ଓଡିଶା

odisha

ETV Bharat / bharat

Hathras Tragedy : କିଏ ଏହି ଆତ୍ମଘୋଷିତ ଭୋଲେ ବାବା, ପୋଲିସ ଚାକିରିରୁ କିପରି ହେଲେ ଧର୍ମଗୁରୁ - who is Bhole Baba - WHO IS BHOLE BABA

UP Hathras Stampede: ଧାର୍ମିକ କାର୍ଯ୍ୟକ୍ରମ ନେଇଗଲା ଶତାଧିକ ନୀରିହ ଲୋକଙ୍କ ଜୀବନ । ଫେରାର ମାରିଲେ ଆତ୍ମଘୋଷିତ ବାବା । ସାମ୍ନାକୁ ଆସୁଛି ବାବାଙ୍କ ସମ୍ପର୍କରେ ରୋଚକ ତଥ୍ୟ । ପୋଲିସ ବିଭାଗରୁ ଚାକିରି ପରେ ନିଜକୁ ଘୋଷଣା କରିଥିଲେ ଧର୍ମଗୁରୁ । ଅଧିକ ପଢନ୍ତୁ

ଚାଲିଗଲା ଶତାଧିକ ଜୀବନ, କିଏ ଏହି ଆତ୍ମଘୋଷିତ ଭୋଲେ ବାବା, ଘଟଣା ପରେ ମାରିଲେ ଫେରାର
ଚାଲିଗଲା ଶତାଧିକ ଜୀବନ, କିଏ ଏହି ଆତ୍ମଘୋଷିତ ଭୋଲେ ବାବା, ଘଟଣା ପରେ ମାରିଲେ ଫେରାର (ETV Bharat Odisha)

By ETV Bharat Odisha Team

Published : Jul 3, 2024, 12:11 PM IST

Updated : Jul 3, 2024, 1:56 PM IST

ହାଇଦ୍ରାବାଦ:ଆତ୍ମଘୋଷିତ ଭଗବାନଙ୍କ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ଦଳାଚକଟା ନେଇଗଲା ଶତାଧିକ ସାଧାରଣ ଲୋକଙ୍କ ଜୀବନ । ଗତକାଲି (ମଙ୍ଗଳବାର) ଉତ୍ତର ପ୍ରଦେଶ ହାଥରସରେ ଏକ ସତସଙ୍ଗ କାର୍ଯ୍ୟକ୍ରମରେ ମାତ୍ରାଧିକ ଲୋକଙ୍କ ଅଂଶଗ୍ରହଣ ଓ ଦଳାଚକଟା ଘଟଣାରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଏବେ ସୁଦ୍ଧା ପ୍ରାୟ 122 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରେ କିଛି ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା ମଧ୍ୟ ରହିଛି । ମାତ୍ର ଦେଶକୁ ସ୍ତବ୍ଦ କରିଦେଇଥିବା ଏହି ଅଘଟଣର କାର୍ପଟାଦର ତଥା ମାଷ୍ଟରମାଇଣ୍ଡ ଆତ୍ମଘୋଷିତ ଭଗବାନଙ୍କର ଗତକାଲି ଠାରୁ ପତ୍ତା ମିଳୁନି ।

ତେବେ କିଏ ଏହି ଭୋଲେ ବାବା, କାହିଁକି ଏତେ ଲୋକପ୍ରିୟ ଏହି ଆତ୍ମଘୋଷିତ ଭଗବାନ ବୋଲାଉଥିବା ବ୍ୟକ୍ତି । ଏତେ ବଡ ଆୟୋଜନ ଓ ଜନାସମାଗମ ହେଉଥିବା ନେଇ କେମିତି ପ୍ରଶାସନର ନଜର ନଥିଲା । ଅଘଟଣ ପରେ ଏହି ଭୋଲେ ବାବା ଗଲେ କୁଆଡେ । କେଉଁଠି ଆତ୍ମଗୋପନ କରିଛନ୍ତି ଏହି ତଥାକଥିତ ଧର୍ମଗୁରୁ । ଏମିତି ପ୍ରଶ୍ନ ଏବେ ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିଥିବା ବେଳେ ଉତ୍ତର ପ୍ରଦେଶ ପ୍ରଶାସନିକ ବ୍ୟବସ୍ଥାକୁ ମଧ୍ୟ ପଦାରେ ପକାଇଛି । ୟୁପି ପୋଲିସର ଏକାଧିକ ଟିମ୍‌ ଚମ୍ପଟ ମାରିଥିବା ଭୋଲେ ବାବାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ହସ୍ପିଟାଲରେ ଗୁରୁତର (ETV Bharat Odisha)

