ଓଡିଶା

odisha

ETV Bharat / bharat

କୋଟାରେ ଜୀବନ ହାରିଲେ ଆଉ ଜଣେ ଛାତ୍ର, NEET ପାଇଁ କରୁଥିଲେ ପ୍ରସ୍ତୁତି

Suicide in Kota: ରାଜସ୍ଥାନ କୋଟା କୋଚିଂ ସେଣ୍ଟରରେ ଜୀବନ ହାରିଲେ 18 ବର୍ଷୀୟ ଛାତ୍ର । ପାଠ ପାଇଁ ଚିନ୍ତାଗ୍ରସ୍ତ ହୋଇ ଜୀବନ ହାରିଥିବା ଅନୁମାନ । ଅଧିକ ପଢନ୍ତୁ..

ଜୀବନ ହାରିଲେ 18ବର୍ଷୀୟ ଛାତ୍ର
ଜୀବନ ହାରିଲେ 18ବର୍ଷୀୟ ଛାତ୍ର

By ETV Bharat Odisha Team

Published : Jan 24, 2024, 2:19 PM IST

ଜୟପୁର:ରାଜସ୍ଥାନ କୋଟା କୋଚିଂ ସେଣ୍ଟରରେ ଜୀବନ ହାରିଲେ 18 ବର୍ଷୀୟ ଛାତ୍ର । ଛାତ୍ରଜଣକ ଉତ୍ତରପ୍ରଦେଶ ମୁରାଦାବାଦ ଅଞ୍ଚଳର ମହମ୍ମଦ ଜୈଦ। ମହମ୍ମଦ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍) ପାଇଁ ପ୍ରସ୍ତୁତ ହେଉଥିବା ବେଳେ କେଉଁ କାରଣରୁ ସେ ନିଜ ଜୀବନ ହାରିଲେ ତାହା ସ୍ପଷ୍ଟ ହୋଇନାହିଁ । ତେବେ ପରୀକ୍ଷା ପାଖେଇ ଆସୁଥିବା ବେଳେ ମାନସିକ ଅବସାଦରେ ରହି ନିଜ ଜୀବନ ହାରିଥିବା ଅନୁମାନ କରାଯାଉଛି । ପୋଲିସ ହଷ୍ଟେଲରୁ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ସ୍ଥିତ ମୁରାଦାବାଦ ଅଞ୍ଚଳର ମହମ୍ମଦ ଜୈଦ 1 ବର୍ଷ ହେଲା କୋଟାର ନ୍ୟୁ ରାଜୀବ ଗାନ୍ଧୀ ନଗର ସ୍ଥିତ କଞ୍ଚନ ରେସିଡେନ୍ସିରେ ରହୁଥିଲେ । ବହୁ ସମୟ ଧରି ସେ ହଷ୍ଟେଲରୁ ନ ବାହାରିଥିବାରୁ ପୋଲିସକୁ ଖବର ଦିଆଯାଇଥିଲା । ମଙ୍ଗଳବାର ରାତି 9.30 ସୁଦ୍ଧା ତାଙ୍କ ହଷ୍ଟେଲ କବାଟ ବନ୍ଦ ରହିଥିବା ବେଳେ ପୋଲିସ ଆସି କବାଟ ଭାଙ୍ଗି ଘର ଭିତରକୁ ପଶିଥିଲା । ହଷ୍ଟେଲ ମଧ୍ୟରେ ଛାତ୍ରଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା ।

ଏହାମଧ୍ୟ ପଢନ୍ତୁ..ଚାପ ସହି ନପାରି ଜୀବନ ହାରିଲେ ଏମଟେକ୍ ଛାତ୍ର, ହଷ୍ଟେଲ କୋଠରୀରୁ ମୃତଦେହ ଉଦ୍ଧାର

ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏନେଇ ଛାତ୍ରଙ୍କ ସମ୍ପର୍କୀୟଙ୍କୁ ଖବର ଦେଇଥିଲେ । ଅନ୍ୟପଟେ ପୋଲିସ, ଅନ୍ୟ ପିଲା ଏବଂ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରୁ କୌଣସି ଚିଠି ହସ୍ତଗତ ହୋଇନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ମୃତ ଛାତ୍ରଙ୍କ ସାଙ୍ଗଙ୍କ କହିବା ଅନୁଯାୟୀ, ମହମ୍ମଦ ଅଧିକାଂଶ ସମୟରେ ରାତିରେ ପାଠ ପଢ଼ନ୍ତି ଏବଂ ଦିନ ସମୟରେ ଖାଇବା ପରେ ଶୋଇ ପଡ଼ିଥାଏ । ମଙ୍ଗଳବାର ସନ୍ଧ୍ୟା ସମୟରେ ମହମ୍ମଦକୁ ଫୋନ କରିବାରୁ ସେ ଉଠାଇନଥିଲା । ବହୁତ ଥର କଲ କରିବା ପରେ ଫୋନ ନ ଉଠାଇବାରୁ ହଷ୍ଟେଲ ଆସି ରୁମ କବାଟ ବାଡ଼େଇଥିଲା । ହେଲେ ମହମ୍ମଦ କୌଣସି ଉତ୍ତର ନ ଦେବାରୁ ସନ୍ଦେହରେ ସେ ଏନେଇ ହଷ୍ଟେଲ ସଞ୍ଚାଳକଙ୍କୁ ଜଣାଇଥିଲା । ଏହାପରେ ହଷ୍ଟେଲ ସଞ୍ଚାଳକ ପୋଲିସକୁ ଖବର ଦେଇଥିଲା ।

ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଆଗକୁ ମହମ୍ମଦଙ୍କ ନିଟ ପରୀକ୍ଷା ହେବାର ଥିଲା । ଯେଉଁଥିପାଇ ସେ ଚିନ୍ତାଗ୍ରସ୍ତ ରହୁଥିଲା । ତେବେ ଚଳିତ ଥର ସେ ଦ୍ବିତୀୟ ଥର ପାଇଁ ନିଟ ୟୁଜି ପରୀକ୍ଷା ଦେଇଥାନ୍ତେ । ସମ୍ଭବତଃ ପାଠ ଯୋଗୁଁ ଚିନ୍ତାଗ୍ରସ୍ତ ହୋଇ ସେ ନିଜ ଜୀବନ ହାରିଥାଇ ପାରନ୍ତି ବୋଲି ପୋଲିସ ଅନୁମାନ କରୁଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details