ନୂଆଦିଲ୍ଲୀ:ଟ୍ରାଭେଲ୍ ବୁକିଂ କମ୍ପାନୀ ଓୟୋ (OYO)ର ନୂଆ ପଲିସି । ଏଣିକି ଅବିବାହିତ ଯୋଡି ଓୟୋ ପାର୍ଟନର୍ସିପ ଥିବା ହୋଟେଲରେ କରିପାରିବେ ନାହିଁ ବୁକିଂ । ନୂଆବର୍ଷ କମ୍ପାନୀ ନୂଆ ଗାଇଡଲାଇନ ଆଣିଛି ।
ଅବିବାହିତ ଦମ୍ପତିଙ୍କୁ ବୁକିଂ ମନା:
ନୂଆ ବର୍ଷରେ ପୂର୍ବ ନିୟମରେ ଓୟୋ ପକ୍ଷରୁ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ନିଜର ଆଧାରକାର୍ଡ କିମ୍ବା ଅନ୍ୟ ପରିଚୟପତ୍ର ଦ୍ବାରା OYO ପାର୍ଟନରସିପ୍ ହୋଟେଲରେ ଅବିବାହିତ ଦମ୍ପତି ରହିପାରୁଥିଲେ । ହେଲେ ଏବେ ସେଥିରେ ପରିବର୍ତ୍ତନ କରାଯାଇଛି । ଏଣିକି ଯଦି କୌଣସି ଅବିବାହିତ ଯୋଡି ବା ପ୍ରେମୀଯୁଗଳ ଗୋଟିଏ ରୁମରେ ରହିବାକୁ ବୁକିଂ କରୁଛନ୍ତି ତେବେ ତାହା ଗ୍ରହଣ ହେବ ନାହିଁ । ହୋଟେଲ ପକ୍ଷରୁ ବୁକିଂ କ୍ୟାନସେଲ (Decline)ହୋଇଯିବ । ପ୍ରଥମ ପର୍ଯ୍ୟାୟରେ ଏହା କେବଳ ଉତ୍ତରପ୍ରଦେଶର ମୀରଟରେ ଲାଗୁ କରାଯାଇଛି । ଆଗକୁ ଏହି ନିୟମ ଆବଶ୍ୟକସ୍ଥଳେ ଅନ୍ୟ ସହର ପାଇଁ ବି ଲାଗୁ ହୋଇପାରେ ବୋଲି କମ୍ପାନୀ ପକ୍ଷରୁ କୁହାଯାଉଛି ।
କାହିଁକି ମୀରଟରେ ନିୟମ ପରିବର୍ତ୍ତନ କଲା OYO?
ସୂଚନା ଅନୁସାରେ, ମୀରଟର ସିଭିଲ ସୋସାଇଟି ପକ୍ଷରୁ ବହୁ ଅଭିଯୋଗ ଆସିଥିଲା । ଗ୍ରାଉଣ୍ଡରୁ ମିଳିଥିବା ଫିଡ୍ ବ୍ୟାକ ଆଧାରରେ କମ୍ପାନୀ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସେହିପରି ଅନ୍ୟ ସହର ମାନଙ୍କରେ ମଧ୍ୟ ଏହି ନିୟମ ଆଗକୁ ଲାଗୁ ହେବାର ସମ୍ଭାବନା ରହିଛି ।