଇଥିଲେ କୋଲକାତା ହାଇକୋର୍ଟ । ଅଧିକ ପଢନ୍ତୁ

ସନ୍ଦେଶଖାଲି ମାମଲାରେ CBIକୁ ତଦନ୍ତଭାର ଦେଲେ କୋଲକାତା ହାଇକୋର୍ଟ, ସୁପ୍ରିମକୋର୍ଟ ଗଲା ମମତା ସରକାର
ସନ୍ଦେଶଖାଲି ମାମଲାରେ CBIକୁ ତଦନ୍ତଭାର ଦେଲେ କୋଲକାତା ହାଇକୋର୍ଟ, ସୁପ୍ରିମକୋର୍ଟ ଗଲା ମମତା ସରକାର

By ETV Bharat Odisha Team

Published : Mar 5, 2024, 7:40 PM IST

ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ପଶ୍ଚିମବଙ୍ଗ ସନ୍ଦେଶଖାଲି ଯୌନ ନିର୍ଯାତନା ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ‘ସିବିଆଇ’କୁ ତଦନ୍ତଭାର ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ । ପୂର୍ବରୁ ଏହି ମାମଲାରେ ପଶ୍ଚିମବଙ୍ଗ ପୋଲିସ ତଦନ୍ତ ଜାରି ରଖିଛି । ତେବେ ଆଜି କୋଲକାତା ହାଇକୋର୍ଟ ଏହି ତଦନ୍ତଭାର ସିବିଆଇକୁ ହସ୍ତାନ୍ତର କରିବା ସହ ଅଭିଯୁକ୍ତମାନଙ୍କୁ ମଧ୍ୟ କେନ୍ଦ୍ରୀୟ ସଂସ୍ଥାକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର କେନ୍ଦ୍ରୀୟ ସଂସ୍ଥା ଏହି ତଦନ୍ତଭାର ଗ୍ରହଣ କରିବା ପୂର୍ବରୁ ଏହା ବିରୋଧରେ ମମତା ବାନାର୍ଜୀ ସରକାର ସର୍ବୋଚ୍ଚକୋର୍ଟରେ ଦ୍ବାରସ୍ଥ ହୋଇଛି ।

ପଶ୍ଚିମବଙ୍ଗ ପୋଲିସ ଗତ ଦୁଇଦିନ ତଳେ ମୁଖ୍ୟ ଅଭିଯୁକ୍ତ ତଥା ନିଲମ୍ବିତ ଟିଏମସି ନେତା ଶେଖ ଶାହାଜାହନକୁ ଗିରଫ କରିବାରେ ସଫଳ ହୋଇଛି । ଏବେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ଏକାଧିକ ଅଭିଯୁକ୍ତ ପୋଲିସ କଷ୍ଟଡିରେ ଅଛନ୍ତି । ହେଲେ ନିରପେକ୍ଷତା ଦୃଷ୍ଟିରୁ ରାଜ୍ୟ ପୋଲିସ ପରିବର୍ତ୍ତେ ସିବିଆଇକୁ ଏହି ମାମଲାର ତଦନ୍ତଭାର ଦେବା ପାଇଁ କୋଲକାତା ଉଚ୍ଚନ୍ୟାୟାଳୟରେ ଏକ ମାମଲା ରୁଜୁ ହୋଇଥିଲା । ଏହାର ଶୁଣାଣି କରି କୋର୍ଟ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶନାମାର କିଛି ଘଣ୍ଟା ମଧ୍ୟରେ ମମତା ସରକାର ସର୍ବୋଚ୍ଚକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । ବରିଷ୍ଠ କଂଗ୍ରେସ ନେତା ତଥା ଜଣାଶୁଣା ଆଇନଜୀବୀ ଅଭିଶେକ ମନୁ ସିଙ୍ଗଭି ପଶ୍ଚିମବଙ୍ଗ ସରକାର ପକ୍ଷରୁ ଏହି ଆବେଦନ ଦାଖଲ କରିଛନ୍ତି । ଏହାର ଶୁଣାଣି ତାରିଖ ଧାର୍ଯ୍ୟ ହୋଇନି ।

ଏହା ମଧ୍ୟ ପଢନ୍ତୁ :- ଶେଖ ଶାହଜାହନ 6 ବର୍ଷ ପାଇଁ TMCରୁ ନିଲମ୍ବିତ

ଗତ ଗୁରୁବାର ୫୫ ଦିନର ଲୁଚକାଳି ଖେଳ ପରେ ମୁଖ୍ୟ ଅଭିଯୁକ୍ତ ଶାହାଜାହାନକୁ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ମିନାଖାନ ଅଞ୍ଚଳରୁ ପୋଲିସ ଶାହାଜାହନକୁ ଗିରଫ କରିବାରେ ସଫଳ ହୋଇଥିଲା । ଗତ ଜାନୁଆରୀ ୫ ତାରିଖରୁ ସେ ଫେରାର ଥିଲା । ତା ବିରୋଧରେ ମୋଟ 43 ଟି ଅପରାଧିକ ମାମଲା ରହିଛି । କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାର ଠିକଣାରେ ଚଢାଉ କରିବାକୁ ଗଲା ବେଳେ ତାର ସମର୍ଥକମାନେ କେନ୍ଦ୍ରୀୟ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ଏହାପରଠାରୁ ସେ ଫେରାର ରହିଥିଲା । ପରେ ସ୍ଥାନୀୟ ମହିଳାମାନେ ଶାହଜାହାନ ଓ ତାର ସହଯୋଗୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣି ଆନ୍ଦୋଳନ କରିଥିଲେ । ଏହି ମାମଲାରେ ଏବେ ମଧ୍ୟ ରାଜ୍ୟରେ ରାଜନୀତି ଓ ପ୍ରତିବାଦ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details