କିଏ ଏହି ଭୋଲେ ବାବା:-

ଘଟଣାର ମୁଖ୍ୟ ଅଭିଯୁକ୍ତ ଭୋଲେ ବାବାଙ୍କର ପୁରା ନାମ ହେଉଛି ନାରାୟଣ ସକାର ହରି । ସେ ଉତ୍ତର ପ୍ରଦେଶର କାଶଗଞ୍ଜର ବାସିନ୍ଦା । ତେବେ ନିଜକୁ ଆତ୍ମଘୋଷିତ ଧର୍ମଗୁରୁରେ ପରିଣତ କରିଥିବା ହଜାର ହଜାର ଲୋକଙ୍କ ଭାବାବେଗ ସହ ଖେଳିଥିବା ଏହି ବ୍ୟକ୍ତି ପ୍ରଥମରୁ କୌଣସି ଆଧ୍ୟାତ୍ମିକ ପୃଷ୍ଠଭୂମି କିମ୍ବା ମଠ ମନ୍ଦିର, ଆଶ୍ରମ ସହ ଜଡିତ ନଥିଲେ । ପ୍ରଥମେ ନିଜ ପରିବାର ସଦସ୍ୟଙ୍କ ପରି କୃଷିକାର୍ଯ୍ୟ କରିବା ଓ ପରେ ପୋଲିସରେ ଭର୍ତ୍ତି ହୋଇଥିଲେ । ଉତ୍ତର ପ୍ରଦେଶ ଗୁଇନ୍ଦା ବିଭାଗରେ ବିଭିନ୍ନ ପଦ ପଦବୀରେ କିଛି ବର୍ଷ କାମ କରିଥିଲେ । ପ୍ରାୟ 17 ବର୍ଷର ପୋଲିସ କ୍ୟାରିୟରରେ ପରେ ଏପରି ଏକ ଅଭିନବ ବ୍ୟାପାର ଆରମ୍ଭ କରିଥିଲେ । ନିଜକୁ ଆତ୍ମଘୋଷିତ ଧର୍ମଗୁରୁ ଭାବେ ପରିଚୟ ଦେଇ ଏହିପରି ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରିବାକୁ ଲାଗିଲେ ।

ହାଥରସ ଅଘଟଣ ପରେ ଘଟଣାସ୍ଥଳରେ ଆମ୍ବୁଲାନ୍ସ (ETV Bharat Odisha)

କିଛି ବର୍ଷ ହେଲାଣି ସେ ନିୟମିତ ସତସଙ୍ଗ ଆୟୋଜନ କରିଆସୁଥିଲେ । ନିଜ ନିକଟରେ ଐଶ୍ବରୀୟ ଶକ୍ତି ଥିବା ମଧ୍ୟ ସେ କହୁଥିବା ଓ ତାଙ୍କ ଅନୁଗାମୀମାନେ ବିଶ୍ବାସ କରୁଥିବା କୁହାଯାଏ । ଧିରେ ଧିରେ ତାଙ୍କ ଅନୁଗାମୀ ଓ ସମର୍ଥକଙ୍କ ସଂଖ୍ୟା ବଢିବା ସହ ଆୟୋଜନର ଆକାର ମଧ୍ୟ ବଢିବାରେ ଲାଗିଥିଲା । ବହୁ ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟ ଏହି ଆତ୍ମଘୋଷିତ ଧର୍ମଗୁରୁଙ୍କ ସଂସ୍ପର୍ଷରେ ଆସିଥିଲେ । ଗତକାଲି ହାଥରସରେ ଆୟୋଜିତ ସତସଙ୍ଗ କାର୍ଯ୍ୟକ୍ରମରେ ମାତ୍ରାଧିକ ଲୋକଙ୍କର ଭିଡ ହୋଇଥିଲା । ଦଳାଚକଟାରେ ଏବେ ପର୍ଯ୍ୟନ୍ତ ପ୍ରାୟ 120ରୁ ଅଧିକ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଦଳାଚକଟାରେ ଶତାଧିକ ଲୋକଙ୍କ ମୃତ୍ୟୁ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ଉତ୍ତର ପ୍ରଦେଶ ହାଥରସରେ ସତ୍‌ସଙ୍ଗ ସମୟରେ ଦଳାଚକଟା; 116 ଶ୍ରଦ୍ଧାଳୁ ମୃତ, ଅନେକ ଆହତ, ଘଟଣାସ୍ଥଳରେ ପହଞ୍ଚିଲା ଫରେନସିକ୍ ଟିମ୍ - Stampede During Satsang in Hathras

ହେଲେ ଘଟଣା ପରେ ଏହି ଆତ୍ମଘୋଷିତ ଧର୍ମଗୁରୁ କେଉଁଆଡେ ଫେରାର ହୋଇଗଲେ । ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ଲୋକଙ୍କ ଆକ୍ରୋଷରୁ ବର୍ତ୍ତିବା ପାଇଁ ସେ ଫେରାର ହୋଇଯାଇଛନ୍ତି । ହାଥରସ ପରି ଛୋଟ ସହରରୁ ମାତ୍ର କେଇ ଘଣ୍ଟା ମଧ୍ୟରେ ସେ କୁଆଡେ ଫେରାର ହେଲେ ନା ତାଙ୍କୁ ଏଥିରେ କେହି ସହଯୋଗ କରିଛି ସେ ନେଇ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଲାଣି । ଉତ୍ତର ପ୍ରଦେଶ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଏକାଧିକ ଟିମ କରି ବିଭିନ୍ନ ସମ୍ଭାବ୍ୟ ଠିକଣାରେ ଚଢାଉ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 3, 2024, 1:56 PM IST

ABOUT THE AUTHOR

...view details