ଓଡିଶା

odisha

ETV Bharat / bharat

ଇନ୍ଦିରା ଗାନ୍ଧୀ ହେଉଛନ୍ତି ଭାରତ ମାତା, ଭାରତବର୍ଷର ପ୍ରକୃତ ନିର୍ମାତା : କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ - Minister Suresh Gopi Controversy - MINISTER SURESH GOPI CONTROVERSY

BJP Minister Suresh Gopi Controversy: ଅଭିନେତାରୁ ସାଂସଦ ପାଲଟିଥିବା କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ପୁଣି ଦଳୀୟ ଚିନ୍ତାଧାରା ବିପରୀତ ବୟାନ ଦେଇଛନ୍ତି । ଭୂତପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଭାରତ ମାତା ବୋଲି କହି ପ୍ରଶଂସା କରିଛନ୍ତି ସୁରେଶ ଗୋପୀ । ଅଧିକ ପଢନ୍ତୁ

BJP Minister Suresh Gopi
BJP Minister Suresh Gopi (ANI)

By ETV Bharat Odisha Team

Published : Jun 16, 2024, 5:44 PM IST

ଥିରୁଅନ୍ତପୁରମ: ପୁଣି ବିବାଦ ଘେରରେ ଆସିଛନ୍ତି ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ । କେରଳରୁ ପ୍ରଥମ ଥର ପାଇଁ ଜିତିଥିବା ସୁରେଶ ଗୋପୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଭାରତମାତା ବୋଲି ସମ୍ବୋଧନ କରିଛନ୍ତି । ସେହିଭଳି କେନ୍ଦ୍ରମନ୍ତ୍ରୀ ଗୋପୀ ଦିବଙ୍ଗତ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. କରୁଣାକରଣଙ୍କୁ ସାହାସୀ ପ୍ରଶାସକ ବୋଲି କହିଛନ୍ତି । ସୁରେଶ ଗୋପୀଙ୍କୁ ମୋଦି କ୍ୟାବିନେଟରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ତଥା ପର୍ଯ୍ୟଟନ ବିଭାଗର ରାଜ୍ୟମନ୍ତ୍ରୀ ଭାବେ ଦାୟିତ୍ବ ମିଳିଛି ।

ସୁରେଶ ଗୋପୀ ନିକଟରେ ତ୍ରିସୁରସ୍ଥିତ କରୁଣାକରଣଙ୍କର ସ୍ମାରକ ମୁରଲୀ ମନ୍ଦିରମକୁ ଗସ୍ତ କରିବାପରେ ଏହି ଟିପ୍ପଣୀ ଦେଇଛନ୍ତି । ସେ ମାର୍କ୍ସବାଦୀ ପାର୍ଟି ନେତା ଇ.କେ ନୟନାର ଓ କେ. କରୁଣାକରଣଙ୍କୁ ନିଜର ରାଜନୈତିକ ଗୁରୁ ଭାବେ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ, ଏଥର ଲୋକସଭା ନିର୍ବାଚନରେ ତ୍ରିସୁର ଆସନରୁ ସୁରେଶ ଗୋପୀ କଂଗ୍ରେସ ନେତା କେ. କରୁଣାକରଣଙ୍କ ପୁଅ କେ. ମୁରଲୀଧରନଙ୍କୁ ପରାସ୍ତ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ସେ ଇନ୍ଦିରା ଗାନ୍ଧୀଙ୍କୁ ଭାରତ ମାତା ଭାବେ ଦେଖନ୍ତି । ତାଙ୍କ ପାଇଁ ସେହିଭଳି କରୁଣାକରଣ ରାଜ୍ୟରେ କଂଗ୍ରେସ ଦଳର ପିତା ସ୍ବରୂପ ଥିଲେ । କରୁଣାକରଣଙ୍କୁ ପିତା ଭାବେ ଉଲ୍ଲେଖ କରି ସେ ରାଜ୍ୟରେ ଏହି ସର୍ବପୁରାତନ ଦଳର ପ୍ରତିଷ୍ଠାତା କିମ୍ବା ସହପ୍ରତିଷ୍ଠାତାଙ୍କୁ ଅସମ୍ମାନ କରୁନାହାନ୍ତି ।

ଏହା ମଧ୍ୟ ପଢନ୍ତୁ ....ମନ୍ତ୍ରୀ ପଦ ଛାଡିବେ କି ସୁରେଶ ଗୋପୀ, ଜାଣନ୍ତୁ ଖବର ପଛର ସତ୍ୟତା - Suresh Gopi wants to quit Union ministry

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ କହିଛନ୍ତି, "କେବଳ ଏଥିପାଇଁ ଯେ ମୋର ପିତାଙ୍କ ପରିବାର କଂଗ୍ରେସୀ ପରିବାର ଥିଲା, ମୋ ମାଁ'ଙ୍କ ପରିବାର କେରଳରେ ଜନସଂଘ ଗଠନ ପର୍ଯ୍ୟନ୍ତ କାମ କରିଛନ୍ତି । ମୁଁ ଏସଏଫଆଇରେ ମଧ୍ୟ ସାମିଲ ଥିଲି । କିନ୍ତୁ ମୋ ପରିବର୍ତ୍ତନ ପଛରେ କାରଣ ରାଜନୈତିକ ନୁହେଁ ଭାବନାତ୍ମକ ଥିଲା । ମୁଁ ନିଜର ଜୀବନକୁ ଭାବନାତ୍ମକ ରୂପରେ ବଞ୍ଚିବି । ଜୀବନର ପ୍ରତିଟି ବର୍ଗ ଓ ଅଂଶ ବିଶେଷକୁ ମୁଁ ସ୍ବୀକାର କରୁଛି । ମୋର ପିତା ମାତା, ମୋର ପରମ୍ପରା, ସନାତନ ଧର୍ମର ସାର ଆଦି ଭଳି ମୂଲ୍ୟବାନ ଗୁଣ ଗୁଡିକୁ ପ୍ରଦର୍ଶନ କରିବାକୁ ଚାହେଁ । ଇନ୍ଦିରା ଗାନ୍ଧୀ କଂଗ୍ରେସରେ ଥିଲେ ଓ ତାଙ୍କର ପୂର୍ବରୁ କରିଥିବା ଅପକୃତ୍ୟ ପାଇଁ ତାଙ୍କର ପ୍ରଶଂସା କରିବାକୁ ପଛାଇବି ନାହିଁ । ମୁଁ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କୁ ସ୍ବାଧୀନତା ପର ଭାରତର ବାସ୍ତବିକ ନିର୍ମାତା ବୋଲି ବିଶ୍ବାସ କରେ । ମୁଁ ଏମିତି ଏକ ବ୍ୟକ୍ତିଙ୍କୁ ଭୁଲି ପାରିବି ନାହିଁ ଯେ ଦେଶ ପାଇଁ ସଚ୍ଚୋଟତାର ସହିତ କାର୍ଯ୍ୟ କରିଛନ୍ତି । ଯଦିଓ ସେ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଥିବା ପାର୍ଟିକୁ ପ୍ରତିନିଥିତ୍ବ କରୁଥିଲେ ।" ଏହା ସହ ମିଡିଆ ତାଙ୍କର ବକ୍ତବ୍ୟକୁ ତ୍ରୁଟିପୂର୍ଣ୍ଣ ଭାବେ ପରିବେଷଣ କରୁଥିବା ନେଇ ସ୍ପଷ୍ଟ କରିଛନ୍ତି ତ୍ରିସୁର ସାଂସଦ ସୁରେଶ ଗୋପୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details