ଓଡିଶା

odisha

ପ୍ରବଳ ବର୍ଷାରେ ତାଜମହଲ ବେହାଲ, ଶାହଜହାନ-ମମତାଜଙ୍କ ସମାଧିସ୍ଥଳରେ ପଶିଲା ପାଣି - Water Dripped In Tajmahal

By ETV Bharat Odisha Team

Published : Sep 15, 2024, 1:55 PM IST

Water leakage In Tajmahal: ଐତିହ୍ୟସ୍ଥଳ ତାଜମହଲ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଲଗାଣ ବର୍ଷାରେ ଶାହଜହାନ-ମମତାଜଙ୍କ ସମାଧିସ୍ଥଳରେ ପାଣି ଦେଖିବାକୁ ମିଳିଛି । ଯାହାର ସଂରକ୍ଷଣ ପାଇଁ ଚିନ୍ତା ବଢିଥିବାବେଳେ ଏହାର ଯାଞ୍ଚ କରିଛି ASI । ପଢନ୍ତୁ ପୂରା ଖବର ।

Tajmahal Water leakage
Tajmahal Water leakage (ETV Bharat)

ଲକ୍ଷ୍ନୌ: ଦେଶର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଉତ୍ତର ପ୍ରଦେଶ କିଛି ଦିନ ଧରି ଲଗାଣ ବର୍ଷା ହୋଇଥିବା ବେଳେ ବେହାଲ ହେଲାଣି ତାଜମହଲର ଅବସ୍ଥା । ତାଜମହଲ, ବେବି ତାଜ, ପତେହପୁର ସିକ୍ରି, ରାମବାଗ ଆଦି ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ବହୁ କ୍ଷୟକ୍ଷତି ବି ହେଲାଣି । ତାଜମହଲ ଭିତରେ ଥିବା ମୁଖ୍ୟ ସମାଧିସ୍ଥଳରେ ପାଣି ପଡୁଥିବାରୁ ସେଠାରେ ପହଞ୍ଚି ଯାଞ୍ଚ କରିଛି ASI ।

  • ସ୍ମାରକୀ ଯାଞ୍ଚ କଲା ASI ଟିମ୍:
    Tajmahal Water leakage (ETV Bharat UP)

ପ୍ରତ୍ନତତ୍ତ୍ବବିତ ଡକ୍ଟର ରାଜକୁମାର ପଟେଲ ଟିମ୍ ସହ ଆସି ଏହାର ଯାଞ୍ଚ କରିଛନ୍ତି । କେଉଁଠୁ ପାଣି ପଡୁଛି, କିପରି ପଡୁଛି ତାହାର ଅନୁଧ୍ୟାନ କରିଛି ଟିମ୍ । ମମତାଜ ଏବଂ ଶାହଜହାନଙ୍କ ସମାଧିସ୍ଥଳରେ ମଧ୍ୟ ପଡୁଛି ପାଣି । ASI ପକ୍ଷରୁ କୁହାଯାଇଛି " ତାଜମହଲର ଉପର ଛାତରୁ ପାଣି ନିର୍ଗତ ହେବାର ଭଲ ବ୍ୟବସ୍ଥା ରହିଛି । ହେଲେ ତଳ ଛାତରେ ସେପରି ବ୍ୟବସ୍ଥା ନାହିଁ । ତେଣୁ ତଳ ଛାତରେ ଜମିଥିବା ପାଣି ସମାଧି ସ୍ଥଳ ଉପରେ ପଡୁଥିବା ନେଇ ଯାଞ୍ଚରୁ ଜଣାପଡ଼ିଛି ।"

  • ବ୍ରିଟିଶ ଶାସନ ବେଳେ ଅନେକ ଥର ହୋଇଥିଲା ମରାମତି:
    Tajmahal Water leakage (ETV Bharat UP)

ବ୍ରିଟିଶ ଶାସନ ବେଳେ ୧୮୭୨ ମସିହାରେ କାର୍ଯ୍ୟନିର୍ବାହି ଅଧିକାରୀ ଜେ ଡବ୍ଲୁ ଆଲେକଜାଣ୍ଡରଙ୍କ ତତ୍ତ୍ବାବଧାନରେ ମରାମତି କାମ କରାଯାଇଥିଲା । ଏହାପରେ ୧୯୨୪ରେ ବାଗ-ଖାନ-ଏ-ଆଲମ କାନ୍ଥରୁ ପଥର ଖସିଥିଲା । ତେଣୁ ସେହି ବର୍ଷ ଏହାର ମରାମତି କରାଯାଇଥିଲା । ୧୯୨୮ରେ ଶାହି ମସଜିଦରେ ପାଣି ଲିକ୍ ହେବାରୁ ଏହାର ମରାମତି କରାଯାଇଥିଲା । ୧୯୪୧ରେ ମଧ୍ୟ ମୁଖ୍ୟ ଗମ୍ବୁଜର ମରାମତି କାମ ହୋଇଥିଲା ।

Tajmahal Water leakage (ETV Bharat UP)
  • ଏହି ଦିନ ପ୍ରଥମ ଥର ହୋଇଥିଲା ମୁଖ୍ୟ ଗମ୍ବୁଜ ଲିକ୍:

୧୬୫୨ରେ ପ୍ରଥମ ଥର ପାଇଁ ମୁଖ୍ୟ ଗମ୍ବୁଜରୁ ପାଣି ଲିକ୍ ହୋଇଥିଲା । ଏନେଇ ଡିସେମ୍ବର 1652 ଶାହାଜାହାନଙ୍କୁ ଏକ ଚିଠି ଲେଖି ରିପୋର୍ଟ କରିଥିଲେ ଔରଙ୍ଗଜେବ । ତାଜମହଲ ପରିଦର୍ଶନ କରିବା ପରେ ସେ ଏହି ରିପୋର୍ଟ ଦେଇଥିଲେ। ରିପୋର୍ଟରେ ଦର୍ଶାଯାିଥିଲା ଯେ, ବର୍ଷା ସମୟରେ ମୁଖ୍ୟ ସମାଧିସ୍ଥଳର ଉତ୍ତର ପାର୍ଶ୍ବରେ ୨ ଟି ସ୍ଥାନରୁ ଜଳ ପ୍ରବାହିତ ହୁଏ । ଔରଙ୍ଗଜେବ ତାଙ୍କ ରିପୋର୍ଟରେ ଲେଖିଥିଲେ, ତାଜମହଲର ଚାରୋଟି ଫାଟକ,ଦ୍ବିତୀୟ ମହଲାର ଗ୍ୟାଲେରୀ, ୪ଟି ଉତ୍ତର ବାରଣ୍ଡା, ୪ଟି ଛୋଟ ଗମ୍ବୁଜ ଏବଂ ୭ ଟି ଭୂତଳ କୋଠରୀ ମଧ୍ୟ ଆର୍ଦ୍ର ହୋଇଯାଇଛି। ଏହାର ମରାମତି କରାଯାଇଛ ।

ABOUT THE AUTHOR

...view details