ହାଇଦ୍ରାବାଦ: ଭାରତୀୟ ରେଳ ବ୍ୟବସ୍ଥାରେ ଆଧୁନିକୀକରଣ ନୂଆ ଅଧ୍ୟାୟ ଆରମ୍ଭ କରିଛି ବନ୍ଦେ ଭାରତ ଏକ୍ରପ୍ରେସ ଟ୍ରେନ । ଦେଶରେ ଦ୍ରୁତ ଗତିରେ ଧାଉଁଛି ଏକ୍ସପ୍ରେସ ଟ୍ରେନ । ଏହି ସେମି ହାଇସ୍ପିଡ ଟ୍ରେନରେ ଯାତାୟତ କରିବାକୁ ଯାତ୍ରୀ ଅଧିକ ଆଗ୍ରହୀ । କାହିଁକି ନା, ବିମାନ ପରି ସୁବିଧା ଏହି ଟ୍ରେନରେ ପାଇଥାନ୍ତି ଯାତ୍ରୀ । ଟ୍ରେନର ସମସ୍ତ ବଗିରେ ଶୀତତାପ ନିୟନ୍ତ୍ରିତ ରହିଥିବା ବେଳେ ଘଣ୍ଟା ପ୍ରତି ବେଗ 130 କିଲୋମିଟର ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ପ୍ରାୟ ୧୬ରୁ ୨୦ କୋଚ ବିଶିଷ୍ଠ ପ୍ରାୟ ୬୬ଟି ବନ୍ଦେ ଭାରତ ଟ୍ରେନ ଟ୍ରାକରେ ଗଡୁଛି ।
ବିଦେଶରେ ବଢୁଛି ଚାହିଦା :
ସ୍ବେଦଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଟ୍ରେନରେ ଡିଜାଇନ ଯାତ୍ରୀଙ୍କୁ ଅଧିକ ଆକର୍ଷିତ କରୁଛି । ଏବେ ଏହାକୁ କିଣିବାକୁ ଅନ୍ୟ ଦେଶ ମଧ୍ୟ ମନ ବଳାଇଲେଣି । ଦକ୍ଷିଣ ଆମେରିକୀୟ ଦେଶ ଚିଲ୍ଲି, କାନାଡା ଓ ମାଲେସିଆ ଭଳି ଦେଶ ବନ୍ଦେ ଭାରତ ଟ୍ରେନକୁ ଭାରତରୁ କିଣିବାକୁ ଚାହୁଁଛନ୍ତି । ଖବର ସରବରାହ ସଂସ୍ଥା ପିଟିଆଇ (PTI) ସୁତ୍ରରୁ ଜଣାପଡିଛି ଯେ, ବାହ୍ୟ କ୍ରେତାମାନେ କେତେକ ପ୍ରମୁଖ କାରଣ ଯୋଗୁଁ ଏଥି ପ୍ରତି ଆକର୍ଷିତ ହେଉଛନ୍ତି ।
ଉନ୍ନତମାନ ଡିଜାଇନ ଓ ସ୍ୱଳ୍ପ ବ୍ୟୟ :
ଅନ୍ୟ ଦେଶମାନେ ଏହି ସେମି ହାଇସ୍ପିଡ ଟ୍ରେନକୁ କିଣିବାର ପ୍ରଥମ କାରଣ ହେଉଛି ସ୍ୱଳ୍ପ ବ୍ୟୟ । ଅନ୍ୟ ଦେଶରେ ସମାନ ଫିଚର ଥିବା ଟ୍ରେନ୍ ଗୁଡିକ ସାଧାରଣତଃ 160 ରୁ 180 କୋଟି ମଧ୍ୟରେ ତିଆରି କରାଯାଉଥିବା ବେଳେ, ଭାରତରେ ବନ୍ଦେ ଭାରତ 120 ରୁ 130 କୋଟି ମଧ୍ୟରେ ତିଆରି ହୋଇଥାଏ । ଏହା ବ୍ୟତିତ ବନ୍ଦେ ଭାରତର ସ୍ପିଡ ମଧ୍ୟ ବହୁତ ଭଲ । ଏହା 52 ସେକେଣ୍ଡରେ 100 କିଲୋମିଟର ପର୍ଯ୍ୟନ୍ତ ଘଣ୍ଟା ପ୍ରତି ବେଗ ପ୍ରାପ୍ତ କରିପାରିବ । ଯାହା ଜାପାନର ବୁଲେଟ ଟ୍ରେନଠାରୁ ଅଧିକ, ବୁଲେଟ ଟ୍ରେନ 100 କିଲୋମିଟର ପର୍ଯ୍ୟନ୍ତ ଘଣ୍ଟା ପ୍ରତି ବେଗ ପାଇଁ 54 ସେକେଣ୍ଡ ସମୟ ନେଇଥାଏ । ବନ୍ଦେ ଭରତ ଟ୍ରେନର ଡିଜାଇନ୍ ବିଦେଶୀ ଦେଶର ତୁଳନାରେ ଉନ୍ନତ । ବିମାନ ତୁଳନାରେ ଏହା 100 ଗୁଣା କମ୍ ଶବ୍ଦ କରିଥାଏ ।
- ବିଦେଶରେ ସମାନ ଫିଚର ଥିବା ଟ୍ରେନ ନିର୍ମାଣ ମୂଲ୍ୟ ୧୬୦ ରୁ ୧୮୦ କୋଟି ଟଙ୍କା
- ଭାରତରେ ବନ୍ଦେ ଭାରତ ଏକ୍ସପ୍ରେସ ନିର୍ମାଣ ମୂଲ୍ୟ ୧୨୦ ରୁ ୧୩୦ କୋଟି ମଧ୍ୟରେ
- ଏହା ବ୍ୟତିତ ବନ୍ଦେ ଭାରତର ସ୍ପିଡ ମଧ୍ୟ ବହୁତ ଭଲ
- ୫୨ ସେକେଣ୍ଡରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଘଣ୍ଟା ପ୍ରତି ବେଗ
- ବୁଲେଟ ଟ୍ରେନ ୧୦୦ କିଲୋମିଟର ପର୍ଯ୍ୟନ୍ତ ଘଣ୍ଟା ପ୍ରତି ବେଗ ପାଇଁ ୫୪ ସେକେଣ୍ଡ ସମୟ ନେଇଥାଏ
- ବନ୍ଦେ ଭରତ ଏକ୍ସପ୍ରେସ ଟ୍ରେନ ଡିଜାଇନ ଅନ୍ୟ ଦେଶ ତୁଳନାରେ ଉନ୍ନତ
ଏହା ମଧ୍ୟ ପଢନ୍ତୁ-ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି ଗୋଟିଏ କ୍ଲିକରେ ସମସ୍ୟା ହେବ ଦୂର! - Super App Services |
ଭାରତରେ ରେଳ ନେଟୱର୍କ ସମ୍ପ୍ରସାରଣ: